Advertisment

ଆଜି ବସୁଛି ଏସଆଇଟି ବୈଠକ, ଯୋଗଦେବେ ଇଡି ନିର୍ଦ୍ଦେଶକ

ଏସଆଇଟି ଉପାଧ୍ୟକ୍ଷ ଜଷ୍ଟିସ ଅରିଜିତ ପଶାୟତଙ୍କ କଟକସ୍ଥିତ ବାସଭବନରେ ବସିବ ବୈଠକ । ଏଥିରେ ଯୋଗଦେବେ ଇଡି ନିର୍ଦ୍ଦେଶକ ରାହୁଲ ନବୀନ ।

ed director rahul navin

ed director rahul navin

Advertisment

ଆଜି ବସୁଛି କଳାଧନ ସମ୍ପର୍କିତ ଏସଆଇଟି ବୈଠକ । ଏସଆଇଟି ଉପାଧ୍ୟକ୍ଷ ଜଷ୍ଟିସ ଅରିଜିତ ପଶାୟତଙ୍କ କଟକସ୍ଥିତ ବାସଭବନରେ ବସିବ ବୈଠକ । ଏଥିରେ ଯୋଗଦେବେ ଇଡି ନିର୍ଦ୍ଦେଶକ ରାହୁଲ ନବୀନ ।

Advertisment

ଏଥିପାଇଁ ୩ ଦିନିଆ ଓଡିଶା ଗସ୍ତରେ ଆସିଛନ୍ତି ରାହୁଲ ନବୀନ। ତାଙ୍କ ସହ ସେଣ୍ଟ୍ରାଲ ବୋର୍ଡ ଅଫ ଡାଇରେକ୍ଟ ଟ୍ୟାକ୍ସର ଚେୟାରମେନ ରବି ଅଗ୍ରୱାଲ ଏବଂ ଭାରତର ଆଟର୍ଣ୍ଣି ଜେନେରାଲ ଆର ଭେଙ୍କଟରମଣୀ ମଧ୍ୟ ଓଡ଼ିଶା ଆସିଛନ୍ତି। ଏହି ତିନି ଅଧିକାରୀ ଆଜି ଏସଆଇଟି ବୈଠକରେ ଯୋଗଦେବେ ।

ଏହି ବୈଠକରେ ମୁଖ୍ୟତଃ ନିର୍ବାଚନ ସମୟରେ ଆୟକର ବିଭାଗ ଏବଂ ଅନ୍ୟାନ୍ୟ ଏଜେନ୍ସି ଦ୍ୱାରା କରାଯାଇଥିବା ସମସ୍ତ ଗୁରୁତ୍ୱପୂର୍ଣ୍ଣ ଅନୁସନ୍ଧାନ ଉପରେଆଲୋଚନା କରାଯିବ । ନିର୍ବାଚନ ସମୟରେ ମିଳିଥିବା ସକରାତ୍ମକ ଫଳାଫଳ ପାଇଁ ଆନ୍ତଃ ବିଭାଗୀୟ ସମନ୍ୱୟକୁ ପ୍ରଶଂସା କରାଯିବ। ରାଜ୍ୟରେ ସରକାର ପରିବର୍ତ୍ତନ, କଳାଧନ ଏବଂ ଟିକସ ଫାଙ୍କିବା ଭଳି ପ୍ରମୁଖ ପ୍ରସଙ୍ଗ ସହ CBDT ଅଧିକାରୀଙ୍କ ଓଡିଶା ଗସ୍ତ ଗୁରୁତ୍ୱ ବହନ କରୁଛି।

Advertisment

ଦେଶରେ କଳାଧନ ବାହାର କରି ଲୋକଲୋଚନକୁ ଆଣିବା ପାଇଁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ୨୦୧୪ ମସିହାରେ ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ ଏମ ବି ଶାହଙ୍କ ଅଧ୍ୟକ୍ଷତାରେ ଏସଆଇଟି ଗଠନ ହୋଇଥିଲା। ଯାହାର ଉପାଧ୍ୟକ୍ଷ ଅଛନ୍ତି ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ ଅରିଜିତ ପଶାୟତ।

Cuttack
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe