Advertisment

ରତ୍ନଭଣ୍ଡାର ଅଳଙ୍କାର ରଖିବା ପାଇଁ ଆସିଛି ୬ ସିନ୍ଦୁକ

ମନ୍ଦିର ପ୍ରଶାସନ ପକ୍ଷରୁ ମୋଟ ୧୫ଟି ସିନ୍ଦୁକ ବରାଦ କରାଯାଇଥିଲା।

ଅଦ୍ୟତନ ହୋଇଛି
Sinduka

Sinduka

Advertisment

ଆଜି ରତ୍ନଭଣ୍ଡାର ଖୋଲାଯିବ। ରତ୍ନଭଣ୍ଡାର ଖୋଲିବା ପାଇଁ ଦିନ ୧ଟା ୨୮ ମିନିଟ ହେଉଛି ଶୁଭ ମୁହୂର୍ତ୍ତ। ଏ ନେଇ ସବୁ ପ୍ରସ୍ତୁତି ଶେଷ ହୋଇଥିବା ବେଳେ ଶ୍ରୀମନ୍ଦିରରେ ପହଞ୍ଚିଛି ୬ଟି ସିନ୍ଦୁକ। ଏଥିରେ ରଖାଯିବ ରତ୍ନଭଣ୍ଡାରରେ ଥିବା ଅଳଙ୍କାର।

Advertisment

ଭୁବନେଶ୍ୱରରୁ ଏହି ୬ଟି ସିନ୍ଦୁକ ଅଣାଯାଇଛି। ମନ୍ଦିର ପ୍ରଶାସନ ପକ୍ଷରୁ ମୋଟ ୧୫ଟି ସିନ୍ଦୁକ ବରାଦ କରାଯାଇଛି। ସେଥିରୁ ୬ଟି ପୁରୀ ଆସିଥିବା ବେଳେ ଆଉ ୯ଟିର ତିଆରି ଚାଲିଛି। ୨୦ ଜଣ କାରିଗର ୪୮ ଘଣ୍ଟା ଧରି ପରିଶ୍ରମ କରିବା ପରେ ଏହି ୬ଟି ସିନ୍ଦୁକ ତିଆରି କରିଛନ୍ତି। ଖୁବ୍‌ଶୀଘ୍ର ଅନ୍ୟ ୯ଟି ସିନ୍ଦୁକ ମଧ୍ୟ ପୁରୀରେ ପହଞ୍ଚିଯିବ। ଏହି ସିନ୍ଦୁକ ଗୁଡ଼ିକ ଶାଗୁଆନ କାଠରେ ତିଆରି ହୋଇଛି। ତା’ ଭିତରେ ପିତଳର ଛାଉଣୀ ଦିଆଯାଇଛି।

ଆଜି ହେବନି ରତ୍ନ ଭଣ୍ଡାର ଗଣତି। ଆଜି ବାହାର ଓ ଭିତର ରତ୍ନ ଭଣ୍ଡାର ଖୋଲାଯିବ । ବାହାର ରତ୍ନ ଭଣ୍ଡାର ସମସ୍ତ ଚାବି ଅଛି। ଭିତର ରତ୍ନ ଭଣ୍ଡାର ଚାବିରେ ନଖୋଲିଲେ ଏହାକୁ ଭଙ୍ଗାଯିବ ବୋଲି ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ।

Advertisment

ତିନିଟି ପର୍ଯ୍ୟାୟରେ ରତ୍ନ ଭଣ୍ଡାରରେ ସବୁ କାମ କରାଯିବ। ପ୍ରଥମେ, ରତ୍ନ ଭଣ୍ଡାରଖୋଲାଯିବ, ଦ୍ୱିତୀୟରେ ରତ୍ନ ସବୁକୁ ସ୍ଥାନାନ୍ତର କରାଯିବ, ତୃତୀୟ ପର୍ଯ୍ୟାୟରେ ଗଣତି କରାଯିବ। ଆଜି ଭଣ୍ଡାର ଖୋଲିବା ପରେ ଏସବୁକୁ ସ୍ଥାନାନ୍ତର କରିବାକୁ ଚେଷ୍ଟା କରାଯିବ। ରତ୍ନଅଳଙ୍କାର ସ୍ଥାନାନ୍ତର ପାଇଁ ସବୁ ବ୍ୟବସ୍ଥା ଶେଷ ହୋଇଛି। SOP ଅନୁସାରେ ଶ୍ରୀମନ୍ଦିର ଭିତରେ ଅସ୍ଥାୟୀ ରତ୍ନ ଭଣ୍ଡାର ସ୍ଥାନ ନିରୂପଣ ବି ସରିଛି। ସିସିଟିଭି ସହ ଅନ୍ୟ ସବୁ ବ୍ୟବସ୍ଥା
ହୋଇଛି। ତା’ସହ ସବୁ ଘଟଣାର ଭିଡିଓଗ୍ରାଫି କରାଯିବ। ଅଳଙ୍କାର ସ୍ଥାନାନ୍ତର ପରେ ମରାମତି କାମ ଆରମ୍ଭ ହେବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ସୂଚନା ଦେଇଛନ୍ତି।

Puri Shreemandir Ratna Bhandar
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe