Advertisment

ଛତୁ ଖାଇ ଗୋଟିଏ ପରିବାରର ୬ ଜଣ ଡାକ୍ତରଖାନାରେ ଭର୍ତ୍ତି

୬ ଅସୁସ୍ଥଙ୍କ ମଧ୍ୟରେ ୪ ଜଣ ଶିଶୁ ଓ ୨ ଜଣ ମହିଳା ଅଛନ୍ତି।

author-image
Jitendra Garnayak
ଅଦ୍ୟତନ ହୋଇଛି
Mushroom

Mushroom

ଛତୁ ତରକାରୀ ଖାଇ ଗୋଟିଏ ପରିବାରର ୬ ଜଣ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ସେମାନଙ୍କ ମଧ୍ୟରେ ଅଛନ୍ତି ୪ ଜଣ ଶିଶୁ। ଅନ୍ୟ ୨ ଜଣ ହେଉଛନ୍ତି ମହିଳା। ଭଦ୍ରକ ଜିଲ୍ଲା ରାହଞ୍ଜ ଗାଁରେ ଘଟିଛି ଏହି ଘଟଣା।

Advertisment

ରାହଞ୍ଜ ଗାଁର ଲକ୍ଷ୍ମୀପ୍ରିୟାଙ୍କ ପରିବାରର ଲୋକେ ଛତୁ ଆଣି ରୋଷେଇ କରିଥିଲେ। ଘର ପାଖରୁ ସେମାନେ ସେହି ଛତୁ ତୋଳି ଆଣିଥିଲେ। ତେବେ ତାହା କି ଛତୁ ଥିଲା, ତାହା ଜଣାପଡ଼ିନାହିଁ। 

ଛତୁକୁ ରୋଷେଇ କରି ଖାଇବା ପରେ ସ୍ୱାସ୍ଥ୍ୟାବସ୍ଥା ଖରାପ ହେବାରୁ ସେମାନଙ୍କୁ ସ୍ଥାନୀୟ ଲୋକେ ଭଦ୍ରକ ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି।

Advertisment
Food Poisoning