Anandpur Medical
କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଡାକ୍ତରଖାନାର ୬ ଜଣ ସଫେଇ କର୍ମଚାରୀଙ୍କୁ ନିଲମ୍ବନ କରାଯାଇଛି। ଡ୍ୟୁଟିରେ ଖିଲାପ ନେଇ ସେମାନଙ୍କୁ ନିଲମ୍ବନ କରାଯାଇଛି ବୋଲି କହିଛନ୍ତି ଜିଲ୍ଲାପାଳ ଆଶିଷ ଠାକରେ।
ଏହା ସହିତ ସଫେଇ ଦାୟିତ୍ୱ ନେଇଥିବା ଏଜେନ୍ସୀକୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଛି। କାହିଁକି ଏହାକୁ କଳା ତାଲିକାଭୁକ୍ତ କରାନଯିବ ବୋଲି କାରଣ ଦର୍ଶାଅ ନୋଟିସ୍ରେ ଉଲ୍ଲେଖ କରାଯାଇଛି।
ଗତକାଲି ସ୍ୱାସ୍ଥ୍ୟ ସଚିବ ଶାଳିନୀ ପଣ୍ଡିତ ଅଚାନକ ଆନନ୍ଦପୁର ଡାକ୍ତରଖାନା ପରିଦର୍ଶନରେ ଆସିଥିଲେ। ଡାକ୍ତରଖାନାର ବିପର୍ଯ୍ୟସ୍ତ ପରିମଳ ବ୍ୟବସ୍ଥା ଦେଖି ସେ କ୍ଷୁବ୍ଧ ହୋଇଥିଲେ ଓ କର୍ତ୍ତୃପକ୍ଷଙ୍କୁ ତାଗିଦ କରିଥିଲେ।
ସ୍ୱାସ୍ଥ୍ୟ ସଚିବଙ୍କ ଗସ୍ତ ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଆଜି ତତ୍ପରତା ପ୍ରକାଶ ପାଇଥିଲା। ନିଜେ ଜିଲ୍ଲାପାଳ ଆନନ୍ଦପୁର ଡାକ୍ତରଖାନାକୁ ଆସିଥିଲେ। ସେ ଡାକ୍ତରଖାନାର ପରିମଳ ବ୍ୟବସ୍ଥାର ଟିକିନିଖି ଯାଞ୍ଚ କରିଥିଲେ। ଡାକ୍ତରଖାନାର ପରିମଳ ଅବ୍ୟବସ୍ଥାକୁ ଦେଖିବା ପରେ ୬ ଜଣ ସଫେଇ କର୍ମଚାରୀଙ୍କୁ ନିଲମ୍ବନ କରାଯାଇଥିବା ଓ ସଫେଇ ଦାୟିତ୍ୱ ନେଇଥିବା ଏଜେନ୍ସୀକୁ କାରଣ ଦର୍ଶାଅ ନୋଟିସ୍ ପଠାଯାଇଥିବା ଜିଲ୍ଲାପାଳ କହିଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/IMAGE_1693575055.jpg)