ସମ୍ଭାବ୍ୟ ବାତ୍ୟା : ୬ ଜିଲ୍ଲାକୁ ଗଲେ ୬ ବରିଷ୍ଠ ଆଇଏଏସ୍‌, ତଦାରଖ କରିବେ

ବଙ୍ଗୋପସାଗରରେ ସମ୍ଭାବ୍ୟ ବାତ୍ୟା ଯୋଗୁ ପ୍ରଭାବିତ ହେବାକୁ ଥିବା ୬ଟି ଜିଲ୍ଲାରେ ରିଲିଫ ଓ ଉଦ୍ଧାର କାର୍ଯ୍ୟ ସହ ବାତ୍ୟା ସଂକ୍ରାନ୍ତ କାର୍ଯ୍ୟର ତଦାରଖ ନିମନ୍ତେ ୬ଜଣ ବରିଷ୍ଠ ଆଇଏଏସଙ୍କୁ ନିୟୋଜିତ କରାଯାଇଛି ।

ଲୋକସେବା ଭବନ

  • Published: Tuesday, 22 October 2024
  • , Updated: 22 October 2024, 07:25 PM IST

ରାଜ୍ୟରେ ସମ୍ଭାବ୍ୟ ବାତ୍ୟା ‘ଦାନା’ ଭୟଙ୍କର ରୂପ ନେଇ ସ୍ଥଳଭାଗ ଆଡ଼କୁ ମାଡ଼ି ଆସୁଥିବାବେଳେ ଏହାର ମୁକାବିଲା ପାଇଁ ରାଜ୍ୟ ସରକାର ଜୋରଦାର ପ୍ରସ୍ତୁତି ଆରମ୍ଭ କରିଛନ୍ତି । ପ୍ରଭାବିତ ହେବାକୁ ଥିବା ୬ଟି ଜିଲ୍ଲାକୁ ୬ଜଣ ବରିଷ୍ଠ ଆଇଏଏସଙ୍କୁ ପଠାଯାଇଛି, ଯେଉଁମାନେକି ପୂର୍ବରୁ ସମ୍ପୃକ୍ତ ଜିଲ୍ଲାର ଜିଲ୍ଲାପାଳ ଭାବେ କାର୍ଯ୍ୟ କରିସାରିଛନ୍ତି ।

ଆଜି ସ୍ୱତନ୍ତ୍ର ରିଲିଫ କମିଶନରଙ୍କ ପକ୍ଷରୁ ଜାରି ନିର୍ଦ୍ଦେଶନାମା ଅନୁସାରେ, ବଙ୍ଗୋପସାଗରରେ ସମ୍ଭାବ୍ୟ ବାତ୍ୟା ଯୋଗୁ ପ୍ରଭାବିତ ହେବାକୁ ଥିବା ୬ଟି ଜିଲ୍ଲାରେ ରିଲିଫ ଓ ଉଦ୍ଧାର କାର୍ଯ୍ୟ ସହ ବାତ୍ୟା ସଂକ୍ରାନ୍ତ କାର୍ଯ୍ୟର ତଦାରଖ ନିମନ୍ତେ ୬ଜଣ ବରିଷ୍ଠ ଆଇଏଏସଙ୍କୁ ନିୟୋଜିତ କରାଯାଇଛି । ଏହି ଅଫିସରମାନେ ଆସନ୍ତାକାଲି ଅର୍ଥାତ୍ ୨୩ତାରିଖ ସୁଦ୍ଧା ସେମାନଙ୍କୁ ଆବଂଟିତ ଜିଲ୍ଲାକୁ ନିଶ୍ଚିତ ଭାବେ ଯିବେ । ସେଠାରେ ରହି ତଦାରଖ କାର୍ଯ୍ୟ କରିବେ । ସମ୍ଭାବ୍ୟ ପ୍ରଭାବିତ ଜିଲ୍ଲା ବାଲେଶ୍ୱର, ଭଦ୍ରକ, ପୁରୀ, ମୟୂରଭଞ୍ଜ, ଜଗତସିଂହପୁର ଓ କେନ୍ଦ୍ରାପଡ଼ା ଜିଲ୍ଲା ପାଇଁ ଏହି ଆଇଏଏସ୍ ଅଫିସରମାନଙ୍କୁ ନିଯୁକ୍ତି ଦିଆଯାଇଛି ।

ବାଲେଶ୍ୱର- କେ.ସୁଦର୍ଶନ ଚକ୍ରବର୍ତ୍ତୀ (ନିର୍ଦ୍ଦେଶକ, ମାଇନର ମିନେରାଲସ)

ଭଦ୍ରକ- ତ୍ରିଲୋଚନ ମାଝୀ (ଅତିରିକ୍ତ ସଚିବ, ରାଜସ୍ୱ ବିଭାଗ)

ପୁରୀ- ବଳବନ୍ତ ସିଂ (ପର୍ଯ୍ୟଟନ ସଚିବ)

ମୟୂରଭଞ୍ଜ- ଭିନିତ୍ ଭରଦ୍ୱାଜ (ନିର୍ଦ୍ଦେଶକ, ପାନୀୟଜଳ ଓ ପରିଚ୍ଛନ୍ନତା)

ଜଗତସିଂହପୁର- ଯାମିନୀ ଷଡ଼ଙ୍ଗୀ (ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ,ଆଦର୍ଶ ସ୍କୁଲ)

କେନ୍ଦ୍ରାପଡ଼ା- ସମର୍ଥ ବର୍ମା (ନିର୍ଦ୍ଦେଶକ, ପର୍ଯ୍ୟଟନ)

Related story