Small Fish
ବନ୍ୟା ପାଣି ଯୋଗୁ ଜାଲରେ ଧରା ପଡ଼ିଲେ ପ୍ରବଳ ମାଛ । ବଜାରରେ ମାଛ ହାଉଜାଉ। ଫଳରେ କିଲୋ ପିଛା ହୋଇଗଲା ୨୦ ଟଙ୍କା। ଆଉ ଦେଖୁଦେଖୁ ଲୋକେ ବି ତାହାକୁ ବୋହି ନେଲେ । ଏପରି ଚିତ୍ର ଆଜି କଟକ ଜିଲ୍ଲା ବାଙ୍କୀ ବଜାରରେ ଦେଖିବାକୁ ମିଳିଛି।
ଗତ କିଛି ଦିନ ତଳେ ମହାନଦୀର ବନ୍ୟାଜଳ ଶାଖା ନଦୀରେ ପ୍ରବେଶ କରିବା ଦ୍ଵାରା ପାଣିରେ ବୁଡି ରହିଥିଲା ଶହ ଶହ ଏକର ଜମି। ଏବେ ମହାନଦୀରୁ ପାଣି ହ୍ରାସ ପାଇବା ଫଳରେ ବାଙ୍କୀଠାରେ ଶାଖା ନଦୀ ଚନ୍ଦ୍ରପାରୁ ପାଣି ଛାଡିବାକୁ ଲାଗିଛି। ଫଳରେ ମତ୍ସ୍ୟଜୀବୀଙ୍କ ଜାଲରେ ପୁଳାପୁଳା ଛୋଟ ମାଛ ପଡ଼ୁଛନ୍ତି।
ମତ୍ସ୍ୟଜୀବୀମାନେ ବାଙ୍କୀ ତାରିଣୀ ଛକଠାରେ ଛୋଟ ମାଛ ଗଦା କରିଥିବା ବେଳେ କିଲୋ ପିଛା ତାହାକୁ ୨୦ ଟଙ୍କାରେ ବିକ୍ରି କରୁଛନ୍ତି। ଏତେ ଶସ୍ତାରେ ମାଛ ମିଳୁଥିବା ଶୁଣି ଉକ୍ତ ବାଟ ଦେଇ ଯାଉଥିବା ଲୋକେ ବି କିଛି ସମୟ ଅଟକି ଯାଉଛନ୍ତି। ଆଉ କିଣିବାକୁ ଗହଳି ଜମାଉଛନ୍ତି ।
ଗତ କାଲି ମଙ୍ଗଳବାର ଥିବାରୁ ମାଛ ବିକ୍ରି ରେ ମାନ୍ଦାବସ୍ଥା ଦେଖାଯାଇଥିଲା। ମାତ୍ର ଆଜି ଖୁବ୍ ସମୟରେ ସମସ୍ତ ମାଛ ବିକ୍ରି କରିଦେଇଛନ୍ତି ପାରୀ ଓ ମତ୍ସ୍ୟଜିବୀ। ଏହି ଛୋଟ ମାଛର ଚାହିଦା ପ୍ରବଳ ଥିବାରୁ ଲୋକମାନେ କିଣିବାକୁ ଆଗ୍ରହ ପ୍ରକାଶ କରୁଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us