Advertisment

ଟଙ୍କା ଫେରି ପାଇବେ ଦୁଇଟି ଚିଟ୍‌ଫଣ୍ଡ ସଂସ୍ଥାର କ୍ଷୁଦ୍ର ଜମାକାରୀ

ଉଭୟ ସଂସ୍ଥାର ଚିହ୍ନଟ ହୋଇଥିବା ମୋଟ ୨ଲକ୍ଷ ୫୯ ହଜାର ୨୮୦ ଜଣ ଜମାକାରୀଙ୍କୁ ୯୨ କୋଟି ୫୮ ଲକ୍ଷ ୭୮ ହଜାର ୨୦୧ ଟଙ୍କା ଫେରସ୍ତ କରାଯିବ।

author-image
Jitendra Garnayak
Rupee

Rupee

ଚିଟ୍‌ଫଣ୍ଡ ସଂସ୍ଥା ଗୋଲଡେନ୍ ଲ୍ୟାଣ୍ଡ ଡେଭଲପର୍ସ ଓ ଜି. ଏଲ୍‌. ପି ଡେଭଲପର୍ସର କ୍ଷୁଦ୍ର ଜମାକାରୀଙ୍କ ପାଇଁ ଖୁସି ଖବର। ଆଠ ହଜାର କିମ୍ବା ତା’ ଠାରୁ କମ୍‌ ଜମା କରିଥିବା ଜମାକାରୀଙ୍କୁ ଫେରସ୍ତ ହେବ ସେମାନଙ୍କ ଟଙ୍କା।

Advertisment

ଉଭୟ ସଂସ୍ଥାର ଚିହ୍ନଟ ହୋଇଥିବା ମୋଟ ୨ଲକ୍ଷ ୫୯ ହଜାର ୨୮୦ ଜଣ ଜମାକାରୀଙ୍କୁ ୯୨ କୋଟି ୫୮ ଲକ୍ଷ ୭୮ ହଜାର ୨୦୧ ଟଙ୍କା ଫେରସ୍ତ ଦେବାକୁ କଟକ ସ୍ୱତନ୍ତ୍ର ଚିଟ୍‌ଫଣ୍ଡ ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି। ଉଭୟ ସଂସ୍ଥାର ସ୍ଥାବର ଓ ଆସ୍ଥାବର ସମ୍ପତ୍ତି ନିଲାମ କରିଵା ପରେ ବିକ୍ରିଲବ୍ଧ ଅର୍ଥ କ୍ଷୁଦ୍ର ଜମାକାରୀଙ୍କ ମଧ୍ୟରେ ବାଣ୍ଟିବାକୁ କଟକ ସ୍ୱତନ୍ତ୍ର କ୍ଷମତାପ୍ରାପ୍ତ ଅଧିକାରୀ ତଥା ଏଡିଏମଙ୍କ ଆବେଦନ ଉପରେ ଶୁଣାଣି କରି ସ୍ୱତନ୍ତ୍ର ଚିଟ୍‌ଫଣ୍ଡ ଅଦାଲତ ଏହି ନିର୍ଦ୍ଦେଶ ଦେଇଛନ୍ତି।

ଉଭୟ ସଂସ୍ଥାର ସମ୍ପତ୍ତି ନିଲାମ ପରେ ମୋଟ ୮୮ କୋଟି ୮୧ ଲକ୍ଷ ୭୮ ହଜାର ୧୦୧୦ଟଙ୍କା ମିଳିଥିବା ବେଳେ ଏହା ଏବେ ସୁଧ ସହ ୧୦୨ କୋଟି ୧୭ ଲକ୍ଷ ୭୫ ହଜାର ୬୯୦ ଟଙ୍କା ହୋଇଛି ଓ ବ୍ୟାଙ୍କରେ ଜମା ରହିଛି ବୋଲି ଏଡିଏମ ତାଙ୍କ ଆବେଦନରେ ଜଣାଇଥିଲେ। ଜମାଟଙ୍କା ଫେରିପାଇବା ପାଇଁ ଉଭୟ ସଂସ୍ଥାର ମୋଟ ୪,୭୬, ୧୦୨ ଜଣ ଜମାକାରୀ ଆବେଦନ କରିଥିଲେ। ସେମାନଙ୍କ ଦାବି ଅନୁଯାୟୀ ସମୁଦାୟ ୪୭୯ କୋଟି ୫୫ ଲକ୍ଷ ୪୩ ହଜାର ୨୭୪ ଟଙ୍କା ଆବଶ୍ୟକ ବୋଲି ସେ ନିଜ ଆବେଦନରେ ଦର୍ଶାଇଥିଲେ।

Advertisment

ହାଇକୋର୍ଟଙ୍କ ଦ୍ୱାରା ନିର୍ଦ୍ଧାରିତ ନିୟମ ଅନୁଯାୟୀ ଚିହ୍ନଟ ପ୍ରକ୍ରିୟାରେ ବର୍ତ୍ତମାନ ସୁଦ୍ଧା ୨ ଲକ୍ଷ ୫୯ ହଜାର ୨୮୦ ଜଣଙ୍କୁ କ୍ଷୁଦ୍ର ଏବଂ ଯୋଗ୍ୟ ଜମାକାରୀ ଭାବେ ଚି଼ହ୍ନଟ କରାଯାଇଛି ବୋଲି ସେ ନିଜ ଆବେଦନରେ ଦର୍ଶାଇଵା ସହ ଫେରସ୍ତ ପ୍ରକ୍ରିୟା ପାଇଁ ଅନୁମତି ଲୋଡ଼ିଥିଲେ।

Chit Fund Scam