Advertisment

ଆଇଏଏସ୍ ସ୍ତରରେ ଛୋଟ ଧରଣର ଅଦଳବଦଳ

ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରାଯାଇଛି।

author-image
Jitendra Garnayak
Loka Seva Bhaban

Loka Seva Bhaban

IAS ସ୍ତରରେ ଆଜି ଛୋଟ ଧରଣର ଅଦଳବଦଳ କରିଛନ୍ତି ରାଜ୍ୟ ସରକାର। ଏନେଇ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରାଯାଇଛି।

Advertisment

ଓମ୍‌ଫେଡ୍‌ର ପରିଚାଳନା ନିର୍ଦ୍ଦେଶକ ଥିବା ୨୦୧୩ ବ୍ୟାଚ୍‌ର ଆଇଏଏସ୍ ଅଫିସର ବିଜୟ ଅମୃତ କୁଲାଙ୍ଗେଙ୍କୁ ପ୍ରାଣୀପାଳନ ଓ ପ୍ରାଣୀ ଚିକିତ୍ସା ସେବାର ନିର୍ଦ୍ଦେଶକ କରାଯାଇଛି। ସେ ଓମ୍‌ଫେଡ୍‌ର ପରିଚାଳନା ନିର୍ଦ୍ଦେଶକ ଭାବେ ଅତିରିକ୍ତ ଦାୟିତ୍ୱ ତୁଲାଇବେ।

ଆୟୁଷର ନିର୍ଦ୍ଦେଶକ ଥିବା ୨୦୧୪ ବ୍ୟାଚ୍‌ର ଆଇଏଏସ୍ ଅଫିସର ପ୍ରେମଜିତ୍ ନାୟକଙ୍କୁ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି, ଉନ୍ନୟନ, ସଂଖ୍ୟାଲଘୁ ସମ୍ପ୍ରଦାୟ ଓ ପଛୁଆ ବର୍ଗ କଲ୍ୟାଣ ବିଭାଗର ଅତିରିକ୍ତ ସଚିବ ଭାବେ ବଦଳି କରାଯାଇଛି।

Advertisment

୨୦୧୫ ବ୍ୟାଚ୍‌ର ଆଇଏଏଏସ୍ ଅଫିସର ଅଞ୍ଜନା ପଣ୍ଡାଙ୍କୁ ଆୟୁଷର ନିର୍ଦ୍ଦେଶିକ ଭାବେ ନିଯୁକ୍ତ ଦିଆଯାଇଛି। ସେ ଏବେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗରେ ଅତିରିକ୍ତ ସଚିବ ଭାବେ କାର୍ଯ୍ୟ କରୁଛନ୍ତି।

ଅବକାରୀ କମିଶନର ଥିବା ୨୦୧୭ ବ୍ୟାଚ୍‌ର ଆଇଏଏସ୍ ପି. ଅନ୍ୱେଷା ରେଡ୍ଡୀଙ୍କୁ ଇନ୍ସପେକ୍ଟର ଜେନେରାଲ ଅଫ୍ ରେଜିଷ୍ଟ୍ରେସନ ବା IGRର ଅତିରିକ୍ତ ଦାୟିତ୍ୱ ଦିଆଯାଇଛି।

Lokaseva Bhaban