BSE Office
ରାଜ୍ୟ ସରକାର ଆଜି ଆଇଏଏସ୍ ଅଫିସରସ୍ତରରେ ଏକ ଛୋଟଧରଣର ଅଦଳବଦଳ କରିଛନ୍ତି । କଟକରେ ଇନ୍ସପେକ୍ଟର ଜେନେରାଲ ଅଫ୍ ରେଜିଷ୍ଟ୍ରେସନ(ଆଇଜିଆର) ଭାବେ କାର୍ଯ୍ୟରତ ୨୦୧୦ ବ୍ୟାଚ୍ ଆଇଏଏସ୍ ଜ୍ୟୋତିପ୍ରକାଶ ଦାସଙ୍କ ଓଡ଼ିଶା ମାଧ୍ୟମିକ ଶିକ୍ଷା ବୋର୍ଡ ସଭାପତି ହେବେ । ସେ ଅତିରିକ୍ତ ଭାବେ ଏହି ନୂଆ ଦାୟିତ୍ୱ ତୁଲାଇବେ ।
ମାଧ୍ୟମିକ ଶିକ୍ଷା ପରିଷଦ ସଭାପତି ତଥା ୨୦୧୦ ବ୍ୟାଚ୍ ଆଇଏଏସ୍ ରମାଶିଷ ହାଜରାଙ୍କୁ ପଶୁପାଳନ ଓ ପ୍ରାଣୀଧନ ନିର୍ଦ୍ଦେଶକ ଭାବେ ବଦଳି କରାଯାଇଛି । ଅନ୍ୟପକ୍ଷରେ ସେଠାରେ ଥିବା ୨୦୧୪ ବ୍ୟାଚ୍ ଆଇଏଏସ୍ ଡଃ ୟେଦୁଲା ବିଜୟଙ୍କୁ ବିଜ୍ଞାନ ଓ କାରିଗରି କୌଶଳ ବିଭାଗର ଯୁଗ୍ମ ସଚିବ ଭାବେ ବଦଳି ହୋଇଛି । ଏନେଇ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ଜାରି ହୋଇଛି । ତେବେ ୟେଦୁଲା ବିଜୟଙ୍କୁ ସରକାର କାହିଁକି ଏଭଳି ବଦଳି କରିଛନ୍ତି, ତାହା ଜଣାପଡ଼ିନି ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/BSE_Office_1692275982.jpg)