Advertisment

ଓଏଏସ ଅଫିସର ସ୍ତରରେ ଅଦଳବଦଳ

ନାରାୟଣପାଟଣା ତହସିଲଦାର ଯଦୁମଣି ନାଏକଙ୍କୁ ନବରଙ୍ଗପୁର ଜିଲ୍ଲା ପରିଷଦର ଅତିରିକ୍ତ କାର୍ଯ୍ୟନିର୍ବାହୀ ଅଧିକାରୀ ଭାବେ ବଦଳି ହୋଇଛି।

ଅଦ୍ୟତନ ହୋଇଛି
Transfer drawing

Transfer drawing

Advertisment

ରାଜ୍ୟ ସରକାର ଆଜି ଓଏଏସ୍ ଅଫିସରସ୍ତରରେ ଛୋଟଧରଣର ଅଦଳବଦଳ କରିଛନ୍ତି । ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ ଅନୁସୂଚିତ ଜାତି ଓ ଜନଜାତି ବିଭାଗର ସ୍ୱତନ୍ତ୍ର ସଚିବ ତଥା ରାଜ୍ୟ ଜନଜାତି ନିର୍ଦ୍ଦେଶକ ଶ୍ରୀକାନ୍ତ ତରାଇଙ୍କୁ ରାଜସ୍ୱ ଓ ବିପର୍ଯ୍ୟୟ ପ୍ରଶମନ ବିଭାଗର ସ୍ୱତନ୍ତ୍ର ସଚିବ ଭାବେ ବଦଳି କରାଯାଇଛି ।

Advertisment

ନାରାୟଣପାଟଣା ତହସିଲଦାର ଯଦୁମଣି ନାଏକଙ୍କୁ ନବରଙ୍ଗପୁର ଜିଲ୍ଲା ପରିଷଦର ଅତିରିକ୍ତ କାର୍ଯ୍ୟନିର୍ବାହୀ ଅଧିକାରୀ ଭାବେ ବଦଳି ହୋଇଛି। ଗୋସାଣୀ ବିଡିଓ ନୀଳମାଧବ ମାଝୀଙ୍କୁ ଗଜପତି ଜିଲ୍ଲା ପରିଷଦର ଅତିରିକ୍ତ କାର୍ଯ୍ୟନିର୍ବାହୀ ଅଧିକାରୀ. ହେମଗିରି ତହସିଲଦାର ଭିକ୍ଟୋରିଆ ଏକ୍କାଙ୍କୁ ଝାରସୁଗୁଡ଼ା ଉପଜିଲ୍ଲାପାଳ ଓ ପାପଡ଼ାହାଣ୍ଡି ତହସିଲଦାର ଯୋଗେଶ୍ୱର ଭୋଇଙ୍କୁ ନୂଆପଡ଼ା ଜିଲ୍ଲା ପରିଷଦର ଅତିରିକ୍ତ କାର୍ଯ୍ୟନିର୍ବାହୀ ଅଧିକାରୀ ଭାବେ ବଦଳି ହୋଇଛି ।

Oas
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe