ଏପଟେ ବର୍ଷା-ଖରାରେ ଦିନରାତି ଏକ କରି ରାଜ ରାସ୍ତାରେ ହକ ଲଢ଼େଇ ଜାରି ରଖିଛନ୍ତି ଶିକ୍ଷକ ସମାଜ । କିନ୍ତୁ ସେପଟେ ସ୍କୁଲରେ ଛାତ୍ରଛାତ୍ରୀଙ୍କ ପାଠ ପଢ଼ା ସମ୍ପୂର୍ଣ୍ଣ ଠପ୍ ହୋଇପଡିଛି। କୁନିକୁନି ଛାତ୍ରୀ ଦୁଇଜଣ ଉଣାଅଧିକେ ବୁଝିସାରିଲେଣି ଯେ, ଏ ସରକାର ଆମ ଗୁରୁଙ୍କ କଥା ଶୁଣିନାହାନ୍ତି।