Advertisment

ଭିନ୍ନକ୍ଷମଙ୍କ ପାଇଁ ସ୍ମାର୍ଟ ଉପକରଣ କ୍ରୟ: ଜିଲ୍ଲାପାଳଙ୍କୁ ୩ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ ଅନୁମତି

ଏବେ ପ୍ରଚଳିତ ନିୟମ ଅନୁସାରେ, ଭିନ୍ନକ୍ଷମ ବ୍ୟକ୍ତିଙ୍କ ପାଇଁ ସ୍ମାର୍ଟ ଉପକରଣ କ୍ରୟ ନିମନ୍ତେ ଜିଲ୍ଲାଗୁଡ଼ିକୁ ରାଜ୍ୟ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର ଅନୁମୋଦନ ନେବାକୁ ପଡ଼ିଥାଏ ।

divyang

divyang

Advertisment

ଜଣେ ଭିନ୍ନକ୍ଷମଙ୍କ ନିମନ୍ତେ ସ୍ମାର୍ଟ ଉପକରଣ କ୍ରୟ ପାଇଁ ଜିଲ୍ଲାପାଳମାନେ ଏଣିକି ସର୍ବାଧିକ ୩ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଅର୍ଥ ଖର୍ଚ୍ଚ କରିପାରିବେ । ଏଥିପାଇଁ ଆଉ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର ଅନୁମତି ଆବଶ୍ୟକତା ପଡ଼ିବ ନାହିଁ । ଭିନ୍ନକ୍ଷମଙ୍କ ନିମନ୍ତେ ପ୍ରତ୍ୟେକ ସ୍ମାର୍ଟ ଉପକରଣ କ୍ରୟ ପାଇଁ ୩ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ କରିବାର ଆର୍ଥିକ କ୍ଷମତା ପ୍ରଦାନ ଜିଲ୍ଲାପାଳମାନଙ୍କୁ ପ୍ରଦାନ କରାଯାଇଥିବା ନେଇ ରାଜ୍ୟ ସରକାର ଅବଗତ କରିଛନ୍ତି।

Advertisment

ଏବେ ପ୍ରଚଳିତ ନିୟମ ଅନୁସାରେ, ଭିନ୍ନକ୍ଷମ ବ୍ୟକ୍ତିଙ୍କ ପାଇଁ ସ୍ମାର୍ଟ ଉପକରଣ କ୍ରୟ ନିମନ୍ତେ ଜିଲ୍ଲାଗୁଡ଼ିକୁ ରାଜ୍ୟ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର ଅନୁମୋଦନ ନେବାକୁ ପଡ଼ିଥାଏ । କିନ୍ତୁ ସେଥିରେ ସଂଶୋଧନ କରି ଭିନ୍ନକ୍ଷମଙ୍କ ପିଛା ସ୍ମାର୍ଟ ଉପକରଣ କ୍ରୟ ନିମନ୍ତେ ୩ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ କରିବାକୁ ଆଉ ବିଭାଗର ଅନୁମତି ବାଧ୍ୟତାମୂଳକ ନୁହେଁ ବୋଲି ରାଜ୍ୟ ସରକାର ସ୍ପଷ୍ଟ କରିଚନ୍ତି । ଜିଲ୍ଲାପାଳମାନେ ନିର୍ଦ୍ଧିଷ୍ଟ ନିର୍ଦ୍ଦେଶାନାମା ଜାରି କରି ଏହି ସ୍ମାର୍ଟ ଉପକରଣ କ୍ରୟ କରିବାକୁ ଅଧିକୃତ । ତେବେ ଯଦି କୌଣସି ସ୍ମାର୍ଟ ଉପକରଣର ମୂଲ୍ୟ ୩ଲକ୍ଷ ଟଙ୍କାରୁ ଅଧିକ ହୋଇଥାଏ,ସେଥିପାଇଁ ବିଭାଗର ଅନୁମତି ଜରୁରୀ ବୋଲି ସରକାର ସ୍ପଷ୍ଟ କରିଛନ୍ତି ।

ତେଣୁ ଭିନ୍ନକ୍ଷମ ବ୍ୟକ୍ତିମାନଙ୍କର ସମସ୍ୟାକୁ ଆକଳନ ପାଇଁ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଯଦି ସେମାନେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଅଭିଯାନ ଗାଇଡଲାଇନ୍ ଆଧାରରେ ସ୍ମାର୍ଟ ଉପକରଣ ଉପଯୋଗ ପାଇଁ ଯୋଗ୍ୟ ଥିବେ ତା’ହେଲେ ସେମାନଙ୍କୁ ସହାୟତା ଦେବାକୁ ବିଭାଗ ଆଜି ପରାମର୍ଶ ଦେଇଛି ।

Advertisment
Bhubaneswar
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe