Advertisment

ଚଳନ୍ତା ଟ୍ରେନ୍‌ରୁ ବାହାରିଲା ଧୂଆଁ, ଛାନିଆଁରେ ଶତାଧିକ ଯାତ୍ରୀଙ୍କ ଚେନ୍‌ ପୁଲିଂ

ଟ୍ରେନ୍‌ ଅଟକିବା ପରେ ଯାଞ୍ଚ ହୋଇଥିଲା। ଏଥିରେ ଜଣାପଡ଼ିଥିଲା ଯେ, ଟ୍ରେନ୍‌ରର ଚକା ଜାମ୍ ହେବାରୁ ଧୂଆଁ ବହାରିଥିଲା।

author-image
Niranjan Mishra
ଅଦ୍ୟତନ ହୋଇଛି
Smoke billowed out of the moving train

Smoke billowed out of the moving train

ଚଳନ୍ତା ଟ୍ରେନରୁ ବାହାରିଲା ଧୂଆଁ। ଧୂଆଁ ଦେଖି ଶତାଧିକ ଯାତ୍ରୀ ଛାନିଆଁ ହୋଇ ଏକ ସଙ୍ଗେ ବଗିମାନଙ୍କରେ ଥିବା ଚେନ୍‌କୁ ପୁଲିଂ କରିଥିଲେ। ଫଳରେ ତୁରନ୍ତ ଟ୍ରେନ୍‌ ଅଟକିଥିଲା। ଟ୍ରେନ୍‌ ଅଟକିବା ପରେ ସମସ୍ତେ ବାହାରକୁ ଓହ୍ଲାଇ ପଡ଼ିଥିଲେ। ଆଜି ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ଷ୍ଟେସନ ନିକଟରେ ଏହି ଘଟଣା ଘଟିଛି। ଏହି ଟ୍ରେନ୍ ଦିବ୍ରୁଗଡ଼ରୁ କନ୍ୟାକୁମାରୀ(ବିବେକ ଏକ୍ସପ୍ରେସ) ଯାଉଥିଲା।

Advertisment

ଟ୍ରେନ୍‌ ଅଟକିବା ପରେ ଯାଞ୍ଚ ହୋଇଥିଲା। ଏଥିରେ ଜଣାପଡ଼ିଥିଲା ଯେ, ଟ୍ରେନ୍‌ର ଚକା ଜାମ୍ ହେବାରୁ ଧୂଆଁ ବହାରିଥିଲା।

ତେବେ ଯାତ୍ରୀଙ୍କ କହିବା କଥା ଏହି ଏକ୍ସପ୍ରେସର ସାଧାରଣ ବଗିରୁ ଧୂଆଁ ବାହାରିଥିଲା। ପ୍ରାୟ ୩୦ ମିନିଟ ଧରି ଟ୍ରେନ୍ ଅଟକିବା ସହ ଚକା ଜାମ ମରାମତି ହୋଇଥିଲା। ମରାମତି ସରିବା ପରେ ଟ୍ରେନ ପୁଣି ଗନ୍ତବ୍ୟ ସ୍ଥଳ ଉପଲକ୍ଷେ ଛାଡିଥିଲା।

Advertisment
Smoke billowed out of the moving trainବଗି ତଳୁ ଧୂଆଁ ବାହାରିବା ପରେ ମରାମତି କରାଯାଉଛି।
Ganjam Train Accident