Advertisment

ବୀମାଭୁକ୍ତ ହେବେ ସାପଧରାଳୀ, ସରକାର ଦେବେ ପ୍ରିମିୟମ

ଆଜି ଗଣମାଧ୍ୟମକୁ ସୂଚନା ଦେଇ ରାଜସ୍ୱ ଓ ବିପର୍ଯ୍ୟୟ ପ୍ରଶମନ ମନ୍ତ୍ରୀ ପ୍ରମିଳା ମଲ୍ଲିକ କହିଛନ୍ତି ଯେ,ବିପଦପୂର୍ଣ୍ଣ ପରିବେଶରେ ସାପ ଧରୁଥିବା ବ୍ୟକ୍ତିମାନଙ୍କୁ ବୀମାଭୁକ୍ତ କରିବା ନିମନ୍ତେ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି।

Snake catcher

Snake catcher

Advertisment

ରାଜ୍ୟରେ ସାପ କାମୁଡ଼ା ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଉଥିବାବେଳେ ସାପଧରାଳୀଙ୍କୁ ପ୍ରଶିକ୍ଷଣ ଓ ବୀମାଭୁକ୍ତ କରିବା ନିମନ୍ତେ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ସାପଧରାଳୀଙ୍କ ବୀମାଭୁକ୍ତ କରାଯିବ ଓ ପ୍ରିମିୟମ ବାବଦ ଅର୍ଥ ରାଜ୍ୟ ଜଙ୍ଗଲ ଓ ପରିବେଶ ବିଭାଗ ବହନ କରିବ ।

Advertisment

ଆଜି ଗଣମାଧ୍ୟମକୁ ସୂଚନା ଦେଇ ରାଜସ୍ୱ ଓ ବିପର୍ଯ୍ୟୟ ପ୍ରଶମନ ମନ୍ତ୍ରୀ ପ୍ରମିଳା ମଲ୍ଲିକ କହିଛନ୍ତି ଯେ,ବିପଦପୂର୍ଣ୍ଣ ପରିବେଶରେ ସାପ ଧରୁଥିବା ବ୍ୟକ୍ତିମାନଙ୍କୁ ବୀମାଭୁକ୍ତ କରିବା ନିମନ୍ତେ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ସାପଧରାଳୀଙ୍କ ବୀମାବାବଦ ପ୍ରିମିୟମ ଅର୍ଥକୁ ରାଜ୍ୟ ଜଙ୍ଗଲ ଓ ପରିବେଶ ବିଭାଗ ବହନ କରିବ। ସମ୍ପୃକ୍ତ ସାପଧରାଳୀଙ୍କୁ ପ୍ରଶିକ୍ଷଣ ଦେବାକୁ ଓସଡମାକୁ ପ୍ରସ୍ତାବ ଦିଆଯିବ। ଯେଉଁମାନେ ଏହି ସାପଧରାଳୀ କାର୍ଯ୍ୟକ୍ରମରେ ଅଛନ୍ତି ସେମାନଙ୍କୁ ଓସଡ଼ମା ପ୍ରଶିକ୍ଷଣ ଦେବ। ଏହାପରେ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆରମ୍ଭ କରାଯିବ।

ସୂଚନାଯୋଗ୍ୟ, ଗତମାସରେ ରାଜ୍ୟ ଜଙ୍ଗଲ ଓ ପରିବେଶ ବିଭାଗ ପକ୍ଷରୁ ସାପଧରିବା ନିମନ୍ତେ ଏକ ଗାଇଡଲାଇନ୍ ଜାରି ହୋଇଥିଲା। ଏହି ନୂଆ ଗାଇଡଲାଇନ୍ ଅନୁସାରେ କେବଳ ପ୍ରଶିକ୍ଷିତ ସାପଧରାଳୀମାନେ ବନ୍ୟଜନ୍ତୁ ସୁରକ୍ଷା ଆଇନ-୧୯୭୨ ଅନୁସାରେ ସାପ ଧରିବାକୁ ଅନୁମତି ଦିଆଯାଇଛି।

Advertisment
Forest
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe