snake rescue
ଜଙ୍ଗଲ ଓ ପରିବେଶ ମନ୍ତ୍ରୀଙ୍କ ବାସଭବନରେ ବାହାରିଲା ସାପ। ଭୁବନେଶ୍ୱର ୟୁନିଟ୍-୬ରେ ଥିବା ଜଙ୍ଗଲ ମନ୍ତ୍ରୀ ଗଣେଶ ରାମସିଂ ଖୁଣ୍ଟିଆଙ୍କୁ ଆବଣ୍ଟିତ ନୂଆ ସରକାରୀ ବାସଭବନରେ ଏବେ ନବୀକରଣ କାମ ଚାଲୁଥିବା ବେଳେ ସେଠାରୁ ଏକ ସାପ ଉଦ୍ଧାର ହୋଇଛି।
କ୍ୱାର୍ଟର୍ସ ଭିତରେ ଥିବା କର୍ମଚାରୀ ମାନେ କବାଟ ଖୋଲିବା ବେଳକୁ ଏକ ବଡ ସାପ କବାଟ ପାଖରେ ଦେଖି ଭୟଭୀତ ହୋଇ ଯାଇଥିଲେ। ପରେ ସ୍ନେକ୍ ହେଲ୍ପଲାଇନକୁ ଖବର ଦିଆଯାଇଥିଲା।
ସ୍ନେକ୍ ହେଲ୍ପ ଲାଇନର ସାଧାରଣ ସମ୍ପାଦକ ଶୁଭେନ୍ଦୁ ମଲ୍ଲିକ ଘଟଣାସ୍ଥଳରେ ପହଞ୍ଚି ସାପଟିକୁ ଉଦ୍ଧାର କରିଥିଲେ। ଉଦ୍ଧାର ସାପଟି ଢମଣା ବୋଲି ଜଣାଯାଇଛି। ତାର ଲମ୍ବ ୫ ଫୁଟ। ପରେ ସାପଟିକୁ ପ୍ରାକୃତିକ ଆବାସସ୍ଥଳୀରେ ଛାଡ଼ି ଦିଆଯାଇଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/IMAGE_1725690843.jpg)