Advertisment

କୁଆଡ଼େ ଗଲେ ପ୍ରଫୁଲ୍ଲ ସାମନ୍ତରା ? ତାଙ୍କୁ ହୋଟେଲରୁ ଉଠାଇ ନେଇଥିବା ବ୍ୟକ୍ତିମାନେ କିଏ?

ରାୟଗଡ଼ାର ଏକ ହୋଟେଲରେ ରହୁଥିଲେ ପ୍ରଫୁଲ୍ଲା ସାମନ୍ତରା। ଆଜି ଅପରାହ୍ନ ପ୍ରାୟ ୩ଟା ବେଳେ ସେ ରହୁଥିବା ହୋଟେଲରୁ ୩/୪ ଜଣ ଲୋକ ଆସିଥିଲେ। ସେମାନେ ପ୍ରଫୁଲ୍ଲା ସାମନ୍ତରାଙ୍କୁ ହୋଟେଲରୁ ନେଇ ଯାଇଥିଲେ।

Prafulla Samantra

Prafulla Samantra

Advertisment

ସାମାଜିକ କର୍ମୀ ପ୍ରଫୁଲ୍ଲ ସାମନ୍ତରାଙ୍କୁ ରାୟଗଡ଼ାର ଏକ ହୋଟେଲରୁ ଅପହରଣ କରାଯାଇଥିବା ଅଭିଯୋଗ ହୋଇଛି। ତେବେ ଖବର ଲେଖାଯିବା ସୁଦ୍ଧା ଏନେଇ ପୁଲିସରେ କୌଣସି ଲିଖିତ ଅଭିଯୋଗ ହୋଇନାହିଁ।

Advertisment

ରାୟଗଡ଼ାର ଏକ ହୋଟେଲରେ ରହୁଥିଲେ ପ୍ରଫୁଲ୍ଲ ସାମନ୍ତରା। ଆଜି ଅପରାହ୍ନ ପ୍ରାୟ ୩ଟା ବେଳେ ସେ ରହୁଥିବା ହୋଟେଲରୁ ୩/୪ ଜଣ ଲୋକ ଆସିଥିଲେ। ସେମାନେ ପ୍ରଫୁଲ୍ଲ ସାମନ୍ତରାଙ୍କୁ ହୋଟେଲରୁ ନେଇ ଯାଇଥିଲେ। ପ୍ରଫୁଲ ସାମନ୍ତରା ସେମାନଙ୍କ ସହିତ ହୋଟେଲରୁ ଯିବା ପରଠୁ ତାଙ୍କ ମୋବାଇଲ ସୁଇଚ୍ ଅଫ୍ ରହିଛି। ତେଣୁ ତାଙ୍କୁ ଅପହରଣ କରାଯାଇଥିବା ଆଶଙ୍କା କରାଯାଉଛି। ତେବେ କିଏ ଓ କାହିଁକି ତାଙ୍କୁ ଅପହରଣ କଲା, ତାହା ଜଣାପଡ଼ିନାହିଁ।

ହୋଟେଲ ମ୍ୟାନେଜର କହିଛନ୍ତି, ପ୍ରଫୁଲ୍ଲ ସାମନ୍ତରା ଉକ୍ତ ଲୋକଙ୍କ ସହିତ ଯିବା ପରେ ହୋଟେଲ ପକ୍ଷରୁ ତାଙ୍କୁ କଲ୍ କରାଯାଇଥିଲା। ତାଙ୍କ ଫୋନ୍ ରିଂ ହୋଇଥିଲା। କିନ୍ତୁ କେହି ଉଠାଇ ନଥିଲେ। ତା’ପରେ କଲ୍‌ କଲା ବେଳେ ଫୋନ୍ ସୁଇଚ୍ ଅଫ୍ ଦେଖାଇଥିଲା।

Advertisment

ଇନ୍‌ସାଫ ଆବାହକ ନରେନ୍ଦ୍ର ମହାନ୍ତି କହିଛନ୍ତି, ନିୟମଗିରି ସୁରକ୍ଷା ସମିତି ବିରୋଧରେ ଗତ କିଛି ଦିନ ହେଲା ବିଭିନ୍ନ ପ୍ରକାର ମିଛ କଥା ପ୍ରଚାର କରାଯାଉଛି। କାଶୀପୁରରେ ଯେଉଁ ଲୋକମାନେ ଆନ୍ଦୋଳନ କରୁଛନ୍ତି, ସେମାନଙ୍କ ମଧ୍ୟରୁ ପାଖାପାଖି ୨୫ ଜଣଙ୍କୁ ଗିରଫ କରାଯାଇଛି। ସେମାନଙ୍କୁ ଜେଲ୍‌ରୁ ମୁକୁଳାଇବା ପାଇଁ ପ୍ରଫୁଲ୍ଲ ସାମନ୍ତରାୟ ଆଜି ସେଠାକାର ଆଇନଜୀବୀମାନଙ୍କୁ ଭେଟିବାର କାର୍ଯ୍ୟକ୍ରମ ଥିଲା। ସେହିପରି ସେ ଏକ ସାମ୍ବାଦିକ ସମ୍ମିଳନୀରେ ସେ ଯୋଗ ଦେବାର ଥିଲା। ଆମେ ସନ୍ଦେହ କରୁଛୁ, ତାଙ୍କୁ ପୁଲିସ ଅପହରଣ କରି ନେଇଛି। ଜମି, ଜଙ୍ଗଲ ଓ ଜଳ ପାଇଁ ଚାଲିଥିବା ଜନ ଆନ୍ଦୋଳନକୁ ସେ ସମର୍ଥନ କରୁଥିବା ବେଳେ ତାଙ୍କ ସ୍ୱରକୁ ଚାପି ଦେବାକୁ ଓ ଆନ୍ଦୋଳନକୁ ଦମନ କରିବାକୁ ଏହା ରାଜ୍ୟ ସରକାରଙ୍କ ଏକ ରଣକୌଶଳ।

ଶ୍ରୀ ମହାନ୍ତି ଆହୁରି କହିଛନ୍ତି, ନିୟମଗିରି, ସିଜିମାଳି ଓ କୁଟୁମାଳିର ସୁରକ୍ଷା ପାଇଁ ଯେଉଁ ଆନ୍ଦୋଳନ ଚାଲିଛି, ତାକୁ ଚାପି ଦେବା ପାଇଁ ରାତି ଅଧିଆ ଆନ୍ଦୋଳନକାରୀଙ୍କୁ ପୁଲିସ ଉଠାଇ ନେଇ ବେଆଇନ ଭାବେ ଦୁଇ ତିନି ଦିନି ନିଜ ପାଖରେ ରଖିବା ପରେ କୋର୍ଟରେ ହାଜର କରୁଛି। ସେମାନଙ୍କୁ ଗିରଫ କରାଯାଉଥିବା ନେଇ ସେମାନଙ୍କ ପରିବାର ଲୋକଙ୍କୁ ଅବଗତ କରାଯାଉନାହିଁ। ଏହି ବିଷୟରେ କହିବା ପାଇଁ ଆଜି ଏକ ସାମ୍ବାଦିକ ସମ୍ମିଳନୀ ଡକାଯାଇଥିଲା। ପ୍ରଫୁଲ୍ଲା ସାମନ୍ତରା ଏସବୁ କଥା କହିଥା’ନ୍ତେ। ତେବେ ତା’ ପୂର୍ବରୁ ତାଙ୍କୁ ଉଠାଇ ନିଆଯାଇଛି। ସାମ୍ବାଦିକ ସମ୍ମିଳନୀକୁ ଭଣ୍ଡୁର କରିବାକୁ ତଥା ସରକାରଙ୍କ ବିରୋଧରେ ଉଠିଥିବା ସ୍ୱରକୁ ଚାପି ଦେବାକୁ ରାଜ୍ୟ ସରକାର ଚକ୍ରାନ୍ତ କରି ତାଙ୍କୁ ଉଠାଇ ନେଇଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି।

Niyamgiri Hills Prafulla Samantara
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe