ଖୁବଶୀଘ୍ର ପ୍ରବାସୀ ଓଡ଼ିଆ ନୀତି, ଦାୟିତ୍ୱରେ ରହିବେ ମନ୍ତ୍ରୀ

ପ୍ରବାସୀ ଭାରତୀୟ ଦିବସ ସମାରୋହର ଉଦଯାପନୀ ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସ୍ୱତନ୍ତ୍ର ଭାବେ ପ୍ରବାସୀ ଓଡ଼ିଆଙ୍କୁ ଭେଟି ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିଲେ ।

Pravasi Bharatiya Divas

Pravasi Bharatiya Divas

Ordigital Desk
  • Published: Friday, 10 January 2025
  • Updated: 10 January 2025, 10:51 PM IST

Sports

Latest News

ରାଜ୍ୟ ସରକାର ଖୁବଶୀଘ୍ର ‘ପ୍ରବାସୀ ଓଡ଼ିଆ ନୀତି’ ପ୍ରଣୟନ କରିବେ । ପ୍ରବାସୀ ଓନିଆଙ୍କ ସହ ଯୋଗାଯୋଗରେ ରହିବା ପାଇଁ ମନ୍ତ୍ରୀଙ୍କୁ ଦାୟିତ୍ୱ ଦିଆଯିବ । ବିଭିନ୍ନ ଦେଶର ପ୍ରବାସୀ ଓଡ଼ିଆଙ୍କ ଦାୟିତ୍ୱରେ ଜଣେ ମନ୍ତ୍ରୀ ରହିବେ, ଯିଏ ନୋଡାଲ ଦାୟିତ୍ୱରେ ରହି ପ୍ରବାସୀଙ୍କ ସୁବିଧା-ଅସୁବିଧା ବୁଝିବେ। ଏହାସହିତ ପ୍ରବାସୀଙ୍କ ସୁବିଧା ପାଇଁ ଭୁବନେଶ୍ୱରରୁ କ୍ୱାଲାଲମପୁରକୁ ସିଧାସଳଖ ବିମାନ ଚଳାଚଳ ଖୁବଶୀଘ୍ର ଆରମ୍ଭ ହେବ । ଏନେଇ ଚୁକ୍ତି ସ୍ୱାକ୍ଷରିତ ହୋଇସାରିଛି । ଆଜି ପ୍ରବାସୀ ଓଡ଼ିଆମାନଙ୍କୁ ଭେଟିବା ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସେମାନଙ୍କୁ ଏହି ସୂଚନା ଦେଇଛନ୍ତି ।

ପ୍ରବାସୀ ଭାରତୀୟ ଦିବସ ସମାରୋହର ଉଦଯାପନୀ ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସ୍ୱତନ୍ତ୍ର ଭାବେ ପ୍ରବାସୀ ଓଡ଼ିଆଙ୍କୁ ଭେଟି ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିଲେ । ଓଡ଼ିଶାର ବିକାଶ ପାଇଁ ଏବେ ଡବଲ ଇଞ୍ଜିନ୍ ସରକାର ଚାଲୁଛି । କିନ୍ତୁ ତୃତୀୟ ଇଞ୍ଜିନ ଭାବେ ପ୍ରବାସୀ ଇଞ୍ଜିନ ଯୋଡ଼ି ହୋଇଛି । ସମୃଦ୍ଧ ଓଡ଼ିଶା ଗଠନ ଦିଗରେ ଓଡ଼ିଶାର ଯାତ୍ରାରେ ସାମିଲ ହେବାକୁ ସେମାନଙ୍କୁ ମୁଖ୍ୟମନ୍ତ୍ରୀ ଆହ୍ୱାନ କରିଥିଲେ । ପ୍ରବାସୀଙ୍କ ସହ ଯୋଗାଯୋଗରେ ରହିବା ପାଇଁ ଜଣେ ମନ୍ତ୍ରୀଙ୍କୁ ସ୍ୱତନ୍ତ୍ର ଭାବେ ଦାୟିତ୍ୱ ଦିଆଯିବ । ପ୍ରବାସୀ ଓଡ଼ିଆମାନଙ୍କ ପାଇଁ ସ୍ୱତନ୍ତ୍ର ନୀତି ପ୍ରଣୟନ କରାଯିବ । ରାଜ୍ୟ ଓଡ଼ିଆ ଭାଷା,ସାହିତ୍ୟ ଓ ସଂସ୍କୃତି ବିଭାଗ ଏହାର ନୋଡାଲ ବିଭାଗ ଭାବେ କାର୍ଯ୍ୟ କରିବ । କେନ୍ଦ୍ର ସରକାରଙ୍କ ସହଯୋଗରେ ଆଗାମୀ ଦିନରେ କୁଏତ ଓ କତାର ଭଳି ଦେଶକୁ ମଧ୍ୟ ବିମାନ ଚଳାଚଳ ପାଇଁ ବିଚାର କରାଯାଉଛି ।

Also Read

ସେହିପରି ଏହି କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗ ଦେଇ ଓଡ଼ିଶାର ପର୍ଯ୍ୟଟନର ସମ୍ଭାର ବିଷୟରେ ବିଦେଶରେ ସମସ୍ତଙ୍କୁ ଅବଗତ କରାଇବାକୁ ପରାମର୍ଶ ଦେଇଥିଲେ । ଚାକିରି କରିବା ବଦଳରେ ଚାକିରି ଦେବା ପଦ୍ଧତିକୁ ଆପଣାଇବାକୁ ସେ ଆହ୍ୱାନ ଦେଇଥିଲେ ।

ଏହି କାର୍ଯ୍ୟକ୍ରମରେ ପ୍ରବାସୀ ଓଡ଼ିଆଙ୍କ ମଧ୍ୟରେ ଆମେରିକାରୁ ଆସିଥିବା ଲୀନା ମିଶ୍ର ଓ ଅଜୟ କୁମାର ମହାନ୍ତି, ଜାପାନରୁ କାଳିପଦ ତ୍ରିପାଠୀ, ଅଷ୍ଟ୍ରେଲିଆରୁ ପ୍ରଭାତୀ ପାଣିଗ୍ରାହୀ ଓ ଅମିତାଭ ମହାପାତ୍ର, ଥାଇଲ୍ୟାଣ୍ଡରୁ ଡଃ ବ୍ରହ୍ମଦତ୍ତ,ମାଲେସିଆରୁ ସ୍ନିଗ୍ଧା ମିଶ୍ର ପ୍ରମୁଖ ଓଡ଼ିଶାର ଏହି ସୁନ୍ଦର ଆନ୍ଦୋଳନ ପାଇଁ ଧନ୍ୟବାଦ ଦେବା ସହ ନିଜର ଅନୁଭୂତି ବ୍ୟକ୍ତ କରିଥିଲେ ।

ଏହି କାର୍ଯ୍ୟକ୍ରମରେ ରାଜ୍ୟ ସରକାର ବିଭିନ୍ନ ମନ୍ତ୍ରୀ ଓ ସଚିବମାନେ ଉପସ୍ଥିତ ଥିଲେ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story