Advertisment

ବିଏସକେୱାଇ ନବୀନ କାର୍ଡ ପାଇଁ ଏସଓପି: ନିୟମିତ ସରକାରୀ ଚାକିରିଆ ହୋଇନଥିଲେ କରିପାରିବେ ଆବେଦନ

ପ୍ରତ୍ୟେକ ଆବେଦନକାରୀଙ୍କ ଆବେଦନ ଉପରେ ୨ଟି ପର୍ଯ୍ୟାୟରେ ଭେରିଫିକେସନ୍ କରାଯିବ଼। ଆଉ ଯାଂଚ ପରେ ଠିକ୍ ଥିବା ଯୋଗ୍ୟ ଆବେଦନକାରୀଙ୍କୁ ହିଁ ବିଏସକେୱାଇ ନବୀନ କାର୍ଡ ସୁବିଧା ମିଳିବ।

BSKY

BSKY

Advertisment

ରାଜ୍ୟ ସରକାରରେ ଚାକିରି ନିୟମିତ ହୋଇଥିବା କର୍ମଚାରୀମାନେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା(ବିଏସକେୱାଇ) ନବୀନ କାର୍ଡ ପାଇଁ ଆବେଦନ କରିପାରିବେ। ଏହି କାର୍ଡ ପାଇଁ ଆଉ ମାତ୍ର ୩ଦିନ ବାକି ଥିବାବେଳେ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ନବୀନ କାର୍ଡର ପଞ୍ଜିକରଣ ଓ ଯାଂଚ ନିମନ୍ତେ ଏସଓପି ଜାରି ହୋଇଛି । ଗ୍ରାମାଂଚଳ ପରିବାରଗୁଡ଼ିକୁ ଚିହ୍ନଟ ନିମନ୍ତେ ରାଜ୍ୟ ଆଇଟି ବିଭାଗ ପକ୍ଷରୁ ଏକ ସଫ୍ଟୱେୟାର ବିକଶିତ କରାଯାଇଛି । ପ୍ରତ୍ୟେକ ଆବେଦନକାରୀଙ୍କ ଆବେଦନ ଉପରେ ୨ଟି ପର୍ଯ୍ୟାୟରେ ଭେରିଫିକେସନ୍ କରାଯିବ଼। ଆଉ ଯାଂଚ ପରେ ଠିକ୍ ଥିବା ଯୋଗ୍ୟ ଆବେଦନକାରୀଙ୍କୁ ହିଁ ବିଏସକେୱାଇ ନବୀନ କାର୍ଡ ସୁବିଧା ମିଳିବ।

Advertisment

ରାଜ୍ୟ ସ୍ୱାସ୍ଥ୍ୟ ସଚିବ ଶାଳିନୀ ପଣ୍ଡିତ ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ଲେଖି ବିଏସକେୱାଇ ନବୀନ କାର୍ଡ ପଞ୍ଜିକରଣ ଓ ଯାଂଚ ନିମନ୍ତେ ଏସଓପି(ଷ୍ଟାଣ୍ଡାର୍ଡ ଅପରେସନ୍ ପ୍ରୋସିଜିଓର) ଜାରି କରିଛନ୍ତି । ରାଜ୍ୟ ଆଇଟି ବିଭାଗ ଦ୍ୱାରା ବିକଶିତ ସଫ୍ଟୱେୟାର ମାଧ୍ୟମରେ ଚଳିତମାସ ୬ରୁ ୧୬ତାରିଖ ପର୍ଯ୍ୟନ୍ତ ବିଏସକେୱାଇ ନବୀନ କାର୍ଡ ନିମନ୍ତେ ଆବେଦନକାରୀ ଅନଲାଇନରେ ପଞ୍ଜିକରଣ କରୁଛନ୍ତି । ଅନଲାଇନରେ ମିଳିଥିବା ଆବେଦନଗୁଡ଼ିକୁ ଫିଲଡ୍ ଭେରିଫିକେସନ୍ ପାଇଁ ପଠାଯିବ । ପ୍ରଥମ ପର୍ଯ୍ୟାୟ ଭେରିଫିକେସନ୍ ପଂଚାୟତ ସମ୍ପ୍ରସାରଣ ଅଧିକାରୀ(ପିଇଓ) କିମ୍ବା ବିଡିଓଙ୍କ ଦ୍ୱାରା ମନୋନୀତ କୌଣସି ଅଧିକାରୀଙ୍କ ଦ୍ୱାରା କରାଯିବ । ଦ୍ୱିତୀୟ ପର୍ଯ୍ୟାୟ ଭେରିଫିକେସନ୍ ବ୍ଲକ ନୋଡାଲ ଅଫିସରଙ୍କ ଦ୍ୱାରା କରାଯିବ।

ବିଏସକେୱାଇ ତୃତୀୟ ପର୍ଯ୍ୟାୟରେ ଗ୍ରାମାଂଚଳରେ ବାଦ୍ ପଡ଼ିଥିବା ସମସ୍ତ ପରିବାରଗୁଡ଼ିକୁ ଘରୋଇ ହସ୍ପିଟାଲରେ ଗୁରୁତର ରୋଗର କ୍ୟାସଲେସ୍ ଚିକିତ୍ସା ସୁବିଧା ମିଳିବ । କେବଳ ନିୟମିତ ସରକାରୀ କର୍ମଚାରୀ ବା ସ୍ଥାୟୀ ଚାକିରିଆ(ପେନସନଧାରୀଙ୍କୁ ମିଶାଇ) ଓ ଟିକସଦାତାଙ୍କୁ ବାଦ୍ ଦେଇ ଗ୍ରାମାଂଚଳରେ ରହୁଥିବା ସବୁ ପରିବାର ଏହି କାର୍ଡ ପାଇଁ ଆବେଦନ କରିପାରିବେ । ଅର୍ଥାତ୍ ଯେଉଁ କର୍ମଚାରୀମାନେ ରାଜ୍ୟ ସରକାରଙ୍କ ଅଧୀନରେ କାର୍ଯ୍ୟ କରୁଛନ୍ତି କିନ୍ତୁ ସେମାନଙ୍କର ଚାକିରି ସ୍ଥାୟୀ ବା ନିମୟିତ ହୋଇନାହିଁ ସେମାନେ ଏହି କାର୍ଡ ପାଇଁ ଆବେଦନ କରିବାକୁ ଯୋଗ୍ୟ ବୋଲି ସ୍ୱାସ୍ଥ୍ୟ ବିଭାଗର ଏସଓପିରୁ ସ୍ପଷ୍ଟ ହେଉଛି । ସେହିପରି ଯେଉଁମାନେ ପୂର୍ବରୁ ବିଏସକେୱାଇ କାର୍ଡ ପାଇଛନ୍ତି ସେମାନଙ୍କୁ ଆବେଦନର ଆବଶ୍ୟକତା ନାହିଁ।

Advertisment

ଆବେଦନକାରୀଙ୍କ ଫିଲଡ୍ ଭେରିଫିକେସନ୍ ଏକ ମୋବାଇଲ୍ ଆପ୍ ମାଧ୍ୟମରେ କରାଯିବ । ଆବେଦନକାରୀଙ୍କ ଘରକୁ ଯାଇ ପଂଚାୟତ ଅଧିକାରୀମାନେ ଯାଂଚ କରିବେ । ଏହାସହିତ ଆବେଦନକାରୀଙ୍କ ଜିଓ ଟ୍ୟାଗିଂ ଓ ପରିବାରର ଗ୍ରୁପ୍ ଫଟୋ ଅପଲୋଡ୍ କରିବା ସହ ଆବେଦନବେଳେ ଦିଆଯାଇଥିବା ଭୋଟର ଦସ୍ତାବିଜ ଓ ଆଧାର କାର୍ଡ ଆଦିର ଯାଂଚ କରିବେ । ଯଦି କୌଣସି ଆବେଦନକାରୀଙ୍କ ଦସ୍ତାବିଜ ଠିକ୍ ନଥାଏ, ତେବେ ସମ୍ପୃକ୍ତ ଆବେଦନକୁ ରିଜେକ୍ଟ କରାଯିବାର ଆବଶ୍ୟକ କାରଣ ମଧ୍ୟ ଯାଂଚ ଅଧିକାରୀଙ୍କୁ ଉକ୍ତ ମୋବାଇଲ୍ ଆପରେ ଉଲ୍ଲେଖ କରିବାକୁ ପଡ଼ିବ । ଦ୍ୱିତୀୟ ପର୍ଯ୍ୟାୟ ଯାଂଚ ବ୍ଲକ ନୋଡାଲ ଅଫିସରଙ୍କ ଦ୍ୱାରା କରାଯିବ । ଏହି ଆବେଦନଗୁଡ଼ିକର ଫିଲଡ୍ ଭେରିଫିକେସନ କରୁଥିବା ଅଧିକାରୀଙ୍କୁ ମଧ୍ୟ ସରକାରଙ୍କ ପକ୍ଷରୁ ଅତିରିକ୍ତ ଅର୍ଥରାଶି ପ୍ରଦାନ କରାଯିବ।

ଏହି ବିଏସକେୱାଇ ନବୀନ କାର୍ଡରେ ହୃଦରୋଗ, କିଡନୀ, ଯକୃତ, ବ୍ରେନ ଷ୍ଟ୍ରୋକ, ଗୁରୁତର ମୁଣ୍ଡ ଆଘାତ, ବ୍ରେନ୍ ଟ୍ୟୁମର, ପୋଡ଼ିଯିବା, ସ୍ନାୟୁବିକ ରୋଗ ଓ କ୍ୟାନସର ଭଳି ୯ଟି ଗୁରୁତର ରୋଗର କ୍ୟାସଲେସ୍ ଚିକିତ୍ସା ସୁବିଧା ଉଭୟ ରାଜ୍ୟ ଭିତରେ ଓ ବାହାରେ ତାଲିକାଭୁକ୍ତ ଘରୋଇ ହସ୍ପିଟାଲରେ ମିଳିପାରିବ।

Odisha BSKY
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe