Advertisment

ତୀର୍ଥ ଯାତ୍ରୀଙ୍କ ପାଇଁ ଖୁସି ଖବର, ଚାରିଧାମକୁ ଗଡିବ ସ୍ୱତନ୍ତ୍ର ବସ୍‌

ପୁରୀରୁ ଅଯୋଧ୍ୟା, ତିରୁପତି, ମଥୁରା ଓ ବୃନ୍ଦାବନ ଭଳି ବିଭିନ୍ନ ତୀର୍ଥକ୍ଷେତ୍ରକୁ ଆରମ୍ଭ ହେବ ବସ୍‌ ସେବା । ତୀର୍ଥ ଯାତ୍ରୀମାନେ ନୂଆ ବର୍ଷ ପୂର୍ବରୁ ସୁଲଭ ମୂଲ୍ୟରେ ରାଜ୍ୟ ବାହାରର ବିଭିନ୍ନ ତୀର୍ଥ କ୍ଷେତ୍ରକୁ ଯାତ୍ରା କରିପାରିବେ।

Bus

Bus

Advertisment

ଚାରିଧାମକୁ ଗଡିବ ସ୍ୱତନ୍ତ୍ର ବସ୍‌। ଏଥିସହ ରାଜ୍ୟ ବାହାରେ ଥିବା ବିଭିନ୍ନ ତୀର୍ଥକ୍ଷେତ୍ରକୁ ବି ଚାଲିବ ବସ୍‌। ପୁରୀରୁ ଅଯୋଧ୍ୟା, ତିରୁପତି, ମଥୁରା ଓ ବୃନ୍ଦାବନ ଭଳି ବିଭିନ୍ନ ତୀର୍ଥକ୍ଷେତ୍ରକୁ ଆରମ୍ଭ ହେବ ବସ୍‌ ସେବା । ଫଳରେ ତୀର୍ଥ ଯାତ୍ରୀମାନେ ନୂଆ ବର୍ଷ ପୂର୍ବରୁ ସୁଲଭ ମୂଲ୍ୟରେ ରାଜ୍ୟ ବାହାରର ବିଭିନ୍ନ ତୀର୍ଥ କ୍ଷେତ୍ରକୁ ଯାତ୍ରା କରିପାରିବେ। ଆଜି ଏହି ସୂଚନା ଦେଇଛନ୍ତି ପରିବହନ ମନ୍ତ୍ରୀ ବିଭୂତି ଜେନା।

Advertisment

ମନ୍ତ୍ରୀ କହିଛନ୍ତି, ଏଥିପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇସାରିଛନ୍ତି । ଆବଶ୍ୟକ ଅନୁଯାୟୀ ସ୍ୱତନ୍ତ୍ର ଭଲବୋ ବସ ମଧ୍ୟ ଆସି ସାରିଛି। ଏଥାପାଇଁ ପରମିସନ ଓ ରୁଟ ବି ପ୍ରସ୍ତୁତ ହୋଇସାରିଛି। ନୂଆ ବର୍ଷ ପୂର୍ବରୁ ଏହି ବସ୍‌ ପ୍ରଚଳନ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି ।

ତୀର୍ଥଯାତ୍ରୀ ଓ ମହିଳା ମାନଙ୍କ ପାଇଁ ଟିକେଟ୍ ଦାମରେ କୋହଳ କରାଯିବା ନେଇ ମନ୍ତ୍ରୀ ସୂଚନା ଦେଇଛନ୍ତି। କେବଳ ଏତିକି ନୁହେଁ କିଭଳି ବାହାର ରାଜ୍ୟକୁ ଭୁବନେଶ୍ୱରରୁ ଅଧିକ ଗାଡି ସଂଯୋଗ କରାଯାଇପାରିବ ସେଥିପାଇଁ ସରକାର ପଦକ୍ଷେପ ନେଉଥିବା ସେ କହିଛନ୍ତି ।

Advertisment
Bhubaneswar
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe