ରାଉରକେଲା ଏନଆଇଟିରେ ଅନଲକିଂ ଇନୋଭେସନ

ଛାତ୍ରଛାତ୍ରୀ ତିଆରି କରିଥିବା ପ୍ରୋଜେକ୍ଟ ଗୁଡ଼ିକ ଏଠାରେ ପ୍ରଦର୍ଶିତ ହୋଇଛି।

Representational Image

  • Published: Wednesday, 10 April 2024
  • , Updated: 10 April 2024, 09:37 PM IST

ସାରା ବିଶ୍ୱ ଏପ୍ରିଲ ୨୧କୁ ଅନ୍ତର୍ଜାତୀୟ ବିଶ୍ୱ ଉଦ୍ଭାବନ ଦିବସ ଭାବେ ପାଳନ କରୁଛି। ରାଉରକେଲାରେ ଏନଆଇଟିରେ କିନ୍ତୁ ଚଳିତ ମାସ ୮ ତାରିଖରୁ ୧୨ ତାରିଖ ପର୍ଯ୍ୟନ୍ତ ଅନଲକିଂ ଇନୋଭେସନ ପାଇଁ ଚାଲିଛି କାର୍ଯ୍ୟକ୍ରମ।

ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ସସ୍ତାହେ ବ୍ୟାପି ଏ ଦିବସକୁ ପାଳନ କରିବା ଉଦ୍ଦେଶ୍ୱରେ ଚାଲିଛି କାର୍ଯ୍ୟକ୍ରମ। ଛାତ୍ରଛାତ୍ରୀ ତିଆରି କରିଥିବା ପ୍ରୋଜେକ୍ଟ ଗୁଡ଼ିକ ଏଠାରେ ପ୍ରଦର୍ଶିତ ହୋଇଛି। କେବଳ ସେତିକି ନୁହେଁ ସମସ୍ତ ପ୍ରଜେକ୍ଟ ଏବେ ପେଟେଣ୍ଟ ମାନ୍ୟତା ପାଇଛି। ଏବେ ଏନଆଇଟି ରାଉରକେଲା ନିକଟରେ ୫୬ଟି ପେଟେଣ୍ଟ ରହିଛି। ଯାହା ଜନସାଧାରଣଙ୍କ ଠାରୁ ଆରମ୍ଭ କରି କୃଷକ, ପୁଲିସ, ସରକାର ଓ ବିଭିନ୍ନ କମ୍ପାନୀ, ମେଡ଼ିକାଲ କଲେଜ ଆଦିରେ କାମରେ ଆସିବ।

ଏଠାରେ ପ୍ରଦର୍ଶିତ ସମସ୍ତ ପ୍ରୋଜେକ୍ଟ କିଛି ନା କିଛି କାମରେ ଆସୁଛି। ଏ ସମସ୍ତ ପ୍ରୋଜେକ୍ଟର ମାଲିକ ହେଉଛନ୍ତି ଏଠାକାର ବିଦ୍ୟାର୍ଥୀ। ଯଦି କୌଣସି କମ୍ପାନୀ କିମ୍ବା ସରକାର ଏ ସବୁର ଉପଯୋଗ କରନ୍ତି ତେବେ ସେଥିପାଇଁ ପ୍ରକଳ୍ପ ବନାଇଥିବା ଛାତ୍ରଛାତ୍ରୀଙ୍କ ଠାରୁ ଅନୁମତି ନେବାକୁ ପଡ଼ିବ।

Related story