Advertisment

ଥାନାରେ ଭାଉଜ ସିନ୍ଥିରେ ସିନ୍ଦୂର ଦେଲା ଦିଅର

ଥାନା ଭିତରେ ଠାକୁରଙ୍କୁ ସାକ୍ଷୀ ରଖି ଝିଲିଙ୍କ ସିନ୍ଥିରେ ସିନ୍ଦୂର ପିନ୍ଧାଇଲେ ପରମେଶ୍ୱର। ସାକ୍ଷୀ ରହିଥିଲେ ଥାନାରେ ଉପସ୍ଥିତ ଥିବା ଥାନାବାବୁ ଓ କର୍ମଚାରୀମାନେ। ବିବାହ ବନ୍ଧନରେ ବାନ୍ଧି ହେବା ପରେ ଥାନା କର୍ମଚାରୀଙ୍କ ଆଶୀର୍ବାଦ ନେଇଥିଲେ ଦୁହେଁ।

author-image
Manoranjan Sial
Marriage

Subarnapur

ନା ବାଜିଲା ବାଜା। ନ ଫୁଟିଲା ବାଣ। ନା ଥିଲେ ବରଯାତ୍ରୀ। ଥାନାରେ ହେଲା ବାହାଘର। ସ୍ୱାମୀଙ୍କ ଉପସ୍ଥିତିରେ ଦିଅର ବେକରେ ବରଣମାଳା ପକାଇଲେ ମହିଳା। ଆଉ ଥାନା ବାବୁଙ୍କଠାରୁ ନେଲେ ଆଶୀର୍ବାଦ। ଏପରି ବିରଳ ବିବାହ ଦେଖିବାକୁ ମିଳିଛି ସୁବର୍ଣ୍ଣପୁର ଜିଲ୍ଲା ସୁବଳୟା ଥାନାରେ।

Advertisment

ପୂରା ଘଟଣାଟି ଏମିତି। ଅନୁଗୋଳ ଜିଲ୍ଲା ସାମସିଙ୍ଗା ଗାଁର ଝିଲି ପ୍ରଧାନ ୩ ବର୍ଷ ତଳେ ସାନକିରାସିରା ଗ୍ରାମର ମାଧବ ପ୍ରଧାନଙ୍କୁ ବୈଦିକ ରୀତିନୀତିରେ ବିବାହ କରିଥିଲେ। ବାହାଘର ପରି ସ୍ୱାମୀ ଓ ସ୍ତ୍ରୀଙ୍କ ଦାମ୍ପତ୍ୟ ଜୀବନ ଠିକ୍‌ଠାକ ଚାଲିଥିଲେ। ହଠାତ୍‌ ଏଣ୍ଟ୍ରି ମାରିଲେ ମାଧବ ମାଉସୀ ପୁଅ ପରମେଶ୍ୱର ପ୍ରଧାନ। ବାହାଘର ପରେ ସେ ମାଧବଙ୍କ ଘରକୁ ଯିବା ଆସିବା କଲେ। ପ୍ରଥମ ଦେଖାରେ ଭାଉଜ ଝିଲିଙ୍କ ପ୍ରେମରେ ପଡ଼ି ଯାଇଥିଲେ ପରମେଶ୍ୱର।

କଥାବାର୍ତ୍ତା ପରେ ଲୁଚାଛପା ଭେଟାଭେଟି ହେଉଥିଲେ ଦିଅର ଓ ଭାଉଜ। ହେଲେ ମାଧବ କିଛି ଟେର ପାଉନଥିଲେ। ପରବର୍ତ୍ତୀ ସମୟରେ ଝିଲି ଓ ପରମେଶ୍ୱର ବିବାହ କରିବା ପାଇଁ ନିଷ୍ପତ୍ତି ନେଇଥିଲେ। ଗତ ସପ୍ତାହେ ଉଭୟ ଘରୁ ପଳାଇ ଯାଇଥିଲେ। ପରିବାର ଲୋକେ ଉଭୟଙ୍କୁ ବହୁ ଖୋଜା ଖୋଜି କରିଥିଲେ। ମାତ୍ର ପାଇନଥିଲେ।

Advertisment
Subarnapurବାହାଘର ପରେ

ପତ୍ନୀ ଘରୁ କେଉଁଆଡ଼େ ପଳାଇଯାଇଥିବା ନେଇ ମାଧବ ସୁବଲୟା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୁଲିସ ଅଭିଯୋଗକୁ ଭିତ୍ତିକରି ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଥିଲା। ବହୁ ଖୋଜା ଖୋଜି ପରେ ଗତ ଗୁରୁବାର ଉଭୟଙ୍କୁ ଉଦ୍ଧାର କରି ଥାନାକୁ ଆଣିଥିଲା ପୁଲିସ୍‌। ପଚରା ଉଚରା ବେଳେ ଝିଲି ଓ ପରମେଶ୍ୱର ପରସ୍ପରକୁ ବିବାହ କରିବେ ବୋଲି ଅଡି ବସିଥିଲେ। ଉଭୟ ସାବାଳକ ହୋଇଥିବାରୁ ପୁଲିସ୍‌ ଦୁଇ ପରିବାର ଲୋକଙ୍କୁ ଥାନାକୁ ଡାକିଥିଲା। ଆଉ ପରିବାର ଲୋକଙ୍କ ଉପସ୍ଥିତିରେ ଦିଅର ଭାଉଜରୁ ସ୍ୱାମୀ-ସ୍ତ୍ରୀ ହେଲେ ଝିଲି ଓ ପରମେଶ୍ୱର।

ଥାନା ଭିତରେ ଠାକୁରଙ୍କୁ ସାକ୍ଷୀ ରଖି ଝିଲିଙ୍କ ସିନ୍ଥିରେ ସିନ୍ଦୂର ପିନ୍ଧାଇଲେ ପରମେଶ୍ୱର। ସାକ୍ଷୀ ରହିଥିଲେ ଥାନାରେ ଉପସ୍ଥିତ ଥିବା ଥାନାବାବୁ ଓ କର୍ମଚାରୀମାନେ। ବିବାହ ବନ୍ଧନରେ ବାନ୍ଧି ହେବା ପରେ ଥାନା କର୍ମଚାରୀଙ୍କ ଆଶୀର୍ବାଦ ନେଇଥିଲେ ଦୁହେଁ। ବିବାହ ସମୟରେ ସୁବଳୟା ଥାନା ଅଧିକାରୀ ସୁଶାନ୍ତ କୁମାର ପ୍ରଧାନ, ଏସଆଇ ଦୀପ୍ତି ରଞ୍ଜନ ଦିଗାଲ ସମେତ ୩ ପରିବାରର ସଦସ୍ୟ ଉପସ୍ଥିତ ଥିଲେ।

ରିପୋର୍ଟ-ସୁବର୍ଣ୍ଣପୁରରୁ ରବୀନ୍ଦ୍ର ହୋତା

Sonepur