Advertisment

ଆଜି ଛତିଶା ନିଯୋଗ ବୈଠକ; ନିର୍ଘଣ୍ଟ ହେବ କାର୍ତ୍ତିକ ମାସର ନୀତିକାନ୍ତି

ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ଅଧ୍ୟକ୍ଷତାରେ ସନ୍ଧ୍ୟା ୫ଟା ୩୦ରେ ବୈଠକ ଅନୁଷ୍ଠିତ ହେବ।

ଅଦ୍ୟତନ ହୋଇଛି
undefined

Puri Temple

Advertisment

ଆଜି ଶ୍ରୀମନ୍ଦିରରେ ବସିବ ଛତିଶା ନିଯୋଗ ବୈଠକ। କାର୍ତ୍ତିକ ମାସର ନୀତିକାନ୍ତି ଓ ନାଟମଣ୍ଡପରେ ଏୟାରକଣ୍ଡିସନ ବ୍ୟବସ୍ଥା ନେଇ ବୈଠକରେ ଆଲୋଚନା ହେବ। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ଅଧ୍ୟକ୍ଷତାରେ ସନ୍ଧ୍ୟା ୫ଟା ୩୦ରେ ବୈଠକ ଅନୁଷ୍ଠିତ ହେବ। ଏଥିରେ ଜିଲ୍ଲାପାଳ, ଆରକ୍ଷୀ ଅଧୀକ୍ଷକଙ୍କ ସହ ଛତିଶା ନିଯୋଗ ନାୟକ ଓ ସମସ୍ତ ନିଯୋଗର ସଭାପତି ଓ ସମ୍ପାଦକମାନେ ଯୋଗଦେବେ।

Advertisment

ବାଳଧୂପ ନୀତିକାନ୍ତି କିଭଳି ସଠିକ ସମୟରେ ସମ୍ପନ୍ନ ହେବ ସେ ଉପରେ ଫୋକସ ରହିବ। ସେହିପରି ନାଟମଣ୍ଡପରେ ଏୟାରକଣ୍ଡିସନ ବ୍ୟବସ୍ଥା ସହ 
ରାମ୍ପ ସିଷ୍ଟମ ମାଧ୍ୟମରେ ଶୃଙ୍ଖଳିତ ଦର୍ଶନ ବ୍ୟବସ୍ଥା ପାଇଁ ଓବିସିସିକୁ ଦାୟୁତ୍ୱ  ଦିଆଯାଇଥିଲା। ଓବିସିସି ପକ୍ଷରୁ ଏନେଇ ସ୍ୱତନ୍ତ୍ର ଡାଇଗ୍ରାମ କରାଯାଇଛି,  ସେ ସମ୍ପର୍କରେ ଛତିଶା ନିଯୋଗ ବୈଠକରେ ଆଲୋଚନା ହେବ।

ବିଶେଷକରି ନାଟମଣ୍ଡପ ପରିସରରେ ଥିବା ସମସ୍ତ ଆଲମିରାକୁ କିଭଳି କଢାଯିବ ଏବଂ କେଉଁ ସ୍ଥାନକୁ ସ୍ଥାନାନ୍ତରିତ କରାଯିବ ତା’ଉପରେ ମଧ୍ୟ ବିଶେଷ ଆଲୋଚନା କରାଯିବ।

Advertisment
Puri Shreemandir Puri
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe