Advertisment

ଶ୍ରୀମନ୍ଦିରରେ ଦିବ୍ୟାଙ୍ଗଙ୍କ ନିମନ୍ତେ ହେବ ସ୍ୱତନ୍ତ୍ର ଦର୍ଶନ ବ୍ୟବସ୍ଥା

ଛତିଶା ନିଯୋଗ ଓ ପରିଚାଳନା କମିଟିର ଅନୁମୋଦନ ନିଆଯାଇ ଦିବ୍ୟାଙ୍ଗ ମାନଙ୍କୁ ଦର୍ଶନ ବ୍ୟବସ୍ଥାରେ ସାମିଲ କରାଯିବ।

author-image
Jitendra Garnayak
puri temple

Puri Temple

ଶ୍ରୀମନ୍ଦିରରେ ଦିବ୍ୟାଙ୍ଗ ଭକ୍ତଙ୍କ ଦର୍ଶନ ନେଇ ନିଆଯିବ ସ୍ୱତନ୍ତ୍ର ପଦକ୍ଷେପ। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ କୁମାର ଦାଶ ଦେଇଛନ୍ତି ଏହି ସୂଚନା। ଶ୍ରୀକ୍ଷେତ୍ର ଦିବ୍ୟାଙ୍ଗ ସେବା ସଂଗଠନର ଦାବି ପରେ ଏ କଥା କହିଛନ୍ତି ଶ୍ରୀ ଦାଶ।

Advertisment

ସେ କହିଛନ୍ତି, ପରିକ୍ରମା ପ୍ରକଳ୍ପର ଉଦ୍‌ଘାଟନ ପରେ ଉତ୍ତର ଦ୍ୱାର ଦେଇ ଦିବ୍ୟାଙ୍ଗ ମାନଙ୍କ ନିମନ୍ତେ ସ୍ୱତନ୍ତ୍ର ଦର୍ଶନ ବ୍ୟବସ୍ଥା କରାଯିବ। ଶ୍ରୀମନ୍ଦିରର ରୀତିନୀତି ଓ ପରମ୍ପରାକୁ ନଜରରେ ରଖି ଦିବ୍ୟାଙ୍ଗଙ୍କ ଦର୍ଶନ ନିମନ୍ତେ ସ୍ୱତନ୍ତ୍ର ଏସଓପି କରାଯିବାକୁ ଲକ୍ଷ୍ୟ ରଖାଯାଇଛି। ପ୍ରତିଦିନ ସ୍ୱତନ୍ତ୍ର ସମୟରେ ସ୍ୱତନ୍ତ୍ର ଭାବେ ଏହି ଦର୍ଶନ ବ୍ୟବସ୍ଥା କରାଯିବ। ଛତିଶା ନିଯୋଗ ଓ ପରିଚାଳନା କମିଟିର ଅନୁମୋଦନ ନିଆଯାଇ ଦିବ୍ୟାଙ୍ଗ ମାନଙ୍କୁ ଏହି ଦର୍ଶନ ବ୍ୟବସ୍ଥାରେ ସାମିଲ କରାଯିବ।

ପରିକ୍ରମା ପ୍ରକଳ୍ପରେ ଉତ୍ତର ଦ୍ୱାର ଠାରେ ଦିବ୍ୟାଙ୍ଗଙ୍କ ପାଇଁ ସ୍ୱତନ୍ତ୍ର ବିଶ୍ରାମ ଗୃହ କରାଯାଇଛି ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ କୁମାର ଦାଶ କହିଛନ୍ତି।

Advertisment
Puri Shreemandir Puri Temple