Advertisment

ନକ୍ସଲଙ୍କ ଯୋଜନା ପଣ୍ଡ; ଜଙ୍ଗଲରୁ ଠାବ ହେଲା ସ୍ପାଇକ୍‌ ହୋଲ୍‌

ଜଙ୍ଗଲରେ ସ୍ପାଇକ୍‌ ହୋଲ୍‌ ଠାବ ହେବା ପରେ ସର୍ଚ୍ଚ ଅପେରେସନ ଜାରି ରହିଛି।

author-image
Tapaswini Nayak
ଅଦ୍ୟତନ ହୋଇଛି
Spike holes

Spike holes

ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ଏବଂ ତେଲେଙ୍ଗାନା ସୀମାରେ ରହିଥିବା ଭଦ୍ରାଡି କଥାଗୁଡୁମ ଜିଲ୍ଲା ପୁସୁଗୁପା  ଜଙ୍ଗଲରେ ସ୍ପାଇକ୍‌ ହୋଲ୍‌ ଠାବ କରିଛନ୍ତି ସୁରକ୍ଷା କର୍ମୀ। ସର୍ଚ୍ଚ ଅପରେସନ ବେଳେ ୪, ୩୯୬ଟି ଲୁହାର ସ୍ପାଇକ ଜବତ ହୋଇଥିବା ସୂଚନା ରହିଛି।

Advertisment

ଗତକାଲି ଛତିଶଗଡ଼ ଏବଂ ତେଲେଙ୍ଗାନା ପୁଲିସ ପକ୍ଷରୁ ସୀମାନ୍ତ ଜଙ୍ଗଲରେ ସର୍ଚ୍ଚ ଅପେରେସନ କରାଯାଇଥିଲା। ଏହି ସମୟରେ ସୁରକ୍ଷାକର୍ମୀମାନେ ସ୍ପାଇକ ହଲ ଠାବ କରିଥିଲେ।

ଭଦ୍ରାଦି କଥାଗୁଡ଼ୁମ ଜିଲ୍ଲାର ଏସପି ପରିତୋଷ ପଙ୍କଜ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ଜଙ୍ଗଲରେ ନକ୍ସଲ ବୋମା ଖଞ୍ଜିବା ସହ ସ୍ପାଇକ ହଲ କରି ଆଦିବାସୀଙ୍କୁ ମୃତ୍ୟୁ ମୁଖକୁ ଠେଲି ଦେଉଛନ୍ତି। ସୀମାନ୍ତବ଼ର୍ତ୍ତୀ ଗ୍ରାମର ଲୋକେ ଜଙ୍ଗଲକୁ ବିଭିନ୍ନ କାମରେ ଯାଉଥିବା ବେଳେ ନକ୍ସଲଙ୍କ ଦ୍ୱାରା ଖଞ୍ଜା ଯାଇଥିବା ମରଣ ଯନ୍ତାରେ ଫସି ମୃତ୍ୟୁବରଣ କରୁଛନ୍ତି।

Advertisment

ଜଙ୍ଗଲରେ ସ୍ପାଇକ୍‌ ହୋଲ୍‌ ଠାବ ହେବା ପରେ ସର୍ଚ୍ଚ ଅପେରେସନ ଜାରି ରହିଛି।

Malkangiri Naxal