Advertisment

ପାଖେଇ ଆସୁଛି ଡେଡଲାଇନ, ସରୁନି ଶ୍ରୀମନ୍ଦିର ଐତିହ୍ୟ କରିଡର ପ୍ରକଳ୍ପ କାମ

୨୦୨୧ ମସିହା ନଭେମ୍ବର ୨୪ ତାରିଖରେ ୩୩୧ କୋଟି ୨୮ ଲକ୍ଷ ଟଙ୍କା ବଜେଟରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାର୍ଯ୍ୟର ଶୁଭାରମ୍ଭ ବେଳେ ଡିଜାଇନ ଯାହା ଥିଲା, ସେଥିରେ ମାତ୍ରାଧିକ ପରିବର୍ତ୍ତନ ଘଟି ସାରିଛି।

Puri

Puri

Advertisment

ପାଖେଇ ଆସୁଛି ଶ୍ରୀମନ୍ଦିର ଐତିହ୍ୟ କରିଡର ଲୋକାର୍ପଣ ଡେଡଲାଇନ୍‌। ଜାନୁଆରୀ ୧୭ ତାରିଖରେ ପ୍ରକଳ୍ପ ଲୋକର୍ପଣ ପାଇଁ ହୋଇଛି ଦିନ ଧାର୍ଯ୍ୟ। ହେଲେ କେଉଁଠି ହେବ ଆଭ୍ୟର୍ଥନା କେନ୍ଦ୍ର? ବଡ଼ଦାଣ୍ଡରେ କେଉଁ ସ୍ଥାନରେ ଭକ୍ତଙ୍କୁ ମିଳିବ ସାମାନ୍ୟତମ ଆତିଥ୍ୟ? ଏନେଇ ସ୍ପଷ୍ଟ କରିପାରୁ ନାହାନ୍ତି।

Advertisment

ସେପଟେ ଦେଖିବାକୁ ଗଲେ ସିଂହଦ୍ୱାରକୁ ଛାଡ଼ି ବାକି ତିନି ଦ୍ୱାରରେ କାମ ଚାଲିଛି। ହେଲେ ସବୁଠି ଅଧପନ୍ତରିଆ। ଦକ୍ଷିଣ, ପଶ୍ଚିମ ଓ ଉତ୍ତର ଦ୍ୱାର ସାମ୍ନାରେ ମହିଳା, ପୁରୁଷ ଓ ସେବାୟତଙ୍କ ପାଇଁ ନିର୍ମାଣ ହୋଇଛି ୬ଟି ଶୌଚାଳୟ, ୩ଟି ସେଲଟର ପାଭେଲିଅନ ଓ କ୍ଲୋକ୍‌ ରୁମ୍‌। ହେଲେ ପୂର୍ବ ନିଷ୍ପତ୍ତି ମୁତାବକ ଏମଆର ମଠ ପାଖରେ ନିର୍ମାଣ ହେବାକୁ ଥିବା ଅଭ୍ୟର୍ଥନା କେନ୍ଦ୍ର କୁଆଡ଼େ ଗଲା? ସେ ନେଇ କାହା ପାଖେ ଉତ୍ତର ନାହିଁ। ତେଣେ ୪ ବର୍ଷ ଧରି ପ୍ରକଳ୍ପ କାମ ସରୁନଥିବା ଓ ଲୋକାର୍ପଣ ପାଇଁ ତରତର ହୋଇ କାମ ସାରିବା ଉଦ୍ୟମକୁ ନାପସନ୍ଦ କରିଛନ୍ତି ଶ୍ରୀମନ୍ଦିର ସେବାୟତ।

୨୦୨୧ ମସିହା ନଭେମ୍ବର ୨୪ ତାରିଖରେ ୩୩୧ କୋଟି ୨୮ ଲକ୍ଷ ଟଙ୍କା ବଜେଟରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାର୍ଯ୍ୟର ଶୁଭାରମ୍ଭ ବେଳେ ଡିଜାଇନ ଯାହା ଥିଲା, ସେଥିରେ ମାତ୍ରାଧିକ ପରିବର୍ତ୍ତନ ଘଟି ସାରିଛି। ତା ସତ୍ତ୍ୱେ ଭକ୍ତଙ୍କ ପାଇଁ ସବୁଠୁ ଗୁରୁତ୍ୱପୂର୍ଣ୍ଣ ରିସେପସନ ସେଣ୍ଟର ନିର୍ମାଣ କାମ ଆରମ୍ଭ ହୋଇ ପାରିଲାନି। କେତେବେଳେ କୁହାଯାଉଛି ଏମଆର ମଠ ପାଖରେ ୮୦୦ ଲୋକ ବସିଲା ଭଳି ଅଭ୍ୟର୍ଥନା କେନ୍ଦ୍ର ନିର୍ମାଣ ହେବ ତ ପୁଣି ଆଉ କେତେବେଳେ ଶ୍ରୀମନ୍ଦିର ପ୍ରଶାସନ ଅଫିସ୍ ପଛପଟେ ୪ ହଜାର ଲୋଙ୍କ ବସିଲା ଭଳି ରିସେପସନ ସେଣ୍ଟର ନିର୍ମାଣ ହେବ। କିନ୍ତୁ ଏଯାଏଁ ତା’ର ନାମ ନିଶାନ ନାହିଁ। ଏଣେ ଆର ମାସ ୧୭ ତାରିଖରେ ପ୍ରକଳ୍ପ ଲୋକାର୍ପଣ ପୂର୍ବରୁ ଏହା କ’ଣ ସମ୍ଭବ ବୋଲି ଉଠିଲାଣି ପ୍ରଶ୍ନ।

Advertisment

ସେପଟରେ ଠିକା ସଂସ୍ଥା ଓବିସିସି କହୁଛି, ଦୁଇଟି ଯାକ ସ୍ଥାନରେ ଅଭ୍ୟର୍ଥନା କେନ୍ଦ୍ର ନିର୍ମାଣ ହେବ। ଆଉ ଜିଲ୍ଲା ପ୍ରଶାସନର ଦମ୍ଭୋକ୍ତି ନିର୍ଦ୍ଧରିତ ସମୟ ଆଗରୁ ସବୁ କାମ ସରିଯିବ।

୩୬ ମାସର ଡେଡ୍ ଲାଇନ୍ ଡେଇଁ ସାରିଲାଣି। ତଥାପି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାମ ସରିପାରୁନି। ଏଣେ ଏମଆର ମଠ ପାଖରେ ବହୁଚର୍ଚ୍ଚିତ ରଘୁନନ୍ଦନ ଲାଇବ୍ରେରୀ କଥା ତ ଆଉ ମୋଟେ ଉଠୁନି।

Puri Shreemandir Puri Sri Jagannath
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe