Advertisment

ବିକ୍ରି ହେବନି ବାସି ଅବଢ଼ା; ସାବାଡ଼ ହେବେ ଅସାଧୁ ବ୍ୟବସାୟୀ ଓ ଅଣ ସେବକ

ମହାପ୍ରଭୁଙ୍କ ଆନନ୍ଦ ବଜାରରେ ନିରୀହ ଭକ୍ତଙ୍କୁ ଭୁଆଁ ବୁଲାଇ କେତେକ ଅସାଧୁ ବ୍ୟବସାୟୀ ବିକି ଦେଉଛନ୍ତି ବାସି ଅବଢ଼ା। ବର୍ଷ ବର୍ଷ ଧରି ଚାଲିଛି ଏଭଳି ଶୋଷଣ ନୀତି। ଯଦି କିଏ ପ୍ରତିବାଦ କରୁଛି, ତାକୁ ପୁରୀ ବୋଲିରେ ଗାଳି ଶୁଣିବାକୁ ପଡୁଛି।

Puri

Puri

Advertisment

ଶ୍ରୀମନ୍ଦିର ଆନନ୍ଦ ବଜାରରେ ଆଉ ଚାଲିବନି ଭକ୍ତଙ୍କୁ ଶୋଷଣ କି ଦୁର୍ବ୍ୟବହାର। ବିକ୍ରି ହେବନି ବାସି ଅବଢ଼ା। ସାବାଡ଼ ହେବେ ଅସାଧୁ ବ୍ୟବସାୟୀ ଓ ଅଣ ସେବକ। କାରଣ ଆନନ୍ଦ ବଜାରରେ ସେମାନଙ୍କୁ ଜଗିବେ ଦକ୍ଷ ଅବସରପ୍ରାପ୍ତ ସେନା କର୍ମଚାରୀ। ଶ୍ରୀମନ୍ଦିର ପ୍ରଶାସନର ଏପରି ନିଷ୍ପତ୍ତିକୁ ସ୍ୱାଗତ କରିଛନ୍ତି ଭକ୍ତ ଓ ସୁଆର ମହାସୁଆର ସେବକ।

Advertisment

ମହାପ୍ରଭୁଙ୍କ ଆନନ୍ଦ ବଜାରରେ ନିରୀହ ଭକ୍ତଙ୍କୁ ଭୁଆଁ ବୁଲାଇ କେତେକ ଅସାଧୁ ବ୍ୟବସାୟୀ ବିକି ଦେଉଛନ୍ତି ବାସି ଅବଢ଼ା। ବର୍ଷ ବର୍ଷ ଧରି ଚାଲିଛି ଏଭଳି ଶୋଷଣ ନୀତି। ଯଦି କିଏ ପ୍ରତିବାଦ କରୁଛି, ତାକୁ ପୁରୀ ବୋଲିରେ ଗାଳି ଶୁଣିବାକୁ ପଡୁଛି। ହେଲେ ସେ ଦାଦାଗିରି ଆଉ ଚଳିବନି। ସେମାନଙ୍କୁ ସାବାଡ଼ କରିବାକୁ ଅଣ୍ଟା ଭିଡ଼ିଛି ଶ୍ରୀମନ୍ଦିର ପ୍ରଶାସନ। ଆନନ୍ଦ ବଜାରରେ ମହାପ୍ରସାଦ ବିକ୍ରି ଶୃଙ୍ଖଳିତ କରିବାକୁ ନିଯୁକ୍ତ ହେବେ ୨୦ ଜଣ ଦକ୍ଷ ଅବସରପ୍ରାପ୍ତ ସେନା କର୍ମଚାରୀ। ସେମାନେ ବିଶୃଙ୍ଖଳାକାରୀଙ୍କୁ ଜଗିବା ସହ ଚୋରି ଓ ପକେଟମାରଙ୍କ ଉପରେ ମଧ୍ୟ ନଜର ରଖିବେ।

ଶ୍ରୀମନ୍ଦିର ଓଏସଡି ଅଜୟ କୁମାର ଜେନାଙ୍କ ସୂଚନା ଅନୁସାରେ ଏଥିପାଇଁ ଆରମ୍ଭ ହୋଇଛି ନିଯୁକ୍ତି ପ୍ରକ୍ରିୟା। ପିଏସଆଇପିଏଲ୍‌ ନାମକ ଏକ ଘରୋଇ ଆଉଟ୍‌ ସୋର୍ସିଂ ସଂସ୍ଥା ଜରିଆରେ ଆସନ୍ତା ୩୦ ତାରିଖ ସୁଦ୍ଧା ଏହି ପଦବୀ ପୂରଣ ହେବ। ସେପ୍ଟେମ୍ବର ପହିଲାରୁ ସେମାନେ ଆକ୍ସନ ମୋଡ୍‌କୁ ଆସିବେ। ସେମାନଙ୍କ ପାଇଁ ସ୍ୱତନ୍ତ୍ର ଡ୍ରେସ କୋଡ୍ ରହିବ। ପ୍ରଶିକ୍ଷଣ ମଧ୍ୟ ଦିଆଯିବ। ସ୍ୱୀକୃତିପ୍ରାପ୍ତ ସେବକଙ୍କ ବାନା ଆଉ ଯିଏ ଆନନ୍ଦ ବଜାରରେ ଅବଢ଼ା ବିକ୍ରି କଲେ ତୁରନ୍ତ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ। ମନ୍ଦିର ବାହାରେ ପ୍ରସ୍ତୁତ କୌଣସି ଦ୍ରବ୍ୟ ଯେ ମିତିକି ଖଜା, କ୍ଷୀରା ଓ ରାବିଡ଼ି ଯେମିତି ଆନନ୍ଦବଜାରକୁ ନଆସେ ତାକୁ ଜଗିବେ। ତେବେ ସବୁଠୁ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱକ୍ରମେ ଭକ୍ତଙ୍କୁ ଯେପରି କେହି ଦୁର୍ବ୍ୟବହାର ପ୍ରଦର୍ଶନ ନକରେ ତା’ ଉପରେ ତୀକ୍ଷ୍ମ ନଜର ରଖିବେ।

Advertisment

ଶ୍ରୀମନ୍ଦିର ଆନନ୍ଦ ବଜାରରେ କେବଳ ମହାପ୍ରଭୁଙ୍କୁ ଲାଗି ହେଉଥିବା ମହାପ୍ରସାଦ ଛଡ଼ା ଅନ୍ୟ କୌଣସି ଖାଦ୍ୟ ସାମଗ୍ରୀ ବିକ୍ରିର ନିୟମ ନାହିଁ। ହେଲେ କ୍ଷୀରା-ରାବିଡ଼ି ଭଳି ଅମୂଣିଆ ସହ ବହୁ ସମୟରେ ବାସି ଅବଢ଼ା ବିକ୍ରି ଚାଲୁଥିବା ନେଇ ଖୋଦ୍ ସୁଆର ସେବକ ଅଭିଯୋଗ କରୁଛନ୍ତି। କିଛି ଦଲାଲ ଓ ଅସାଧୁ ବ୍ୟବସାୟୀ ଆନନ୍ଦ ବଜାରକୁ କବଜା କରିଥିବାର ନଜିର ରହିଛି। ତେଣେ ଆନନ୍ଦ ବଜାରରେ ଶୃଙ୍ଖଳା ଆସିଲେ- ଏଣିକି କେବଳ ସୁଆର ମହାସୁଆର ନିଯୋଗ ତରଫରୁ ସୂଚିତ ସୂପକାରମାନେ ହିଁ ମହାପ୍ରସାଦ ବିକ୍ରି ପାଇଁ ଅଧିକୃତ ରହିବେ। ଦରକାର ପଡିଲେ ସେମାନଙ୍କୁ ପରିଚୟପତ୍ର ଦେବ ଶ୍ରୀମନ୍ଦିର ପ୍ରଶାସନ। ତେଣେ ଏକଥା ଶୁଣି ଭକ୍ତ ମଧ୍ୟ ଖୁସି ପ୍ରକାଶ କରିଛନ୍ତି। ସେପଟେ ମହାପ୍ରଭୁଙ୍କ ସେବାରେ ନିୟୋଜିତ ହେବାର ସୁଯୋଗ ପାଇବା ଆଶାରେ ଥିବା ପୂର୍ବତନ ସେନା କର୍ମଚାରୀ ବେଶ ଉତ୍ସାହିତ ଅଛନ୍ତି।

Puri Shreemandir Puri Sri Jagannath
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe