Advertisment

ଯାଞ୍ଚ ଆରମ୍ଭ କଲାଣି STA; ଧରା ପଡ଼ିଲେ ଗାଡ଼ି ଜବତ, ମାମଲା

କେନ୍ଦ୍ରୀୟ ମୋଟର ଯାନ ଆଇନ ୧୯୮୮ ଅନୁଯାୟୀ, ବାଣିଜ୍ୟିକ ଗାଡ଼ିଗୁଡ଼ିକ ନିମନ୍ତେ ବୈଧ ପଞ୍ଜୀକରଣ ଓ ଫିଟନେସ ସାର୍ଟିଫିକେଟ ଏବଂ ଅଣବାଣିଜ୍ୟିକ ଗାଡ଼ିଗୁଡ଼ିକ ପାଇଁ ବୈଧ ରେଜିଷ୍ଟ୍ରେସନ ସାର୍ଟିଫିକେଟ ବାଧ୍ୟତାମୂଳକ।

Traffic

Traffic

Advertisment

ବିନା ଫିଟନେସ୍ ଓ ରେଜିଷ୍ଟ୍ରେସନରେ ଗାଡ଼ି ଗଡୁଥିଲେ, ହେବ କାର୍ଯ୍ୟାନୁଷ୍ଠାନ। ଦରକାର ପଡ଼ିଲେ ଗାଡ଼ି ଜବତ ହେବ। ମାଲିକଙ୍କ ନାଁରେ ମାମଲା ରୁଜୁ ହେବ। ରାଜ୍ୟ ପରିବହନ ବିଭାଗର ଏ ନିଷ୍ପତ୍ତି ନେବା ପରେ ଚାରିଆଡ଼େ ପଶିଛି ଛନକା। ଏମିତିକି ଏ ନେଇ ରାଜ୍ୟବ୍ୟାପୀ ଧରପଗଡ଼ ଆରମ୍ଭ କରିବାକୁ ସବୁ ଆରଟିଓଙ୍କୁ ନିର୍ଦ୍ଦେଶନାମା ଜାରି ହେଲାଣି।

Advertisment

କେନ୍ଦ୍ରୀୟ ମୋଟର ଯାନ ଆଇନ ୧୯୮୮ ଅନୁଯାୟୀ, ବାଣିଜ୍ୟିକ ଗାଡ଼ିଗୁଡ଼ିକ ନିମନ୍ତେ ବୈଧ ପଞ୍ଜୀକରଣ ଓ ଫିଟନେସ ସାର୍ଟିଫିକେଟ ଏବଂ ଅଣବାଣିଜ୍ୟିକ ଗାଡ଼ିଗୁଡ଼ିକ ପାଇଁ ବୈଧ ରେଜିଷ୍ଟ୍ରେସନ ସାର୍ଟିଫିକେଟ ବାଧ୍ୟତାମୂଳକ। ଏହା ନଥିଲେ ଗାଡ଼ି ରାସ୍ତାରେ ଚାଲିବା ଧର୍ତ୍ତବ୍ୟ ଅପରାଧ। ନିୟମ ଉଲ୍ଲଂଘନକାରୀ ଏଭଳି ଗାଡ଼ି ଦୁର୍ଘଟଣାଗ୍ରସ୍ତ ହେଲେ ଇନସ୍ୟୁରାନ୍ସ କମ୍ପାନୀ ପକ୍ଷରୁ ବୀମାରାଶି ମଧ୍ୟ ପ୍ରଦାନ କରିବାର ନିୟମ ନାହିଁ। ଯାହା ଫଳରେ ଦୁର୍ଘଟଣାର ଶିକାର ବ୍ୟକ୍ତି କ୍ଷତିପୂରଣ ପାଇପାରୁ ନାହାନ୍ତି। ତେଣୁ ସଡ଼କ ସୁରକ୍ଷା ଦୃଷ୍ଟିରୁ ଏଭଳି ଗାଡ଼ିଗୁଡ଼ିକୁ ନିୟନ୍ତ୍ରଣ କରିବା ଓ ଆଇନ ଉଲ୍ଲଂଘନକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିଷ୍ପତ୍ତି ହୋଇଛି। କେବଳ ଯେ, ବାଣଜ୍ୟିକ ଓ ଘରୋଇ ଗାଡ଼ିମାନଙ୍କ କ୍ଷେତ୍ରରେ ଏ ନିୟମ ଲାଗୁ ହେବ ତା’ ନୁହେଁ।

ଶିକ୍ଷାନୁଷ୍ଠାନ କ୍ଷେତ୍ରରେ ଏ ନିୟମ ଉଲ୍ଲଂଘନ ହେବା ଧରାପଡ଼ିଲେ, ସ୍କୁଲ କର୍ତ୍ତୃପକ୍ଷଙ୍କ ବିରୋଧରେ ମାମଲା ରୁଜୁ ହେବ। ଏଣେ ସହର ହେଉ କି ଗାଁ ଗହଳିରେ ଟାଲୁଥିବା ଯାନବାହାନ ହେଉ ଅବା ଖଣି ଖାଦାନ ଅଞ୍ଚଳରେ ଟ୍ରକ୍। ସବୁଠି କାହାର ନମ୍ବର ପ୍ଲେଟ୍ ଠିକରେ ଦିଶୁନି, ତ କାହାର ଫିଟନେସ୍ ବି ନାହିଁ। ଯାହାକି ଜନଜୀବନ ପାଇଁ ବଡ଼ ବିପଦ ବୋଲି କହିଲେଣି ସାଧାରଣ ଜନତା। ଶିକ୍ଷାନୁଷ୍ଠାନ କର୍ତ୍ତୃପକ୍ଷ ବି କହିଲେଣି ସରକାରଙ୍କ କଡ଼ା ନିୟମ ସ୍ବାଗତ ଯୋଗ୍ୟ ପଦକ୍ଷେପ।

Advertisment

ସେପଟେ ଟ୍ରାନ୍ସପୋର୍ଟ ବିଭାଗର କଡ଼ା ନିର୍ଦ୍ଦେଶନାମା ପରେ ସଜାଗ ହୋଇଛି ରାଜ୍ୟ ପରିବହନ ପ୍ରାଧିକରଣ(ଏସଟିଏ)। ଏସଟିଏର ସିନିୟର ଏନଫୋର୍ସମେଣ୍ଟ ଅଧିକାରୀ ଲାଲମୋହନ ସେଠୀ କହିଛନ୍ତି, ବିଭାଗୀୟ ମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ଦକ୍ଷ ଅଫିସରଙ୍କୁ ନେଇ ସ୍ପଶାଲ୍ ଟିମ୍‌ ଗଠନ ହୋଇଛି। ଆସନ୍ତା ୨୯ ତାରିଖରୁ ଏମାନେ ଅତର୍କିତ ଭାବେ ବିଭିନ୍ନ ସ୍ଥାନରେ ଚଢ଼ଉ କରି ମୋଟର ଯାନ ଆଇନ ଉଲ୍ଲଙ୍ଘନକାରୀ ଗାଡିକୁ ସିଜ କରିବା ସହ ମାମଲା ରୁଜୁ କରିବେ। ଏମିତିକି ବେଆଇନ ଫିଟନେସ୍ ସାର୍ଟିଫିକେଟ ପ୍ରଦାନରେ କେଉଁଠି ଆରଟିଓ କର୍ମଚାରୀଙ୍କ ତ୍ରୁଟି ପରିଲକ୍ଷିତ ହେଲେ, ସେମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ହେବ। ଫିଟନେସ୍ ନଥାଇ ଚାଲୁଥିବା ଗାଡ଼ି, ଓଭର ଲୋଡିଂ ଓ ଅଧିକା ଭଡ଼ା ନେଉଥିବା ଗାଡ଼ିଙ୍କ ବିରୋଧରେ ତୁରନ୍ତ ଆକ୍ସନ ହେବ। ସ୍କୁଲ ଓ କଲେଜରେ ଛାତ୍ରଛାତ୍ରୀଙ୍କୁ ପରିବହନ କରୁଥିବା ଗାଡ଼ି ଗୁଡିକ ଉପରେ କଡା ନଜର ରଖାଯିବ ବୋଲି ଶ୍ରୀସେଠୀ କହିଛନ୍ତି।

ସବୁଠୁ ବଡ଼ କଥା ହେଲା ଫିଟନେସ୍ ଓ ରେଜିଷ୍ଟ୍ରେସନ ନଥାଇ ଚାଲୁଥିବା ଗାଡ଼ି ଗୁଡ଼ିକର ତାଲିକା କରି ଆରଟିଓମାନେ ବିଭିନ୍ନ ଟୋଲ୍‌ ଗେଟ୍‌ କର୍ତ୍ତୃପକ୍ଷଙ୍କୁ ପ୍ରଦାନ କରିବେ। ଯହାଦ୍ୱାରା ସଂପୃକ୍ତ ଗାଡ଼ିଗୁଡ଼ିକ ଟୋଲ ଗେଟ୍‌ ଦେଇ ଗଲା ବେଳେ ସହଜରେ ଧରା ପଡ଼ିବେ।

Traffic Rule RTO
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe