Advertisment

ଗ୍ରାହକଙ୍କ ଅଭିଯୋଗ- ଫଳ ରସ ପ୍ୟାକେଟରୁ ଫଳ ଗାଏବ, ରହିଛି କେବଳ ବାସ୍ନା!

କମ୍ପାନୀ ମିଥ୍ୟା ପ୍ରଲୋଭନ ଦେଖାଇ ଗ୍ରାହକଙ୍କୁ ଆକୃଷ୍ଟ କରି ଖର୍ଚ୍ଚାନ୍ତ କରୁଥିବା ଅଭିଯୋଗରେ କମ୍ପାନୀକୁ କୋର୍ଟକୁ ଟାଣିଛନ୍ତି ଗ୍ରାହକ ।

author-image
Niharika Rout
ଅଦ୍ୟତନ ହୋଇଛି
Fruit Juice

Fruit Juice

ଫଳ ରସ ପ୍ୟାକେଟରୁ ଫଳ ଗାଏବ। ରହିଛି କେବଳ ବାସ୍ନା। Starbucks ନାମକ ବହୁରାଷ୍ଟ୍ରୀୟ କମ୍ପାନୀ ବିରୋଧରେ ଆସିଛି ଏପରି ସାଂଘାତିକ ଅଭିଯୋଗ। କମ୍ପାନୀ ମିଥ୍ୟା ପ୍ରଲୋଭନ ଦେଖାଇ ଗ୍ରାହକଙ୍କୁ ଆକୃଷ୍ଟ କରି ଖର୍ଚ୍ଚାନ୍ତ କରୁଥିବା ଅଭିଯୋଗରେ କମ୍ପାନୀକୁ କୋର୍ଟକୁ ଟାଣିଛନ୍ତି ଗ୍ରାହକ। ହେଲେ ଷ୍ଟାରବକ୍ସ ଗ୍ରାହକଙ୍କୁ ଠକୁଥିବାର କୌଣସି ପ୍ରମାଣ ନାହିଁ ବୋଲି କହିବା ସହ ଏହି ଅଭିଯୋଗକୁ ବିଚାରପତି ଖାରଜ କରି ଦେଇଛନ୍ତି। ଏପରି ଏକ ଘଟଣା ଯୁକ୍ତରାଷ୍ଟ୍ର ଆମେରିକାରେ ଘଟିଛି।

Advertisment

ଏନେଇ Starbucks କମ୍ପାନୀ ନାମରେ ୧୧ଟି ମାମଲା ରୁଜୁ ହୋଇଥିବା ବେଳେ ସେଥିରୁ ୯ଟିକୁ ଖାରଜ କରିଦେବାକୁ କମ୍ପାନୀ କୋର୍ଟଙ୍କ ନିକଟରେ ଆବେଦନ କରିଥିଲେ। ମାତ୍ର କୋର୍ଟ ଏହି ଆବେଦନକୁ ଅଗ୍ରାହ୍ୟ କରି ଦେଇଛନ୍ତି।

ଗ୍ରାହକଙ୍କ କହିବାନୁଯାୟୀ, Starbucksର ଆମ୍ବ, ଡ୍ରାଗନଫ୍ରୁଟ, ସପୁରୀ, ଷ୍ଟ୍ରବେରୀ, ଲେମନ ଆଦି ଡ୍ରିଙ୍କ୍ସ ରହିଛି। କିନ୍ତୁ ବିଜ୍ଞାପନ ଅନୁଯାୟୀ, ଫଳ ଉକ୍ତ ଡ୍ରିଙ୍କ୍ସରେ ମିଳୁନାହିଁ। ଅସଲି ଫ୍ରୁଟ୍ସର ମଜା ପାଇବା ନିମନ୍ତେ କମ୍ପାନୀ ଅଧିକ ଟଙ୍କା ଚାର୍ଜ କରୁଥିବା ବେଳେ କିନ୍ତୁ କେବଳ ବାସ୍ନା ଦେଇ ଠକି ଦେଉଛି।

Advertisment

ଗ୍ରାହକଙ୍କ ପକ୍ଷରୁ କୁହାଯାଇଛି, କମ୍ପାନୀ ପକ୍ଷରୁ ମୁଖ୍ୟ ଉପାଦାନ ହିସାବରେ ପାଣି, ଚିନି ଅଙ୍ଗୁର ରସ ଆଦିର ବ୍ୟବହାର କରାଯାଉଛି। ହେଲେ ଅସଲି ଫଳର ବ୍ୟବହାର କଦାପି କରାଯାଉ ନାହିଁ ।

Starbucks ପକ୍ଷରୁ କୁହାଯାଇଛି, ଡ୍ରିଙ୍କ୍ସ ପ୍ୟାକେଟରେ ଫଳର ନାମ ପରିବର୍ତ୍ତେ ଉକ୍ତ ଫଳ ରସର ବାସ୍ନା ବୋଲି ଉଲ୍ଲେଖ ରହିଛି। ଏଥିସହ ଆମେ ଉକ୍ତ ଫଳର ମହକର ବିଜ୍ଞାପନ କରୁଛୁ, ଫଳର ନୁହେଁ। ଏଥିରେ ଗ୍ରାହକଙ୍କର ଅବୁଝା ହେବାର କୌଣସି କାରଣ ନ ଥିବା ବେଳେ ଅତ୍ୟାବଶ୍ୟକ ସ୍ଥଳରେ ସେମାନେ କମ୍ପାନୀକୁ ଫୋନ୍‌ କରି ନିଜ ଦ୍ୱନ୍ଦ୍ୱ ଦୂର କରି ପାରିବେ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି।

କମ୍ପାନୀ ପକ୍ଷରୁ ଗ୍ରାହକଙ୍କ ଏପରି ଅଭିଯୋଗକୁ ଅଯୁକ୍ତିକର ଓ ଅବାସ୍ତବ ବୋଲି କୁହାଯିବା ସହ ଏନେଇ ଆଇନଗତ ଲଢ଼େଇ ଲଢ଼ିବାକୁ ପ୍ରସ୍ତୁତ ଥିବା କୁହାଯାଇଛି। ତେବେ, ଷ୍ଟାରବକ୍ସ ଗ୍ରାହକଙ୍କୁ ଠକୁଥିବାର କୌଣସି ପ୍ରମାଣ ନାହିଁ ବୋଲି କହିବା ସହ ଏହି ଅଭିଯୋଗକୁ ବିଚାରପତି ଖାରଜ କରି ଦେଇଛନ୍ତି।

Court Jhatka Fruits