Advertisment

ସର୍ବନିମ୍ନ ମଜୁରୀ ବୃଦ୍ଧି ନେଇ ରାଜ୍ୟ କ୍ୟାବିନେଟର ମଞ୍ଜୁରୀ

ଅଣକୁଶଳୀ, ଅର୍ଦ୍ଧକୁଶଳୀ, କୁଶଳୀ ଓ ଉଚ୍ଚ କୁଶଳୀ ଶ୍ରମିକଙ୍କ ମଜୁରୀ ବଢ଼ିଛି।

author-image
Jitendra Garnayak
ଅଦ୍ୟତନ ହୋଇଛି
Cabinet Meeting

Cabinet Meeting

ରାଜ୍ୟ କ୍ୟାବିନେଟ ବୈଠକରେ ଆଜି ୫ଟି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଉପରେ ମୋହର ବାଜିଛି। ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧିରେ ଆଉ ପ୍ରାୟ ୬ ଲକ୍ଷ ଚାଷୀ ସାମିଲ ହେବେ। ବାଦ୍ ପଡ଼ିଥିବା ସମସ୍ତ ଯୋଗ୍ୟ ହିତାଧିକାରୀଙ୍କୁ ସାମିଲ କରାଯିବ। ଯେଉଁଥିରେ କ୍ଷୁଦ୍ର, ମଧ୍ୟମ ଓ ସହରାଞ୍ଚଳ ଚାଷୀ ରହିବେ।

Advertisment

ସେହିପରି ସର୍ବନିମ୍ନ ମଜୁରୀ ବୃଦ୍ଧିକୁ ମଞ୍ଜୁରୀ ଦେଇଛି ରାଜ୍ୟ କ୍ୟାବିନେଟ୍। ଅଣକୁଶଳୀ, ଅର୍ଦ୍ଧକୁଶଳୀ, କୁଶଳୀ ଓ ଉଚ୍ଚ କୁଶଳୀ ଶ୍ରମିକଙ୍କ ସର୍ବନିମ୍ନ ମଜୁରୀ ବଢ଼ିଛି। ଅଣକୁଶଳୀଙ୍କ ମଜୁରୀ ୩୫୨ରୁ ୪୫୦ ଟଙ୍କାକୁ ବଢ଼ିଥିବା ବେଳେ କୁଶଳୀ ଶ୍ରମିକଙ୍କ ମଜୁରୀ ୩୯୨ରୁ ୫୦୦ଏବଂ ଉଚ୍ଚ କୁଶଳୀଙ୍କର ୫୦୨ରୁ ୬୦୦ ଟଙ୍କାକୁ ବୃଦ୍ଧି ପାଇଛି।

ଓଡ଼ିଆ ଅସ୍ମିତା ପାଇଁ ୨ଶହ କୋଟିର କର୍ପସ ପାଣ୍ଠିକୁ ଆଜି କ୍ୟାବିନେଟରେ ଅନୁମୋଦନ ମିଳିଛି। ଓଡ଼ିଆ ଅସ୍ମିତା ଭବନ ନିର୍ମାଣ ହେବ ଏବଂ ଓଡ଼ିଆ ଅନୁବାଦ ଏକାଡେମୀ ପ୍ରତିଷ୍ଠା ହେବ। ଏଥିସହ ତାଳପତ୍ର ପୋଥି ସଂଗ୍ରହାଳୟ ଏବଂ ବିଭିନ୍ନ ୟୁନିଭର୍ସିଟିରେ ଓଡ଼ିଆ ଚେୟାର ପ୍ରତିଷ୍ଠା କରାଯିବ। କଟକର ଐତିହାସିକ ବାଲିଯାତ୍ରାକୁ ଅନ୍ତର୍ଜାତୀୟ ମାନ୍ୟତା ପ୍ରଦାନ ପାଇଁ ଉଦ୍ୟମ କରାଯିବ ବୋଲି ବୈଠକ ଶେଷରେ ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। 

Advertisment
Odisha Cabinate Meeting