Advertisment

ଅସହ୍ୟ ଗ୍ରୀଷ୍ମରେ ପାୱାର୍ କଟ୍; ତୁରନ୍ତ ଦୃଷ୍ଟି ଦେବାକୁ ବିଦ୍ୟୁତ ବିତରଣ କମ୍ପାନୀକୁ SRCଙ୍କ ନିର୍ଦ୍ଦେଶ

ସୋଶାଲ ମିଡ଼ିଆ X ଜରିଆରେ TPCODL ସିଇଓ ଏବଂ ଶକ୍ତି ବିଭାଗ ସଚିବଙ୍କୁ ଟ୍ୟାଗ୍ କରି SRC ଜଣାଇଛନ୍ତି।

author-image
Tapaswini Nayak
ଅଦ୍ୟତନ ହୋଇଛି
Power cut

Power cut

ଅସହ୍ୟ ଗ୍ରୀଷ୍ମ ସହ ଗୁଳୁଗୁଳି ଭିତରେ ପାୱାର୍ କଟକୁ ନେଇ ଖବର ପ୍ରସାରଣ ପରେ ତତ୍ପର ହୋଇଛନ୍ତି ରାଜ୍ୟ ସରକାର। ଏନେଇ ତୁରନ୍ତ ଦୃଷ୍ଟି ଦେବାକୁ ବିଦ୍ୟୁତ ବିତରଣ କମ୍ପାନୀକୁ ନିର୍ଦ୍ଦେଶ ଦେଇଛନ୍ତି ସ୍ୱତନ୍ତ୍ର ରିଲିଫ୍ କମିଶନର। ସୋଶାଲ ମିଡ଼ିଆ X ଜରିଆରେ TPCODL ସିଇଓ ଏବଂ ଶକ୍ତି ବିଭାଗ ସଚିବଙ୍କୁ ଟ୍ୟାଗ୍ କରି SRC ଜଣାଇଛନ୍ତି।

Advertisment

ବିଶେଷ କରି ଭୁବନେଶ୍ୱର ସହର ଭିତରେ ବାରମ୍ବାର ବିଦ୍ୟୁତ କାଟ୍ ଯୋଗୁ ଗ୍ରୀଷ୍ମ ସହ ଗୁଳୁଗୁଳିରେ ଲୋକେ ହନ୍ତସନ୍ତ ହେଉଥିବା ଅଭିଯୋଗ ହୋଇଛି। ତେଣୁ ଏହି ସମସ୍ୟାର ତୁରନ୍ତ ସମାଧାନ ଦିଗରେ ପଦକ୍ଷେପ ନେବାକୁ ବିଦ୍ୟୁତ ବିତରଣ କମ୍ପାନୀକୁ କହିଛନ୍ତି ସ୍ୱତନ୍ତ୍ର ରିଲିଫ୍ କମିଶନର।

ଟାଟା ପାୱାରର ଅଘୋଷିତ ପାୱାର କଟ୍ ଏବଂ ଲୋକଙ୍କ ସମସ୍ୟା ସଂପର୍କରେ ଖବର ପ୍ରସାରଣ ହୋଇଥିଲା। ଅନେକ ସ୍ଥାନରେ ମେଣ୍ଟେନାନ୍ସ ଆଳରେ କେମିତି ବାରମ୍ବାର ପାୱାର କଟ୍ ହେଉଛି, ସେନେଇ ଜନ ଅସନ୍ତୋଷ ଦେଖାଦେଇଥିଲା। ଏହି ଖବର ପରେ ରାଜ୍ୟ ସରକାର ତତ୍ପର ହେବା ସହ ବିଦ୍ୟୁତ ବିତରଣ କମ୍ପାନୀକୁ ଏ ଦିଗରେ ଦୃଷ୍ଟି ଦେବାକୁ SRC କହିଛନ୍ତି।

Advertisment

 ଅନ୍ୟପକ୍ଷରେ SRC କରିଥିବା ଟ୍ୱିଟ୍ ଉପରେ TPCODL ପକ୍ଷରୁ କୁହାଯାଇଛି ଯେ, ଭୁବନେଶ୍ୱର ସହରରେ 33 କେଭି କିମ୍ବା 11 କେଭି ବ୍ରେକଡାଉନରେ କୌଣସି ଅସୁବିଧା ହୋଇନାହିଁ। ତ୍ରୁଟି ଗୁଡ଼ିକକୁ ତୁରନ୍ତ ସମାଧାନ କରାଯାଉଛି।

କୌଣସି ଅସୁବିଧା ପାଇଁ କଷ୍ଟମର କେୟାର ନମ୍ବର ଜାରି କରାଯାଇଛି। ଏହା ୨୪ ଘଣ୍ଟା କାର୍ଯ୍ୟ କରୁଛି।  ସର୍ବୋତ୍ତମ ସେବା ଯୋଗାଇବାକୁ ଆମେ ପ୍ରତିଶ୍ରୁତିବଦ୍ଧ। 

SRC Power Cuts