/odisha-reporter/media/post_attachments/uploadimage/library/16_9/16_9_0/OAS_1725029227.jpg)
OAS
ରାଜ୍ୟ ସରକାର ଆଜି ବରିଷ୍ଠ ଓଏଏସ୍ ଅଫିସରସ୍ତରେ ଅଦଳବଦଳ କରିଛନ୍ତି । ଏହାସହିତ ଦୀର୍ଘ ଦୁଇମାସ ପରେ ରାଜ୍ୟ ପୌର ପ୍ରଶାସନ ନିର୍ଦ୍ଦେଶକ ପଦବୀରେ ସ୍ଥାୟୀ ନିଯୁକ୍ତି ମଧ୍ୟ ଦେଇଛନ୍ତି । ବରିଷ୍ଠ ଓଏଏସ୍ ଅଫିସର ଦେବାଶୀଷ ସିଂଙ୍କୁ ରାଜ୍ୟ ପୌର ପ୍ରଶାସନ ନିର୍ଦ୍ଦେଶକ ଭାବେ ବଦଳି କରାଯାଇଛି। ଶ୍ରୀ ସିଂ ଗତ ଦେଢ଼ମାସରୁ ଅଧିକ ଦିନ ଧରି ଅତିରିକ୍ତ ଭାବେ ଏହି ଦାୟିତ୍ୱକୁ ତୁଲାଉଥିଲେ ।
ଆଜି ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ, ମତ୍ସ୍ୟ ଓ ପଶୁସମ୍ପଦ ବିଭାଗର ସ୍ୱତନ୍ତ୍ର ସଚିବ ବରିଷ୍ଠ ଓଏଏସ୍ ଗଙ୍ଗାଧର ନାୟକଙ୍କୁ ହାଉସିଂ ନିର୍ଦ୍ଦେଶକ ଓ ଗୋପବନ୍ଧୁ ପ୍ରଶାସନିକ ଏକାଡେମୀର ଅତିରିକ୍ତ ନିର୍ଦ୍ଦେଶଖ ଆରାଧନା ଦାସଙ୍କୁ ଗୃହ ବିଭାଗର ସ୍ୱତନ୍ତ୍ର ସଚିବ ଭାବେ ବଦଳି କରାଯାଇଛି । ହାଉସିଂ ନିର୍ଦ୍ଦେଶକ ବରିଷ୍ଠ ଓଏଏସ୍ ଅଫିସର ଦେବାଶୀଷ ସିଂହଙ୍କୁ ପୌର ପ୍ରଶାସନର ନିର୍ଦ୍ଦେଶକ ଭାବେ ବଦଳି କରାଯାଇଛି । ସେ ନଗର ଉନ୍ନୟନ ବିଭାଗର ଏକ୍ସଅଫିସୋ ସ୍ୱତନ୍ତ୍ର ସଚିବ ଭାବେ କାର୍ଯ୍ୟ କରିବେ ।
ସେହିପରି ସାଧାରଣ ପ୍ରଶାସନ ବିଭାଗର ଅତିରିକ୍ତ ସଚିବ ଶିବନାରାୟଣ ସାହୁଙ୍କୁ ଗୋପବନ୍ଧୁ ପ୍ରଶାସନିକ ଏକାଡେମୀର ଅତିରିକ୍ତ ନିର୍ଦ୍ଦେଶକ ଭାବେ ବଦଳି ହୋଇଛି । ଭୁବନେଶ୍ୱର ମହାନଗର ନିଗମର ଅତିରିକ୍ତ କମିଶନର ଘାସିରାମ ମୁର୍ମୁଙ୍କୁ ସାଧାରଣ ପ୍ରଶାସନ ବିଭାଗର ଅତିରିକ୍ତ ସଚିବ ଭାବେ ବଦଳି କରାଯାଇଛି ।
ସୂଚନାଯୋଗ୍ୟ, ଅବସରପ୍ରାପ୍ତ ଆଇଏଏସ୍ ସଂଗ୍ରାମଜିତ୍ ନାୟକ ଗତ ଜୁନ୍ ମାସରେ ପୌର ପ୍ରଶାସନ ନିର୍ଦ୍ଦେଶକ ପଦରୁ ଇସ୍ତଫା ଦେବାପରେ ସେହି ପଦବୀ ଖାଲି ପଡ଼ିଥିଲା । ଆଉ ବରିଷ୍ଠ ଓଏଏସ୍ ଶ୍ରୀ ସିଂ ଅତିରିକ୍ତ ଭାବେ ଏହି ଦାୟିତ୍ୱ ତୁଲାଉଥିଲେ ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
