Advertisment

ପଦାରେ ପଡ଼ିଲା ସରକାରଙ୍କ ମିଛ ପ୍ରଚାର, ରାଜ୍ୟପାଳଙ୍କ ସୋଶାଲ ମିଡିଆ ପୋଷ୍ଟ ଖୋଲିଲା ଗୁମର

ରାଜ୍ୟ ସରକାରଙ୍କ ମିଛ ପ୍ରଚାରର ଗୁମର ଖୋଲି ଦେଇଛନ୍ତି ଖୋଦ ରାଜ୍ୟପାଳ ରଘୁବର ଦାସ। ସେ ସୋଶାଲ ମିଡିଆ ପ୍ଳାଟଫର୍ମ ଏକ୍ସରେ କରିଥିବା ପୋଷ୍ଟ ସରକାରଙ୍କ ସବୁ ମିଛକୁ ଧରାଇ ଦେଇଛି।

Odisha

Odisha

Advertisment

ଡ୍ରିଙ୍କ ଫ୍ରମ ଟ୍ୟାପ। ୨୪ ଘଣ୍ଟା ବିଶୁଦ୍ଧ ପାନୀୟ ଜଳ ଯୋଗାଣ। ଗାଁକୁ ବିଜୁଳି ଯୋଗାଣ। ପ୍ରତି ପରିବାରକୁ ଘର। ଏହି ଭଳି ଅନେକ କିଛି କଥା କହି ରାଜ୍ୟ ସରକାର ନିଜର ପ୍ରଚାର କରୁଛନ୍ତି। ହେଲେ କଥା ଠାରୁ କାମ ବହୁ ଦୂର।

Advertisment

ସରକାର ସବୁ ଯୋଗାଇ ଥିବା କହୁଥିଲେ ହେଁ ବାସ୍ତବ ଚିତ୍ର କିଛି ଭିନ୍ନ କଥା କହୁଛି। ରାଜ୍ୟ ସରକାରଙ୍କ ମିଛ ପ୍ରଚାରର ଗୁମର ଖୋଲି ଦେଇଛନ୍ତି ଖୋଦ ରାଜ୍ୟପାଳ ରଘୁବର ଦାସ। ସେ ସୋଶାଲ ମିଡିଆ ପ୍ଳାଟଫର୍ମ ଏକ୍ସରେ କରିଥିବା ପୋଷ୍ଟ ସରକାରଙ୍କ ସବୁ ମିଛକୁ ଧରାଇ ଦେଇଛି।

ସୁନ୍ଦରଗଡ଼ ସଦର ମହକୁମା ଠାରୁ ମାତ୍ର ୭ କିମି ଦୂରରେ ରହିଛି ସଦର ବ୍ଲକ କିରେଇ ପଂଚାୟତର ଜବରଦସ୍ତ ପଡ଼ା। ଏହି ପଡ଼ାରେ ୨୫୦ରୁ ଅଧିକ ଲୋକ ବସବାସ କରନ୍ତି। ମାତ୍ର ଏମାନଙ୍କୁ ଦେଖିଲେ ଲାଗେ ଯେ ସେମାନେ କେଉଁ ଉପାନ୍ତ ଅଞ୍ଚଳରେ ରହୁଛନ୍ତି। କାରଣ ପାନୀୟ ଜଳ, ବିଦ୍ୟୁତ ଓ ଅ।ବାସ ଯୋଜନାରୁ ବଞ୍ଚିତ ରହିଛନ୍ତି ଏଠାକାର ବାସିନ୍ଦା। ଭଙ୍ଗା ଦଦରା ଘର ଭିତରେ ଏଠାକାର ଲୋକ ଜୀବନ କାଟୁଛନ୍ତି।

Advertisment

ସେମାନଙ୍କୁ ମଧ୍ୟରୁ ୨ ଜଣ ହେଲେ ଫୁଲମତି ନାଏକ ଓ ସ୍ଵର୍ଣ୍ଣ ଧୁରୁଅ।। କେବଳ ଏହି ୨ ଜଣ ନୁହନ୍ତି ଜବରଦସ୍ତ ପଡ଼ାରେ ଏମାନଙ୍କ ଭଳି ଅନେକ ପରିବାର ବିଭିନ୍ନ ଯୋଜନାର ବଞ୍ଚିତ। ଗାଁର ଲୋକମାନେ ବର୍ଷ ବର୍ଷ ଧରି ଅ।ବାସ ଯୋଜନାରେ ଘର ଖଣ୍ଡେ ପାଇବା ପାଇଁ ଅ।ବେଦନ କରି ଆସୁଛନ୍ତି। ହେଲେ ସେମାନଙ୍କୁ କିଛି ବି ମିଳିନି। ଯୋଗ୍ୟ ହିତାଧିକାରୀଙ୍କ ତାଲିକା ପ୍ରକାଶ ପାଇବେ ବେଳେ ଏମାନେ ସେଥିରୁ ବାଦ ପଡ଼ୁଛନ୍ତି।

କେବଳ ଅ।ବାସ ଯୋଜନା ନୁହେଁ, ପାଣି ଟିକେ ପାଇବାରୁ ବଂଚିତ ହେଉଛନ୍ତି ଏମାନେ। ପାଖରେ ଥିବା ପୋଖରୀରୁ ପାଣି ଅ।ଣି ଗାଁ ଲୋକମାନେ ପିଉଛନ୍ତି। ପଡ଼ାରେ ଥିବା ଅଙ୍ଗନବାଡି,ପ୍ରାଥମିକ ସ୍କୁଲରେ ପିଲା ମାନେ ମଧ୍ୟ ପାଣି ଟିକିଏ ପିଇବା ପାଇଁ ଡହଳ ବିକଳ ହୁଅନ୍ତି। ଏହି ପଡ଼ାରେ ଗୋଟିଏ ନଳକୂପ ରହିଛି। ମାତ୍ର ସେଇଟା ଅନେକ ଦିନକୁ ଖରାପ ହୋଇ ପଡ଼ି ରହିଛି।

ରାଜ୍ୟ ସରକାର ପାଣି ଦେବା ପାଇଁ ପାଇପ ଲଗାଇ ଦେଲେ ଟାଙ୍କି ବସାଇଦେଲେ। ମାତ୍ର ସେଗୁଡ଼ିକ ମଧ୍ୟ ଠିକ ଭାବେ କାର୍ଯ୍ୟକାରୀ ହେଉନାହିଁ।

ନାହିଁ ନାହିଁରେ ପଡ଼ାର ଲୋକମାନେ ଜୀବନ ବିତାଉଥିବା ବେଳେ ଗତ ୧୧ ତାରିଖ ସଂଧ୍ୟାରେ ରେ ରାଜ୍ୟପାଳ ରଘୁବର ଦାସ ସୁନ୍ଦରଗଡ ଜିଲ୍ଲା ଗସ୍ତରେ ଆସିଥିଲେ। ସେ ରାସ୍ତାରେ ଯାଉଥିବା ବେଳେ ପଡ଼ାର ବାସିନ୍ଦାମାନେ ତାଙ୍କୁ ନିଜର ଦୁଃଖ ଜଣାଇଥିଲେ। ତୁରନ୍ତ ରାଜ୍ୟପାଳ ଦାସ ଗାଡ଼ିରୁ ଓହ୍ଲାଇ ଅନ୍ଧାରରେ ଚାଲିଚାଲି ଯାଇ ଲୋକେ ପିଉଥିବା ପୋଖରୀର ଅବସ୍ଥା ସହ ଅନ୍ୟାନ୍ୟ ସମସ୍ୟା ସମ୍ପର୍କରେ ପଚାରି ବୁଝିଥିଲେ।

ସେ ସମସ୍ୟାର ସମାଧନ ହେବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ରାଜ୍ୟପାଳଙ୍କ ପ୍ରତିଶ୍ରୁତି ପରେ ପଡ଼ାର ଲୋକମାନେ ସମସ୍ୟାରୁ ମୁକୁଳିବେ ବୋଲି ଆଶା ରଖିଛନ୍ତି। ସେହିପରି ରାଜ୍ୟପାଳ ରଘୁବର ଦାସ ଜବରଦସ୍ତ ପଡ଼ାର ଲୋକମାନଙ୍କ ସମସ୍ୟା ସମ୍ପର୍କରେ ଗୋଟିଏ ଭିଡିଓ ମଧ୍ୟ ପୋଷ୍ଟ କରିଛନ୍ତି। 

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ସୁନ୍ଦରଗଡ଼ରେ ଜିଲ୍ଲା ଖଣିଜ ପାଣ୍ଠି ସହ ଓମ୍ଵାଡସିର ଅନୁଦାନରେ ବିଭିନ୍ନ ପ୍ରକଳ୍ପ କରାଯାଉଛି। ମାତ୍ର ଜବରଦସ୍ତ ପଡ଼ାରେ କିଛି ବି ବିକାଶମୂଳକ କାର୍ଯ୍ୟକ୍ରମ କରାଯାଉ ନାହିଁ। ତେବେ ଅ।ସନ୍ତା ସାଧାରଣ ନିର୍ବାଚନ ପୂର୍ବରୁ ଏହି ସମସ୍ୟାର ସମାଧାନ କରା ନଗଲେ ପଡ଼ାର ଲୋକମାନେ ଭୋଟ ବର୍ଜନ କରିବେ ବୋଲି ସିଧାସଳଖ ଧମକ ଦେଇଛନ୍ତି।

ଏଠାରେ ଲାଗି ରହିଥିବା ପାନୀୟ ଜଳର ସମସ୍ୟା ପାଇଁ ମହିଳା ମାନେ ବେଶୀ କଷ୍ଟ ଭୋଗିଥାନ୍ତି। ପାଖରେ ଥିବା ପୋଖରୀକୁ ଯାଇ ସେଠାରୁ ପାଣି ଆଣିବା ସହ ମହିଳାମାନେ ହିଁ ଏହାକୁ ଛାଣି ଣିଥାନ୍ତି। ଏହି ପୋଖରୀରେ ଗୋରୁଗାଈ ଗାଧେଇ ଥାଆନ୍ତି। ସେହି ପୋଖରୀ ପାଣିକୁ ଲୋକେ ପିଇବା ପାଇଁ ବ୍ୟବହାର କରନ୍ତି। ଏଥିଯୋଗୁ ଛୋଟ ପିଲା ମାନେ ଅନେକ ସମୟରେ ବିଭିନ୍ନ ରୋଗବ୍ୟାଧିରେ ମଧ୍ୟ ପଡ଼ୁଛନ୍ତି।

ସୁନ୍ଦରଗଡରୁ ଦେବବ୍ରତ ଜେନା,ଓଟିଭି

Odisha Sundargarh Odisha Govt
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe