Advertisment

ଶୁଭୋଜିତଙ୍କ ଶେଷକୃତ୍ୟ ସମ୍ପନ୍ନ; ଦିଆଗଲା ଗାର୍ଡ ଅଫ୍ ଅନର

ସତ୍ୟନଗର ଶ୍ମଶାନରେ ପୁଲିସ କମିଶନର ସଞ୍ଜୀବ ପଣ୍ଡା ଓ DCP ପ୍ରତୀକ ସିଂହଙ୍କ ଉପସ୍ଥିତିରେ ଓଡ଼ିଶା ପୁଲିସ ପକ୍ଷରୁ ଆଜି ଶୁଭଜିତଙ୍କୁ ଗାର୍ଡ ଅଫ୍ ଅନର ଦିଆଯାଇଛି ।

ଅଦ୍ୟତନ ହୋଇଛି
Guard Of Honour

Guard Of Honour

Advertisment

ଛୋଟ ବୟସରେ ୮ ଜଣଙ୍କୁ ଅଙ୍ଗଦାନ କରି ଅମର ହୋଇ ଯାଇଥିବା ଭୁବନେଶ୍ୱରର ୮ ବର୍ଷୀୟ ବାଳକ ଶୁଭୋଜିତଙ୍କୁ ରାଜ୍ୟ ସରକାରଙ୍କ ପକ୍ଷରୁ ଦିଆଗଲା ଗାର୍ଡ ଅଫ୍ ଅନର । ସତ୍ୟନଗର ଶ୍ମଶାନରେ ପୁଲିସ କମିଶନର ସଞ୍ଜୀବ ପଣ୍ଡା ଓ DCP ପ୍ରତୀକ ସିଂହଙ୍କ ଉପସ୍ଥିତିରେ ଓଡ଼ିଶା ପୁଲିସ ପକ୍ଷରୁ ଆଜି ଶୁଭୋଜିତଙ୍କୁ ଗାର୍ଡ ଅଫ୍ ଅନର ଦିଆଯାଇଛି । ପରିବାର ଲୋକଙ୍କ ଉପସ୍ଥିତିରେ ସତ୍ୟନଗର ଶ୍ମଶାନରେ ଆଜି ଶୁଭୋଜିତ ଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି । 

Advertisment

ଭୁବନେଶ୍ଵର କଳ୍ପନା ଅଞ୍ଚଳର ବିଶ୍ୱଜିତ ସାହୁଙ୍କ ୮ ବର୍ଷୀୟ ପୁଅ ଶୁଭୋଜିତ ବିଜେବି ଇଲିଂଶ ମିଡ଼ିୟମ୍‌ ସ୍କୁଲରେ ପାଠ ପଢ଼ୁଥିଲେ। ଗତ ବୁଧବାର ପରୀକ୍ଷା ଦେବାକୁ ଯାଇଥିବା ହଠାତ୍‌ ଚେତା ହରାଇ ତଳେ ପଡ଼ି ଯାଇଥିଲେ ଶୁଭୋଜିତ। ତୁରନ୍ତ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା।

ଚିକିତ୍ସା ପରେ ସ୍ୱାସ୍ଥ୍ୟ ଅବସ୍ଥାରେ ସାମାନ୍ୟ ଉନ୍ନତି ଘଟିଥିଲା। ମାତ୍ର ଗତ ଗୁରୁବାର ଡାକ୍ତର ତାଙ୍କୁ ବ୍ରେନ ଡେଡ ଘୋଷଣା କରିଥିଲେ। ପୁଅ ମୃତ୍ୟୁରେ ଭାଙ୍ଗି ପଡ଼ିଥିବା ପରିବାର ଲୋକେ କିନ୍ତୁ ଅନ୍ୟ ଶରୀରରେ ପୁଅ ବଞ୍ଚୁ ବୋଲି ଭାବି ଅଙ୍ଗଦାନ କରିବାକୁ ନିଷ୍ପତ୍ତି ନେଇଥିଲେ।

Advertisment

ଏହାପରେ ଶୁଭୋଜିତ ଶରୀରରୁ କିଡନୀ, ଆଖି, ପାନକ୍ରିୟସ୍‌, ଲିଭର ପ୍ରମୁଖ ପୃଥକ୍‌ କରାଯାଇଥିଲା । ପରେ ସବୁ ଅଙ୍ଗକୁ ଗ୍ରୀନ୍‌ କରିଡରରେ ଏୟାରପୋର୍ଟ ନିଆଯାଇ ଅନ୍ୟ ରାଜ୍ୟକୁ ପଠାଯାଇଛି।

ଆଜି ସତ୍ୟନଗର ଶ୍ମଶାନରେ ଗାର୍ଡ ଅଫ୍ ଅନର ଦିଆଯାଇ ଶୁଭୋଜିତଙ୍କ ଶେଷକୃତ୍ୟ ସମ୍ପନ୍ନ କରାଯାଇଛି। ଏହି ସମୟରେ ସତ୍ୟନଗର ଶ୍ମଶାନରେ ଉପସ୍ଥିତ ଥିବା କମିଶନରେଟ୍‌ ପୁଲିସ୍‌ କମିଶନର ସଞ୍ଜୀବ ପଣ୍ଡା କହିଛନ୍ତି, ଯେଉଁମାନେ ଅଙ୍ଗଦାନ କରୁଛନ୍ତି ପୁଲିସ୍‌ ତରଫରୁ ଗାର୍ଡ ଅଫ୍‌ ଅନର ପ୍ରଦାନ କରାଯାଉଛି। ଏହାଦ୍ୱାରା ଅଧିକ ଲୋକ ଅଙ୍ଗ ଦାନ ପାଇଁ ଆଗଭର ହେବେ।

ପୁଅକୁ ହରାଇ ବାପା ଛାତି ଫାଟି ପଡ଼ୁଥିଲେ ବି ସେ ଖୁବ୍‌ କମ୍‌ ବୟସରେ ବହୁ ଲୋକଙ୍କ ଜୀବନ ବଞ୍ଚାଇ ପାରିଛି। ତେଣୁ ତା’ ପାଇଁ ମୁଁ ବହୁ ଗର୍ବିତ ବୋଲି ଛାତିରେ ପଥର ରଖି କହିଛନ୍ତି ଶୁଭୋଜିତଙ୍କ ବାପା ବିଶ୍ୱଜିତ ସାହୁ ।

Bhubaneswar Organ Donation
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe