Advertisment

ନକ୍ସଲ ପ୍ରଭାବିତ ଅଞ୍ଚଳ ପାଇଁ ‘ଗ୍ରାମୋଦୟ’; ଜାଣନ୍ତୁ କ’ଣ ମିଳିବ ଫାଇଦା

ହିତାଧିକାରୀଙ୍କୁ ସରକାରୀ ଯୋଜନାର ସବୁ ସୁବିଧା ପହଞ୍ଚାଇବା ଲକ୍ଷ୍ୟ ନେଇ ଏହି ଯୋଜନା କରାଯାଇଛି।

author-image
Tapaswini Nayak
ଅଦ୍ୟତନ ହୋଇଛି
Mohan Majhi

Mohan Majhi

ନକ୍ସଲ ପ୍ରଭାବିତ ଅଞ୍ଚଳ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଆରମ୍ଭ ହୋଇଛି 'ଗ୍ରାମୋଦୟ' କାର୍ଯ୍ୟକ୍ରମ। ହିତାଧିକାରୀଙ୍କୁ ସରକାରୀ ଯୋଜନାର ସବୁ ସୁବିଧା ପହଞ୍ଚାଇବା ଲକ୍ଷ୍ୟ ନେଇ ଏହି ଯୋଜନା କରାଯାଇଛି। 

Advertisment

ନକ୍ସଲ ପ୍ରଭାବିତ ବରଗଡ଼, ବଲାଙ୍ଗିର, କଳାହାଣ୍ଡି, ବୌଦ୍ଧ, କନ୍ଧମାଳ, କୋରାପୁଟ, ମାଲକାନଗିରି, ନବରଙ୍ଗପୁର, ନୂଆପଡ଼ା ଓ ରାୟଗଡା ଆଦି ୧୦ ଜିଲ୍ଲାର ୫୮୩ ଗ୍ରାମ ପାଇଁ 'ଗ୍ରାମୋଦୟ' କାର୍ଯ୍ୟକ୍ରମର ଯୋଜନା ହୋଇଛି। ‘ଗ୍ରାମୋଦୟ’କୁ ଅନୁଧ୍ୟାନ ପାଇଁ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ପର୍ଯ୍ୟବେକ୍ଷଣ କମିଟି ରହିବ। ରାଜ୍ୟ, ଜିଲ୍ଲା ଓ ବ୍ଲକସ୍ତରରେ ରହିବ ପର୍ଯ୍ୟବେକ୍ଷଣ କମିଟି। ‘ଗ୍ରାମୋଦୟ’ କାର୍ଯ୍ୟକାରୀ ପାଇଁ ଜନସଂପର୍କ ଶିବିର, ସଚେତନତା ଅଭିଯାନ, ଗ୍ରାମସଭା ଓ ଅଭିଯୋଗ ଶୁଣାଣି ଆଦିର ବ୍ୟବସ୍ଥା କରାଯାଇଛି।

ପ୍ରତିଟି ଗ୍ରାମ/ ଗୋଷ୍ଠୀକୁ ସମସ୍ତ ସରକାରୀ ଯୋଜନାର ଶତପ୍ରତିଶତ ସୁବିଧା ପହଞ୍ଚାଇବା ଏବଂ ପ୍ରତିଟି ହିତାଧିକାରୀ/ ପରିବାରକୁ ସମସ୍ତ ସରକାରୀ ଯୋଜନାର ଶତପ୍ରତିଶତ ସୁବିଧା ପହଞ୍ଚାଇବା ଏହି ଯୋଜନାର ମୂଳ ଉଦ୍ଦେଶ୍ୟ ରହିଛି । ରାଜ୍ୟ ସରକାରଙ୍କ ସମସ୍ତ ବିଭାଗକୁ ଏକାଭିମୁଖୀକରି ସେଚୁରେସନ୍‌ ମୋଡ୍‌ରେ ସମସ୍ତ ଯୋଜନାର ଲାଭ ପହଞ୍ଚାଇବା ପାଇଁ ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମ ‘ଗ୍ରାମୋଦୟ’ ଆରମ୍ଭ କରାଯାଇଛି।

Advertisment

ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମ ‘ଗ୍ରାମୋଦୟ’ରେ ରାଜ୍ୟ ସରକାରଙ୍କ ସମସ୍ତ ବିଭାଗ ଏକାଭିମୁଖୀ ହୋଇ ପରିପୂର୍ଣ୍ଣତା ଭିତ୍ତିରେ ଯୋଜନାଗୁଡିକ କାର୍ଯ୍ୟକାରୀ କରିବେ । ଏଥିରେ ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗ ନୋଡ଼ାଲ୍‌ ବିଭାଗ ଭାବରେ କାର୍ଯ୍ୟ କରିବ । ଏହା ଅଧୀନରେ ଗ୍ରାମ/ ଗୋଷ୍ଠୀକୁ ୩୧ଟି ସରକାରୀ ଯୋଜନା ଏବଂ ହିତାଧିକାରୀ/ ପରିବାରକୁ ୪୪ ଟି ସରକାରୀ ଯୋଜନାର ଶତପ୍ରତିଶତ ସୁବିଧା ପହଞ୍ଚାଇବା ପାଇଁ ଲକ୍ଷ୍ୟ ରଖାଯାଇଛି ।

Bhubaneswar Naxal Gramodaya