Advertisment

ଅକ୍ଟୋବର ୧୦ରେ ସାରା ରାଜ୍ୟରେ ବସ୍‌ ଧର୍ମଘଟ

ଅକ୍ଟୋବର ୨ ତାରିଖରେ ମାଲକାନଗିରିରୁ ‘ଲକ୍ଷ୍ମୀ’ ଯୋଜନାରେ ବସ୍‌ ସେବା ଶୁଭାରମ୍ଭ ହେବ। ସେହିଦିନ ଅବିଭକ୍ତ କୋରାପୁଟ ଜିଲ୍ଲାରେ ବସ୍‌ ଚଳାଚଳ ବନ୍ଦ ରହିବ ବୋଲି ନିଷ୍ପତ୍ତି ହୋଇଛି।

ଅଦ୍ୟତନ ହୋଇଛି
undefined

Bus Stand

Advertisment

ଅକ୍ଟବୋର ୧୦ରୁ ଅନିର୍ଦ୍ଦିଷ୍ଟ କାଳ ଯାଏଁ ରାଜ୍ୟବ୍ୟାପୀ ହେବ ଘରୋଇ ବସ୍‌ ଧର୍ମଘଟ। ଅଲ୍‌ ଓଡ଼ିଶା ବସ୍‌ ମାଲିକ ସଂଘ ସାଧାରଣ ପରିଷଦରେ ହୋଇଛି ଏହି ନିଷ୍ପତ୍ତି। ରାଜ୍ୟ ସରକାରଙ୍କ ‘ଲକ୍ଷ୍ମୀ’ ବସ୍‌ ଯୋଜନାକୁ ପରିଷଦରେ ତୀବ୍ର ବିରୋଧ କରାଯାଇଛି। ଯେହେତୁ ଆସନ୍ତା ୨
ତାରିଖରେ ମାଲକାନଗିରିରେ ଲକ୍ଷ୍ମୀ ବସ୍ ଯୋଜନାର ଶୁଭାରମ୍ଭ ହେବ, ତେଣୁ ସେଦିନ କେବଳ ଅବିଭକ୍ତ କୋରାପୁଟ ଜିଲ୍ଲାର ୪ଟି ଜିଲ୍ଲା ଯଥାକ୍ରମେ କୋରାପୁଟ, ମାଲକାନଗିରି, ଜୟପୁର ଓ ନବରଙ୍ଗପୁରକୁ କୌଣସି ଘରୋଇ ବସ୍ ଚଳାଚଳ କରିବ ନାହିଁ। ତା’ପରେ ଅକ୍ଟୋବର ୧୦ରୁ ସାରା ରାଜ୍ୟରେ ଅନିର୍ଦ୍ଦିଷ୍ଟକାଳ ପର୍ଯ୍ୟନ୍ତ ଧର୍ମଘଟ ଚାଲିବ।

Advertisment

ଗାଁରୁ ବ୍ଲକ ହେଡ୍‌କ୍ୱାର୍ଟରକୁ ଯାତ୍ରୀ ପରିବହନ ସୁଗମ କରିବା ଲକ୍ଷ୍ୟରେ ରାଜ୍ୟ ସରକାର ଲକ୍ଷ୍ମୀ ବସ୍ ଯୋଜନା ଆରମ୍ଭ
କରିବାକୁ ଯାଉଛନ୍ତି। ଯାହାକି ଘରୋଇ ବସ୍ ମାଲିକଙ୍କୁ ଘୋର କ୍ଷତି ପହଞ୍ଚାଇବା ସହ ଏହା ଉପରେ ନିର୍ଭର କରି ଚଳୁଥିବା ହଜାର ହଜାର କର୍ମଚାରୀଙ୍କ ପେଟ ପାଟଣାକୁ ଲାତ ବୋଲି କହିଛି ଘରୋଇ ବସ୍ ମାଲିକ ସଂଘ।

ଅଲ ଓଡିଶା ବସ୍ ମାଲିକ ସଂଘ ସାଧାରଣ ସମ୍ପାଦକ ଦେବେନ୍ଦ୍ର ସାହୁ କହିଛନ୍ତି, ଲକ୍ଷ୍ମୀ ଯୋଜନାରେ ବସ୍‌ ନକଣି ଆମ ବସ୍‌ ଗୁଡ଼ିକୁ ଲିଜ୍‌ରେ ନେଇ ଚଲାଇବାକୁ କହିଥିଲୁ। ଦୀର୍ଘ ୩ ମାସ ହେଲା ସରକାରଙ୍କ ସହିତ ଏହା ଉପରେ ଆଲୋଚନା କରିଥିଲୁ। ହେଲେ ରାଜ୍ୟ ସରକାର ତାହା ଉପରେ କିଛି ବିଚାର କଲେନାହିଁ। ସେପଟେ ଲକ୍ଷ୍ମୀ ଯୋଜନାରେ ବସ୍‌ ସେବା ଆରମ୍ଭ କରିବାକୁ ଯାଉଛନ୍ତି। ରାଜ୍ୟ ସରକାର ଲକ୍ଷ୍ମୀ ଯୋଜନାରେ ବସ୍‌ ଚଲାଇଲେ, ଆମେ କେଉଁଠି ବସ୍‌ ଚଲାଇବୁ? ରାଜ୍ୟ ସରକାର ଆମକୁ ବରବାଦ କରିବା ପାଇଁ ଯୋଜନା କରୁଛନ୍ତି। ମୋ’ ବସ୍‌ ଓ ଲକ୍ଷ୍ମୀ ବସ୍‌ ପାଇଁ ସ୍ୱତନ୍ତ୍ର ଗାଇଡ୍‌ଲାଇନ୍‌ ନଆସିଲା ପର୍ଯ୍ୟନ୍ତ ବସ୍‌ ଧର୍ମଘଟ ହେବ ବୋଲି ଶ୍ରୀ ସାହୁ ହିଛନ୍ତି।

Advertisment
Bus Strike
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe