Advertisment

ହାଇକୋର୍ଟରେ ରାଜ୍ୟ ମହିଳା ଆୟୋଗ ବରଖାସ୍ତ ମାମଲା, ସତ୍ୟପାଠ ଦାଖଲ ପାଇଁ ନିର୍ଦ୍ଦେଶ, ୧୧ରେ ପରବର୍ତ୍ତୀ ଶୁଣାଣି

ହାଇକୋର୍ଟ ବିଚାରପତି ଜଷ୍ଟିସ ସଞ୍ଜିବ କୁମାର ପାଣିଗ୍ରାହୀଙ୍କ ଖଣ୍ଡପୀଠ ଆଜି ରାଜ୍ୟ ମହିଳା ଆୟୋଗର ୩ଜଣ ବରଖାସ୍ତ ସଦସ୍ୟ ସ୍ୱର୍ଣ୍ଣଲତା ସାମଲ, ବବିତା ସ୍ୱାଇଁ ଓ ବିଜୟ ବରୁୱାଙ୍କ ଦ୍ୱାରା ଦାଏର ପୃଥକ ପୃଥକ ଆବେଦନର ଏକାଠି ଶୁଣାଣି କରିଥିଲେ ।

ଅଦ୍ୟତନ ହୋଇଛି
undefined

Odisha High Court

Advertisment

ଓଡ଼ିଶା ରାଜ୍ୟ ମହିଳା ଆୟୋଗ ଅଧ୍ୟକ୍ଷା ଓ ସଦସ୍ୟାଙ୍କୁ ରାଜ୍ୟ ସରକାର ବରଖାସ୍ତ କରିବା ମାମଲା ହାଇକୋର୍ଟରେ ପହଂଚିଛି । ରାଜ୍ୟ ମହିଳା  ଆୟୋଗର ବରଖାସ୍ତ ହୋଇଥିବା ୩ ଜଣ ସଦସ୍ୟାଙ୍କ ପୃଥକ ପୃଥକ ଆବେଦନର ଆଜି ହାଇକୋର୍ଟ ଶୁଣାଣି କରି ୧୦ଦିନ ମଧ୍ୟରେ ସତ୍ୟପାଠ ମାଧ୍ୟମରେ ଜବାବ ଦାଖଲ ପାଇଁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏହାସହିତ ଡିସେମ୍ବର ୧୧ତାରିଖରେ ପରବର୍ତ୍ତୀ ଶୁଣାଣି ପାଇଁ ହାଇକୋର୍ଟ ଦିନଧାର୍ଯ୍ୟ କରିଛନ୍ତି ।

Advertisment

ହାଇକୋର୍ଟ ବିଚାରପତି ଜଷ୍ଟିସ ସଞ୍ଜିବ କୁମାର ପାଣିଗ୍ରାହୀଙ୍କ ଖଣ୍ଡପୀଠ ଆଜି ରାଜ୍ୟ ମହିଳା ଆୟୋଗର ୩ଜଣ ବରଖାସ୍ତ ସଦସ୍ୟ ସ୍ୱର୍ଣ୍ଣଲତା ସାମଲ, ବବିତା ସ୍ୱାଇଁ ଓ ବିଜୟ ବରୁୱାଙ୍କ ଦ୍ୱାରା ଦାଏର ପୃଥକ ପୃଥକ ଆବେଦନର ଏକାଠି ଶୁଣାଣି କରିଥିଲେ । ଏହି ୩ ସଦସ୍ୟାଙ୍କ ପକ୍ଷରୁ ବରିଷ୍ଠ ଓକିଲ ଅଶୋକ ପରିଜା ଯୁକ୍ତି ବାଢ଼ିଥିବାବେଳେ ରାଜ୍ୟ ସରକାରଙ୍କ ପକ୍ଷରୁ ଆଡଭୋକେଟ୍ ଜେନେରାଲ ପିତାମ୍ବର ଆଚାର୍ଯ୍ୟ ଜବାବ ରଖିଥିଲେ । ରାଜ୍ୟ ମହିଳା ଆୟୋଗ ଆଇନ-୧୯୯୩ର ଧାରା ୪(୩ ଘ,ଚ)ର ଯେଉଁ ପ୍ରାବଧାନ ଆଧାରରେ ସଦସ୍ୟା ଓ ଅଧ୍ୟକ୍ଷାଙ୍କୁ ବରଖାସ୍ତ କରାଯାଇଛି ତାକୁ ଆବେଦନକାରୀଙ୍କ ଓକିଲ ଶ୍ରୀ ପରିଜା ଚ୍ୟାଲେଞ୍ଜ କରିଥିଲେ । ସେମାନଙ୍କୁ ଖରାପ ପ୍ରଦର୍ଶନର ଆଳ ଦେଖାଇ ବରଖାସ୍ତ କରାଯିବା ସିଧାସଳଖ ଆଇନର ଉଲ୍ଲଘଂନ ବୋଲି କହିବା ସହ ରାଜ୍ୟ ସରକାରଙ୍କ କ୍ଷମତା ଉପରେ ପ୍ରଶ୍ନ ଉଠାଇଥିଲେ ।

ତେବେ ଆଡଭୋକେଟ୍ ଜେନେରାଲ ଶ୍ରୀ ଆଚାର୍ଯ୍ୟ ଯୁକ୍ତି ବାଢ଼ିଥିଲେ ଯେ, ସରକାର ଦେଇଥିବା କାରଣଦର୍ଶାଅ ନୋଟିସର ଜବାବ ସଦସ୍ୟାମାନେ ଦିନକ ମଧ୍ୟରେ ଦେଇଥିôଲେ ।ତେଣୁ ସେମାନଙ୍କୁ ନିଜ ପକ୍ଷ ରଖିବାକୁ ସୁଯୋଗ ଦିଆଯାଇନାହିଁ ବୋଲି କୁହାଯିବା ଅନୁଚିତ୍ । ସେମାନଙ୍କ ଜବାବକୁ ଆଧାର କରି ହିଁ ମହିଳା ଓ ଶିଶୁବିକାଶ ବିଭାଗ ଏହି ନିର୍ଦ୍ଦେଶନାମା ଜାରି କରିଛି । ଏହି ସମଗ୍ର ପ୍ରକ୍ରିୟାରେ କୌଣସି ବେଆଇନ ହୋଇନାହିଁ ବୋଲି ଶ୍ରୀ ଆଚାର୍ଯ୍ୟ ଯୁକ୍ତି ଦର୍ଶାଇଥିଲେ ।

Advertisment

ତେବେ ଜଷ୍ଟିସ ପାଣିଗ୍ରାହୀ ଉଭୟ ପକ୍ଷଙ୍କୁ ଶୁଣିବା ପରେ ରାଜ୍ୟ ସରକାରଙ୍କୁ ନୋଟିସ୍ ଜାରି କରି ୧୦ଦିନ ମଧ୍ୟରେ ସତ୍ୟପାଠ ମାଧ୍ୟମରେ ଜବାବ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହାସହିତ ପରବର୍ତ୍ତୀ ମାମଲା ଡିସେମ୍ବର ୧୧ତାରିଖକୁ ଧାର୍ଯ୍ୟ କରିଛନ୍ତି ।

ସୂଚନାଯୋଗ୍ୟ, ରାଜ୍ୟରେ ମୋହନ ମାଝୀ ସରକାର କ୍ଷମତାକୁ ଆସିବା ପରେ ବିଜେଡି ଶାସନକାଳରେ ମହିଳା କମିଶନ ଅଧ୍ୟକ୍ଷା ଓ ସଦସ୍ୟା ଭାବେ ନିଯୁକ୍ତି ପାଇଥିବା ବିଜେଡି ନେତ୍ରୀମାନଙ୍କୁ ବିଦା କରିଥିଲେ । ଏହି ମହିଳା କମିଶନ ଅଧ୍ୟକ୍ଷା ଓ ସଦସ୍ୟାମାନଙ୍କୁ ନଭେମ୍ବର ୯ତାରିଖରେ ବରଖାସ୍ତ ନିର୍ଦ୍ଦେଶନାମା ଜାରି ହୋଇଥିଲା ।

Bjp Cuttack High Court
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe