Advertisment

ଝୁଲଣ ମଣ୍ଡପରେ ଜୋତା ପିନ୍ଧା ମୂର୍ତ୍ତି, ଆରମ୍ଭ ହେଲା ବିବାଦ

ମନ୍ଦିର ଟ୍ରଷ୍ଟ ବୋର୍ଡର ବିନା ଅନୁମତିରେ ମନ୍ଦିରରେ ଏଭଳି ପରିବର୍ତ୍ତନକୁ ଗ୍ରହଣ କରିପାରୁନାହାନ୍ତି ସେବାୟତ ଓ ଭକ୍ତ।

tension

tension

Advertisment

ପୁରୀ ସାକ୍ଷୀଗୋପାଳ ମନ୍ଦିରର ଝୁଲଣ ମଣ୍ଡପରେ ଜୋତା ପିନ୍ଧା ମୂର୍ତ୍ତିକୁ ନେଇ ଆରମ୍ଭ ହୋଇଛି ବିବାଦ। ମନ୍ଦିର ଟ୍ରଷ୍ଟ ବୋର୍ଡର ବିନା ଅନୁମତିରେ ମନ୍ଦିରରେ ଏଭଳି ପରିବର୍ତ୍ତନକୁ ଗ୍ରହଣ କରିପାରୁନାହାନ୍ତି ସେବାୟତ ଓ ଭକ୍ତ।

Advertisment

ଝୁଲଣ ମଣ୍ଡପରେ ପ୍ରତ୍ୟେକ ବର୍ଷ କାଗଜରେ ପ୍ରସ୍ତୁତ କଣ୍ଢେଇ, ସଖୀ, ଭୀମ ଅର୍ଜୁନଙ୍କ ବିଶାଳକାୟ ପ୍ରତିକୃତିକୁ ସ୍ଥାନିତ କରାଯାଏ। ହେଲେ ପରମ୍ପରା ଓ ସଂସ୍କୃତିକୁ ଜଳାଞ୍ଜଳି ଦେଇ ଚଳିତ ବର୍ଷ ଝୁଲଣ କୁଞ୍ଜକୁ ଅଧିକ ସୌନ୍ଦର୍ଯ୍ୟକରଣ କରିବାକୁ ଫାଇଭରରେ ପ୍ରସ୍ତୁତ ଅନେକ ସଖୀ, କଣ୍ଢେଇ ଓ ଜୋତା ପିନ୍ଧା ଦୁଇଟି ବିଶାଳକାୟ ମୂର୍ତ୍ତି ସ୍ଥାନିତ କରାଯାଇଛି। ଯାହାକୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି।

ସେବାୟତ ଏନେଇ ଦୁଃଖ ପ୍ରକାଶ କରିବା ସହ ତୁରନ୍ତ ମନ୍ଦିର ପ୍ରଶାସନ ଏ ସମ୍ପର୍କରେ ପଦକ୍ଷେପ ନେବାକୁ ଦାବି କରିଛନ୍ତି। ସୋଶାଲ ମିଡିଆରେ ଭିଡିଓ ଭାଇରାଲ ପରେ ଜୋତା ପିନ୍ଧା ମୂର୍ତ୍ତିର କିଛି ଅଂଶକୁ ଘୋଡ଼ାଇ ଦିଆଯାଇଥିବା ଦେଖିବାକୁ ମିଳିଛି। ଅନ୍ୟପଟେ କୌଣସି ପରମ୍ପରା ବିରୋଧୀ କାମ ହୋଇନଥିବା ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ ସଫେଇ ଦେଇଛନ୍ତି।

Advertisment

ଏନେଇ ସାକ୍ଷୀଗୋପିନାଥଙ୍କ ସେବାୟତ କିଶୋର ମହାପାତ୍ର  କହିଛନ୍ତି, ସୌନ୍ଦର୍ଯ୍ୟକରଣ ନାଁରେ ପରମ୍ପରାକୁ ଭୁଲିଯିବା ଉଚିତ ନୁହେଁ। ଦୁଃଶାସନଙ୍କ ମୂର୍ତ୍ତି ଫାଇଭରରେ ହୋଇଥିବା ବେଳେ ତାହାକୁ ଅପସାରଣ କରା ନ ଯାଇ ଗୋଡ଼ରେ ଜୋତା ପିନ୍ଧାଇ ଦିଆଯାଇଛି। ଉକ୍ତ ମୁର୍ତ୍ତିକୁ ତୁରନ୍ତ ଅପସାରଣ କରାଯିବା ଉଚିତ। ମାତ୍ର ଏଦିଗରେ ବିହିତ ପଦକ୍ଷେପ ଗ୍ରହଣ ନ କରିବା ଅତ୍ୟନ୍ତ ନିନନ୍ଦନୀୟ ।

Puri
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe