Advertisment

୬ ମାସ ପରେ ବି ମିଳିନି ବିଧାୟକମାନଙ୍କ ଚୋରି ସାମଗ୍ରୀ: ବାଚସ୍ପତିଙ୍କ ହସ୍ତକ୍ଷେପ ଲୋଡ଼ିଲା କଂଗ୍ରେସ

୨୦୨୫ ମାର୍ଚ୍ଚ ୨୬ତାରିଖରେ ନିଲମ୍ବିତ କଂଗ୍ରେସ ବିଧାୟକମାନେ ବିଧାନସଭା ଗୃହକୁ ପ୍ରବେଶ କରୁଥିବାବେଳେ ସୁରକ୍ଷା କର୍ମଚାରୀଙ୍କ ଆକ୍ରୋଶର ସମ୍ମୁଖୀନ ହୋଇଥିଲେ । ସେଠାରେ କିଛି ଅସାମାଜିକ ବ୍ୟକ୍ତି କଂଗ୍ରେସ ବିଧାୟକମାନଙ୍କର ଘଣ୍ଟା, ସୁନା ଚେନ, ବ୍ୟାଗ, ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଏବଂ ପ୍ୟାଣ୍ଟ-ସାର୍ଟ ପର୍ଯ୍ୟନ୍ତ ଚୋରି କରିନେଇଛନ୍ତି । ଗତ ବିଧାନସଭା  ଅଧିବେଶନ ଚାଲିଥିବାବେଳେ ନାରୀ ନିର୍ଯାତନା ପ୍ରସଙ୍ଗରେ ଏହି ଚୋରି ହୋଇଥିଲା ।

Assembly

Assembly

Advertisment

ବିଧାନସଭା ଗୃହ ସମ୍ମୁଖରୁ କଂଗ୍ରେସ ବିଧାୟକମାନଙ୍କ ମୂଲ୍ୟବାନ ସାମଗ୍ରୀ ଚୋରି ଯିବାର ୬ମାସ ବିତିଲାଣି । କିନ୍ତୁ ଏପର୍ଯ୍ୟନ୍ତ ତାହା ଉଦ୍ଧାର ହୋଇପାରି ନାହିଁ । ଏନେଇ ବାଚସ୍ପତି ସୁରମା ପାଢ଼ୀଙ୍କୁ ଆଜି ଚିଠି ଲେଖି ଉଚିତ୍ ପଦକ୍ଷେପ ନେବାକୁ କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ ଦାବି କରିଛନ୍ତି । ସମସ୍ତଙ୍କ ସମ୍ମୁଖରେ ଓ କଡ଼ା ସୁରକ୍ଷା ବଳୟରେ ଥିବା ବିଧାନସଭା ପରିସରରୁ ବିଧାୟକମାନଙ୍କ ସାମଗ୍ରୀ ଚୋରି କିଏ କଲା ଓ ପୁଲିସ କାହିଁକି ନିରବ ବସିଛି ତାହା ଏବେ ସାଧାରଣରେ ଚର୍ଚ୍ଚାର ବିଷୟ ପାଲଟିଛି ।

Advertisment

ନିଲମ୍ବନ ପରେ ଆକ୍ରୋଶ ଓ ଚୋରି ଘଟଣା 

କଂଗ୍ରେସ ବିଧାୟକ ଦଳ ନେତା ଶ୍ରୀ କାଡାମ ଲେଖିଛନ୍ତି ଯେ, ୨୦୨୫ ମାର୍ଚ୍ଚ ୨୬ତାରିଖରେ ନିଲମ୍ବିତ କଂଗ୍ରେସ ବିଧାୟକମାନେ ବିଧାନସଭା ଗୃହକୁ ପ୍ରବେଶ କରୁଥିବାବେଳେ ସୁରକ୍ଷା କର୍ମଚାରୀଙ୍କ ଆକ୍ରୋଶର ସମ୍ମୁଖୀନ ହୋଇଥିଲେ । ସେଠାରେ କିଛି ଅସାମାଜିକ ବ୍ୟକ୍ତି କଂଗ୍ରେସ ବିଧାୟକମାନଙ୍କର ଘଣ୍ଟା, ସୁନା ଚେନ, ବ୍ୟାଗ, ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଏବଂ ପ୍ୟାଣ୍ଟ-ସାର୍ଟ ପର୍ଯ୍ୟନ୍ତ ଚୋରି କରିନେଇଛନ୍ତି । ଗତ ବିଧାନସଭା  ଅଧିବେଶନ ଚାଲିଥିବାବେଳେ ନାରୀ ନିର୍ଯାତନା ପ୍ରସଙ୍ଗରେ ଏହି ଚୋରି ହୋଇଥିଲା ।

ଏପର୍ଯ୍ୟନ୍ତ ମିଳିପାରିନି ଚୋରି ସାମଗ୍ରୀ

 ଆଜି ମୌସୁମୀ ଅଧିବେଶନ ଆରମ୍ଭ ହେବାପରେ କଂଗ୍ରେସ ବିଧାୟକ ଦଳ ନେତା ଶ୍ରୀ କାଡାମ  ବିଧାନସଭା ସଚିବଙ୍କ ମାଧ୍ୟମରେ ବାଚସ୍ପତିଙ୍କୁ ଏହି ଚିଠି ଦେଇଛନ୍ତି । ସେ ଚିଠିରେ ଉଲ୍ଲେଖ କରିଛନ୍ତି ଯେ ଚୋରି ହୋଇଥିବା ସାମଗ୍ରୀ ଏପର୍ଯ୍ୟନ୍ତ ମିଳିନାହିଁ ଓ ବିଧାନସଭା ପକ୍ଷରୁ କୌଣସି ସୂଚନା ମିଳିନାହିଁ । ଏହି ଅପରାଧ ଘଟଣା ଉପରେ ତୁରନ୍ତ ପଦକ୍ଷେପ ନେବାକୁ ସେ ଅନୁରୋଧ କରିବା ସହ ଚୋରି ହୋଇଥିବା ବସ୍ତୁଗୁଡିକ ତୁରନ୍ତ ଉଦ୍ଧାର ଓ ଦୋଷୀ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେବାର ଆବଶ୍ୟକତା ରହିଛି ବୋଲି ଶ୍ରୀ କାଡାମ ତାଙ୍କ ଚିଠିରେ ଦର୍ଶାଇଛନ୍ତି ।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe