/odisha-reporter/media/post_attachments/uploadimage/library/16_9/16_9_0/IMAGE_1713105873.jpg)
Hanuman Jayanti
ହନୁମାନ ଜୟନ୍ତୀ ବାଇକ ଶୋଭାଯାତ୍ରା ବେଳେ ଅଘଟଣ। ଏପରି ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ରେମୁଣା ଗନିପୁରରେ। ଡିଜେ ଗାଡ଼ି ସହ ଶୋଭାଯାତ୍ରାରେ ଯାଉଥିବା ଲୋକଙ୍କ ଉପରକୁ ପଥର ମାଡ଼ ହୋଇଛି। ଏଥିରେ ୬ ରୁ ଅଧିକ ଜଣ ଆହତ ହୋଇଛନ୍ତି। ଆହତମାନେ ରେମୁଣା ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସିତ ହେଉଛନ୍ତି।
Advertisment
ତେବେ ଘଟଣା ସ୍ଥଳକୁ ଏସପି ଯାଇଥିବା ବେଳେ ତାଙ୍କ ଗାଡ଼ିକୁ ମଧ୍ୟ ପଥର ମାଡ଼ ହୋଇଛି। ଏଥିରେ ଏସପିଙ୍କ ଗାଡ଼ିର କାଚ ଭାଙ୍ଗି ଯାଇଛି। ପୂର୍ବାଂଚଳ ଆଇଜି ଓ ପୁଲିସ ଫୋର୍ସକୁ ଗନିପୁରରେ ମୁତୟନ କରାଯାଇଛି। ଘଟଣା ଉପରେ ନଜର ରଖିଛି ପୁଲିସ। ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ସାମାନ୍ୟ ଉତ୍ତେଜନା ଦେଖାଯାଇଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
