Advertisment

ହନୁମାନ ଜୟନ୍ତୀ ଶୋଭାଯାତ୍ରା ଉପରକୁ ପଥର ମାଡ଼, ୬ ଆହତ

ଘଟଣା ସ୍ଥଳକୁ ଏସପି ଯାଇଥିବା ବେଳେ ତାଙ୍କ ଗାଡ଼ିକୁ ମଧ୍ୟ ପଥର ମାଡ଼ ହୋଇଛି

ଅଦ୍ୟତନ ହୋଇଛି
Hanuman Jayanti

Hanuman Jayanti

Advertisment

ହନୁମାନ ଜୟନ୍ତୀ ବାଇକ ଶୋଭାଯାତ୍ରା ବେଳେ ଅଘଟଣ। ଏପରି ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ରେମୁଣା ଗନିପୁରରେ। ଡିଜେ ଗାଡ଼ି ସହ ଶୋଭାଯାତ୍ରାରେ ଯାଉଥିବା ଲୋକଙ୍କ ଉପରକୁ ପଥର ମାଡ଼ ହୋଇଛି। ଏଥିରେ ୬ ରୁ ଅଧିକ ଜଣ ଆହତ ହୋଇଛନ୍ତି। ଆହତମାନେ ରେମୁଣା ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସିତ ହେଉଛନ୍ତି।

Advertisment

ତେବେ ଘଟଣା ସ୍ଥଳକୁ ଏସପି ଯାଇଥିବା ବେଳେ ତାଙ୍କ ଗାଡ଼ିକୁ ମଧ୍ୟ ପଥର ମାଡ଼ ହୋଇଛି। ଏଥିରେ ଏସପିଙ୍କ ଗାଡ଼ିର କାଚ ଭାଙ୍ଗି ଯାଇଛି। ପୂର୍ବାଂଚଳ ଆଇଜି ଓ ପୁଲିସ ଫୋର୍ସକୁ ଗନିପୁରରେ ମୁତୟନ କରାଯାଇଛି। ଘଟଣା ଉପରେ ନଜର ରଖିଛି ପୁଲିସ। ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ସାମାନ୍ୟ ଉତ୍ତେଜନା ଦେଖାଯାଇଛି।

Hanuman Jayanti
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe