Advertisment

ନୂଆବର୍ଷରୁ ଶ୍ରୀମନ୍ଦିରକୁ ପଲିଥିନ ମନା

୨୦୨୦ରୁ ଶ୍ରୀମନ୍ଦିରକୁ ପଲିଥିନ ମୁକ୍ତ କରିବାକୁ ପ୍ରୟାସ ହୋଇଥିଲା

undefined

Puri Temple

Advertisment

ଶ୍ରୀମନ୍ଦିରରେ ନୂଆବର୍ଷରୁ ବନ୍ଦ ହେବ ପଲିଥିନ ଓ ପ୍ଲାଷ୍ଟିକ। ଏହା ବଦଳରେ କାଗଜ ବ୍ୟାଗ, କଟନ୍ ବ୍ୟାଗ୍, ଭୋଗେଇ, ବାଉଁଶ ଓ କାଠ ଚାଙ୍ଗୁଡିରେ ଭକ୍ତମାନେ ଫୁଲ ଓ ଭୋଗ ନେଇ ଯିବାକୁ ବିଭିନ୍ନ ସେବାୟତ ନିଯୋଗ ଓ ଭକ୍ତ ସମାଜକୁ ଅନୁରୋଧ କରିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ ଦାସ।

Advertisment

ମନ୍ଦିରକୁ ଫୁଲ ଓ ଭୋଗ ନେବା ପାଇଁ କାଗଜ ଅବା କଟନର ବ୍ୟାଗ୍‌ ଅବା କାଠ, ବାଉଁଶ, ପତ୍ର, କେନ୍‌ ଓ ଅନ୍ୟାନ୍ୟ ବୃକ୍ଷଲତାରୁ ପ୍ରସ୍ତୁତ ଚାଙ୍ଗୁଡ଼ି ବ୍ୟବହାର କରାଯାଇପାରିବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କହିଛନ୍ତି।

୨୦୨୦ରୁ ଶ୍ରୀମନ୍ଦିରକୁ ପଲିଥିନ ମୁକ୍ତ କରିବାକୁ ପ୍ରୟାସ ହୋଇଥିଲା। ହେଳେ କୌଣସି ସୁଫଳ ମିଳିନଥିଲା। ଭକ୍ତମାନେ ଶ୍ରୀମନ୍ଦିର ଭିତରକୁ ପଲିଥିନ ନେଇ ଯାଉଥିଲେ।

Advertisment

ଶ୍ରୀମନ୍ଦିର ସେବାୟତ କହିଛନ୍ତି, ପୂର୍ବରୁ ଶ୍ରୀମନ୍ଦିରରେ ପଲିଥିନ ବ୍ୟବହାର କରିବା ନିଷେଧ ଥିଲା। ଓଳେଇ ବଢ଼ା ଓ ତାଳଭୋଗେଇ ଏହି ସବୁ ଜିନିଷ ବ୍ୟବହାର କରାଯାଇଥିଳା। କାଳକ୍ରମେ ପ୍ରଶାସନର ଦୁର୍ବଳତା ଯୋଗୁ ଶ୍ରୀମନ୍ଦିରେ ପଲିଥିନ ବ୍ୟବହାର କରାଯାଉଥିଲା। ବିଗତ ଦିନରେ ଶ୍ରୀମନ୍ଦିରରେ ପଲିଥିନ ବ୍ୟାନ୍ କରାଯାଇଥିଲା। ହେଲେ ଶ୍ରୀମନ୍ଦିର ପ୍ରଶାସକ କୌଣସି ପଦକ୍ଷେପ ନେଇ ନଥିଲା। ଯଦି ଶ୍ରୀମନ୍ଦିର ପ୍ରଶାସକ ପକ୍ଷକ୍ଷେପ ନିଏ ,ତାହାହେଲେ ଆଉ ଶ୍ରୀମନ୍ଦିରେ ପଲିଥିନ ବ୍ୟବହାର କରାଯିବ ନାହିଁ। ଭକ୍ତମାନେ ଓଳେଇ ବଢ଼ା ଓ ତାଳଭୋଗେଇ ବ୍ୟବହାର କରିବେ।

Puri Puri Shreemandir
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe