ଆଜି ଝାଡ଼ଖଣ୍ଡରେ ନିର୍ବାଚନ ଅନୁଷ୍ଠିତ ହେଉଛି। ଝାଡ଼ଖଣ୍ଡ ରାଜ୍ୟବାସୀ ନିଜ ନେତା ବାଛୁଛନ୍ତି। ଏହାକୁ ଦୃଷ୍ଟିରେ ରଖି ଓଡ଼ିଶା-ଝାଡ଼ଖଣ୍ଡ ସୀମାନ୍ତରେ ଥିବା ରାସ୍ତାଗୁଡିକରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି ସହ ଗାଡ଼ିଗୁଡ଼ିକୁ ଯାଞ୍ଚ କରାଯାଉଛି। ପୁଲିସ ଓ ଜିଏସଟି ବିଭାଗ ପକ୍ଷରୁ ମିଳିତଭାବେ ବିଭିନ୍ନ ସ୍ଥାନରେ ଯାଞ୍ଚ କରାଯାଉଛି।
ମୟୂରଭଞ୍ଜ ଜିଲ୍ଲା ସୀମାନ୍ତ ଜାମଶୋଳା, ସାରସକଣା, ତିରିଂ ବହଳଦା, ଆଦି ସ୍ଥାନମାନଙ୍କରେ ଉଭୟ ରାଜ୍ୟକୁ ସଂଯୋଗ କରୁଥିବା ମୁଖ୍ୟରାସ୍ତାରେ ଏହି ଯାଞ୍ଚ କରାଯାଉଛି। ନିର୍ବାଚନଜନିତ କୌଣସି ଅପରାଧିକ କାର୍ଯ୍ୟକଳାପ, ଗତିବିଧି ଏବଂ କୌଣସି ଟଙ୍କା କାରବାର ଯେଭଳି ନ ହୁଏ ତାହାକୁ ଧ୍ୟାନରେ ରଖା ଯାଇଛି।
ମୟୂରଭଞ୍ଜ ସୀମାନ୍ତରେ ଝାଡ଼ଖଣ୍ଡ ରାଜ୍ୟର ପଶ୍ଚିମସିଂହଭୂମି, ପୂର୍ବସିଂହଭୂମି, ଷଢେ଼ଇକଳା ,ଖରଷୁଆଁ ଆଦି ଜିଲ୍ଲାର ମଝିଗାଓ, ଖରସୁଆଁ, ପଟକା,ଘାଟସିଲା, ବହଡାଗୋଡା ଆଦି ନିର୍ବାଚନୀ ମଣ୍ଡଳ ରହିଛି। ତେଣୁ ସୀମାନ୍ତ ଦେଇ କୌଣସି ଅପରାଧିକ ଗତିବିଧି ଯେପରି ଝାଡ଼ଖଣ୍ଡରେ ପ୍ରବେଶ ନ କରି ତା’ ଉପରେ କଡ଼ାକଡ଼ି ନଜର ରଖାଯାଇଛି।
ଗତକାଲି ରାତିରେ ଜାମଶୋଳାଠାରେ ଉଭୟ ବିଭାଗ ଗାଡିମୋଟର ଅଟକାଇ ଯାଞ୍ଚ କରିଥିବା ଦେଖିବାକୁ ମିଳିଛି। ଆଜି ବି ଏହି ଯାଞ୍ଚ ପ୍ରକ୍ରିୟା ଚାଲୁ ରହିଛି।
TAGS
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।