Advertisment

ଝାଡ଼ଖଣ୍ଡରେ ନିର୍ବାଚନ; ମୟୂରଭଞ୍ଜ ସୀମାନ୍ତରେ ଯାଞ୍ଚ କଡ଼ାକଡ଼ି

ମୟୂରଭଞ୍ଜ ଜିଲ୍ଲା ସୀମାନ୍ତ ଜାମଶୋଳା, ସାରସକଣା, ତିରିଂ ବହଳଦା, ଆଦି ସ୍ଥାନମାନଙ୍କରେ ଉଭୟ ରାଜ୍ୟକୁ ସଂଯୋଗ କରୁଥିବା ମୁଖ୍ୟରାସ୍ତାରେ ଏହି ଯାଞ୍ଚ କରାଯାଉଛି।

Checking

Checking

Advertisment

ଆଜି ଝାଡ଼ଖଣ୍ଡରେ ନିର୍ବାଚନ ଅନୁଷ୍ଠିତ ହେଉଛି। ଝାଡ଼ଖଣ୍ଡ ରାଜ୍ୟବାସୀ ନିଜ ନେତା ବାଛୁଛନ୍ତି। ଏହାକୁ ଦୃଷ୍ଟିରେ ରଖି ଓଡ଼ିଶା-ଝାଡ଼ଖଣ୍ଡ ସୀମାନ୍ତରେ ଥିବା ରାସ୍ତାଗୁଡିକରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି ସହ ଗାଡ଼ିଗୁଡ଼ିକୁ ଯାଞ୍ଚ କରାଯାଉଛି। ପୁଲିସ ଓ ଜିଏସଟି ବିଭାଗ ପକ୍ଷରୁ ମିଳିତଭାବେ ବିଭିନ୍ନ ସ୍ଥାନରେ  ଯାଞ୍ଚ କରାଯାଉଛି।

Advertisment

ମୟୂରଭଞ୍ଜ ଜିଲ୍ଲା ସୀମାନ୍ତ ଜାମଶୋଳା, ସାରସକଣା, ତିରିଂ ବହଳଦା, ଆଦି ସ୍ଥାନମାନଙ୍କରେ ଉଭୟ ରାଜ୍ୟକୁ ସଂଯୋଗ କରୁଥିବା ମୁଖ୍ୟରାସ୍ତାରେ ଏହି ଯାଞ୍ଚ କରାଯାଉଛି। ନିର୍ବାଚନଜନିତ କୌଣସି ଅପରାଧିକ କାର୍ଯ୍ୟକଳାପ, ଗତିବିଧି ଏବଂ କୌଣସି ଟଙ୍କା କାରବାର ଯେଭଳି ନ ହୁଏ ତାହାକୁ ଧ୍ୟାନରେ ରଖା ଯାଇଛି।

ମୟୂରଭଞ୍ଜ ସୀମାନ୍ତରେ ଝାଡ଼ଖଣ୍ଡ ରାଜ୍ୟର ପଶ୍ଚିମସିଂହଭୂମି, ପୂର୍ବସିଂହଭୂମି, ଷଢେ଼ଇକଳା ,ଖରଷୁଆଁ ଆଦି ଜିଲ୍ଲାର ମଝିଗାଓ, ଖରସୁଆଁ, ପଟକା,ଘାଟସିଲା, ବହଡାଗୋଡା ଆଦି ନିର୍ବାଚନୀ ମଣ୍ଡଳ ରହିଛି। ତେଣୁ ସୀମାନ୍ତ ଦେଇ କୌଣସି ଅପରାଧିକ ଗତିବିଧି ଯେପରି ଝାଡ଼ଖଣ୍ଡରେ ପ୍ରବେଶ ନ କରି ତା’ ଉପରେ କଡ଼ାକଡ଼ି ନଜର ରଖାଯାଇଛି।

Advertisment

ଗତକାଲି ରାତିରେ ଜାମଶୋଳାଠାରେ ଉଭୟ ବିଭାଗ ଗାଡିମୋଟର ଅଟକାଇ ଯାଞ୍ଚ କରିଥିବା ଦେଖିବାକୁ ମିଳିଛି। ଆଜି ବି ଏହି ଯାଞ୍ଚ ପ୍ରକ୍ରିୟା ଚାଲୁ ରହିଛି। 

Mayurbhanj
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe