Advertisment

ପୁରୀରେ ଅସମ୍ଭାଳ ଭିଡ଼, ଲାଗୁ ହେଲା ଯାନବାହନ କଟକଣା

ନୂଆ ବର୍ଷ ପୂର୍ବରୁ ପୁରୀରେ ଶ୍ରଦ୍ଧାଳୁଙ୍କ ଭିଡ଼ ଅସମ୍ଭାଳ ହେଲାଣି । ତେଣୁ ପୁରୀରେ ଯାନବାହନ ଚଳାଚଳ ଉପରେ କଟକଣା ଲଗାଇଛି ପୁଲିସ୍‌ ।

Puri

Puri

Advertisment

ନୂଆ ବର୍ଷ ପୂର୍ବରୁ ପୁରୀରେ ଶ୍ରଦ୍ଧାଳୁଙ୍କ ଭିଡ଼ ଅସମ୍ଭାଳ ହେଲାଣି । ତେଣୁ ପୁରୀରେ ଯାନବାହନ ଚଳାଚଳ ଉପରେ କଟକଣା ଲଗାଇଛି ପୁଲିସ୍‌ । ମାର୍କେଟ ଛକଠାରୁ ସିଂହଦ୍ୱାର ପର୍ଯ୍ୟନ୍ତ ବଡ଼ଦାଣ୍ଡକୁ ନୋ ଭେହିକିଲ୍ ଜୋନ୍ ଭାବେ ଘୋଷଣା କରାଯାଇଛି। ସେହିପରି ଦିଗବାରେଣୀରୁ ବତୀଘର ପର୍ଯ୍ୟନ୍ତ ସମୁଦ୍ରକୂଳ ରାସ୍ତାକୁ ନୋ-ଭେହିକଲ୍ ଜୋନ ଭାବେ ଘୋଷଣା କରାଯାଇଛି।

Advertisment

ସମସ୍ତ ଆନ୍ତଃ ରାଜ୍ୟ ଟୁରିଷ୍ଟ ବସ୍ ଓ ସ୍ଥାନୀୟ ଟୁରିଷ୍ଟ ବସ୍ ମାଳତୀପାଟପୁର ବସଷ୍ଟାଣ୍ଡରେ ରହିବ। ନିୟମିତ ଯାତ୍ର ପରିବହନ କରୁଥିବା ବସ୍ ଉପରେ କୌଣସି କଟକଣା ନାହିଁ । ସମସ୍ତ ହାଲୁକା ଯାନ ପାଇଁ ଶରଧାବାଲି ପାର୍କିଂ, ଜେଲରୋଡ ପାର୍କିଂ ଓ ଜଗନ୍ନାଥବଲ୍ଲଭ ପାର୍କିଂରେ ବ୍ୟବସ୍ଥା ହୋଇଛି।

ଆଜି ଓ ଆସନ୍ତକାଲି ପର୍ଯ୍ୟନ୍ତ ନିୟମାବଳୀ ବଳବତ୍ତର ରହିବ ପୋଲିସ ପକ୍ଷରୁ କୁହାଯାଇଛି। ତେବେ ପୁରୀ ବାସିନ୍ଦାଙ୍କ ପାଇଁ ସବୁଠୁ କମ୍ କଟକଣା ରହିବ ବୋଲି ପୁଲିସ କହିଛି। 

Advertisment

ନୂଆ ବର୍ଷ ପୂର୍ବରୁ ଆଜି ରାତିରେ ଜିରୋ ନାଇଟ୍‌ ସେଲିବ୍ରେଶନ ଥିବାରୁ ଏହାକୁ ସୁରୁଖୁରରେ କରିବାକୁ ତତ୍ପର ହୋଇ ଉଠିଛି ପୁରୀ ପୁଲିସ୍‌। ଏନେଇ ଏସ୍‌ପି କହିଛନ୍ତି, ଜିରୋ ନାଇଟ୍‌ରେ ଜିରୋ ଟଲେରାନ୍ସ ନୀତି ଆପଣାଯିବ । ଭଲରେ ଜିରୋ ନାଇଟ୍‌ ସେଲିବ୍ରେଶନ କଲେ ଆମେ ସ୍ବାଗତ କରୁଛୁ। କିନ୍ତୁ ମଦ ପିଇ ଉତ୍ପାତ କଲେ କୌଣସି ପ୍ରକାର ବରଦାସ୍ତ କରାଯିବ ନାହିଁ । ଶ୍ରଦ୍ଧାଳୁଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ପୁଲିସ ସଜାଗ ରହିଛି ବୋଲି କହିଲେ ଏସ୍‌ପି ।

Puri Shreemandir Puri
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe