Advertisment

ସରକାରୀ ମାନ୍ୟତା ଦାବି; ଶବ ଭଳି ଶୋଇ ରହିଛି ୧୬ ବର୍ଷର ଭୋକିଲା ଶିକ୍ଷକ

ବାରମ୍ବାର ପ୍ରତିଶ୍ରୁତି ମିଳିବା ପରେ ବି କୌଣସି ଫଳ ପାଉନୁ । ଯେକୌଣସି ମୁହୂର୍ତ୍ତରେ ନିର୍ବାଚନ କୋଡ ଅଫ କଣ୍ଡକ୍ଟ ଲାଗୁ ହୋଇପାରେ ।

Strike

Strike

Advertisment

‘୧୬ ବର୍ଷର ଭୋକିଲା ଶିକ୍ଷକ ଆଜି ସରକାରୀ ମାନ୍ୟତା ଦାବି କରୁଛି। ଗାନ୍ଧି ମାର୍ଗରେ ଖୋଲା ଆକାଶ ତଳେ ରାତି ସାରା ଆମେ ପ୍ରତିବାଦ କରୁଛୁ, ତଥାପି ସରକାରଙ୍କ ନିଦ ଭାଙ୍ଗୁନି। ବଡ ବଡ ଡିଗ୍ରୀଧାରୀ ହୋଇ ବି ଶବ ଭଳି ଏଠାରେ ଶୋଇ ରହୁଛୁ। ଏହା ହେଉଛି ଏକଛତ୍ରବାଦ ଶାସନର ପ୍ରକୃତ ଚିତ୍ର । ସରକାର ଆମ ଦାବି ନଶୁଣିଲେ ଆତ୍ମାହୁତି ଦେବୁ।’

Advertisment

ଏଭଳି ଭାବେ ରାଜ୍ୟ ସରକାରଙ୍କୁ କଡ଼ା ଭାଷାରେ ଚେତାବନୀ ଦେଇଛନ୍ତି ରାଜ୍ୟର ବେସରକାରୀ ଅନୁଦାନ ପ୍ରାପ୍ତ ଓ ଅଣଅନୁଦାନପ୍ରାପ୍ତ ଅଧ୍ୟାପକ ସଂଘ। ଭୁବନେଶ୍ୱରର ଲୋୟର ପିଏମଜି ରାସ୍ତା ଉପରେ ବସି ସରକାରଙ୍କୁ ଶତାଧିକ ଅଧ୍ୟାପକ, ଅଧ୍ୟାପିକା ଏପରି ଗୁହାରୀ କରିଛନ୍ତି।

ସରକାରଙ୍କ ସବୁ ନିର୍ଦ୍ଦେଶକୁ ଆମେ ପାଳନ କରି ଆସିଛୁ। ଅନ୍ୟ ଅଧ୍ୟାପକଙ୍କ ଭଳି ସମସ୍ତ କାର୍ଯ୍ୟ କରି ଚାଲିଛୁ, ତଥାପି ଆମକୁ ସରକାରଙ୍କ ଅନୁଦାନ ମିଳୁନି। ଅନ୍ୟ ଅଧ୍ୟାପକଙ୍କ ଭଳି ସୁବିଧା ସୁଯୋଗ ମିଳୁନି। ବାରମ୍ବାର ପ୍ରତିଶ୍ରୁତି ମିଳିବା ପରେ ବି କୌଣସି ଫଳ ପାଉନୁ । ଯେକୌଣସି ମୁହୂର୍ତ୍ତରେ ନିର୍ବାଚନ କୋଡ ଅଫ କଣ୍ଡକ୍ଟ ଲାଗୁ ହୋଇପାରେ । ତେଣୁ ଆମ ଦାବି ପୂରଣ ନ ହେଲେ ଏଠାରେ ଆତ୍ମାହୁତି ଦେବୁ ବୋଲି କ୍ଷୋଭର ସହ କହିଛନ୍ତି ଜଣେ ଅଧ୍ୟାପକ ।

Advertisment

ସରକାରଙ୍କ ଉପରେ ନିଜ କ୍ଷୋଭ ପ୍ରକାଶ କରି ଜଣେ ଅଧ୍ୟାପିକା କହିଛନ୍ତି, ଆମେ ଯାହା ପାଖକୁ ଯାଉଛୁ ସେମାନେ କହୁଛନ୍ତି ତମ ପାଇଁ ପଲିସି ପ୍ରସ୍ତୁତ ସରିଛି। ତୁମମାନଙ୍କ ପାଇଁ ନୂତନ ନିୟମ ଲାଗୁ ହେବ । କ୍ୟାବିନେଟ ପରେ କ୍ୟାବିନେଟ ମିଟିଙ୍ଗ ବସୁଛି । ସମସ୍ତଙ୍କୁ ସବୁ ମିଳୁଛି, କିନ୍ତୁ ଆମକୁ କିଛି ମିଳୁନି।

Bhubaneswar Strike
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe