Advertisment

ହୃଦଘାତରେ ସୁନା ବ୍ୟବସାୟୀଙ୍କ ମୃତ୍ୟୁ ଘଟଣା; ଆଜି ଜୟପୁରରେ ଦୋକାନ ବଜାର ବନ୍ଦ

ସିଟି ଓ ଜିଏସଟି ଟିମ୍‌ର ଚଢ଼ାଉ ପରେ ହୃଦଘାତରେ ଜୟପୁରର ସୁନା ବ୍ୟବସାୟୀ ହରପ୍ରସାଦ ରାଓଙ୍କ ମୃତ୍ୟୁ ପ୍ରତିବାଦରେ ଏହି ବନ୍ଦ ପାଳନ କରାଯାଉଛି।

Jewellery raid

Jewellery raid

Advertisment

ହୃଦଘାତରେ ସୁନା ବ୍ୟବସାୟୀଙ୍କ ମୃତ୍ୟୁ ପରେ ଆଜି ଜୟପୁରରେ ୧୨ ଘଣ୍ଟିଆ ଦୋକାନ ବଜାର ବନ୍ଦ ଡାକରା ଦିଆଯାଇଛି । ଜୟପୁର ଚାମ୍ବର୍ ଅଫ୍ କମର୍ସ ପକ୍ଷରୁ ବନ୍ଦ ଡାକରା ଦିଆଯାଇଛି। ସିଟି ଓ ଜିଏସଟି ଟିମର ଚଢ଼ାଉ ପରେ ହୃଦଘାତରେ ଜୟପୁରର ସୁନା ବ୍ୟବସାୟୀ ହରପ୍ରସାଦ ରାଓଙ୍କ ମୃତ୍ୟୁ ପ୍ରତିବାଦରେ ଏହି ବନ୍ଦ ପାଳନ କରାଯାଉଛି।

Advertisment

ଆଜି ପାଳିତ ହେଉଥିବା ଏହି ବନ୍ଦ ଡାକରାରୁ ସ୍କୁଲ, କଲେଜ ସହିତ ସମସ୍ତ ସରକାରୀ ଓ ବେସରକାରୀ ଅନୁଷ୍ଠାନ ଓ ଔଷଧ ଦୋକାନଗୁଡ଼ିକୁ ବାଦ୍ ଦିଆଯାଇଛି। ସେହିପରି ଗାଡ଼ି ଚଳାଚଳ ମଧ୍ୟ ବନ୍ଦ ହେବ ନାହିଁ। କେବଳ ବ୍ୟବସାୟିକ ପ୍ରତିଷ୍ଠାନଗୁଡ଼ିକୁ ବନ୍ଦ କରିବାକୁ ଜୟପୁର ଚାମ୍ବର୍ ଅଫ୍ କମର୍ସର ଅଧ୍ୟକ୍ଷ କହିଛନ୍ତି।

ଗତ ମଙ୍ଗଳବାର ଧନତେରାସରେ ହରପ୍ରସାଦଙ୍କ ଜୁଏଲାରୀରେ ରେଡ୍ କରିଥିଲା ସିଟି-ଜିଏସଟି ବିଭାଗ। ସେହି ଦିନଠାରୁ ସେ ଚିନ୍ତିତ ଓ ଚାପଗ୍ରସ୍ତ ଥିଲେ। ତାଙ୍କ ଭାଇ ଅଭିଯୋଗ କରିଛନ୍ତି, ପୂଜା ପାର୍ବଣ ଦିନ ଜୁଏଲାରୀ ଦୋକାନରେ ରେଡ୍ ତାଙ୍କୁ ଆଘାତ ଦେଇଥିଲା। ବାରମ୍ବାର ଭାଇଙ୍କ ଦୋକାନରେ ସର୍ଚ୍ଚ କରାଯିବାରୁ ସେ ଚିନ୍ତିତ ରହୁଥିଲେ।

Advertisment

ଗତ ଗୁରୁବାର ରାତିରେ ଦୀପାବଳି ପାଳି ଶୋଇବାକୁ ଯାଇଥିଲେ ପି. ହରପ୍ରସାଦ। ମାତ୍ର ଗତକାଲି ସକାଳ ୮ଟା ଯାଏଁ ସେ ଉଠି ନଥିଲେ। ତାଙ୍କ ମା’ ଓ ସ୍ତ୍ରୀ ବାରମ୍ବାର ଡାକ ପକାଇବା ସତ୍ତ୍ୱେ ସେ ଉଠି ନଥିଲେ। ତୁରନ୍ତ ପରିବାର ଲୋକେ ତାଙ୍କୁ ଡାକ୍ତରଖାନା ନେଇଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ହୃଦଘାତରେ ତାଙ୍କ ମୃତ୍ୟୁ ଘଟିଥିବା ଡାକ୍ତର ସୂଚନା ଦେଇଥିଲେ। ଲୋକ ଲଜ୍ଜା ଓ ଅଧିକ ଚିନ୍ତାଗ୍ରସ୍ତ କାରଣରୁ ତାଙ୍କର ମୃତ୍ୟୁ ହେଲା ବୋଲି ଅଭିଯୋଗ କରିଛନ୍ତି ହରପ୍ରସାଦଙ୍କ ଭାଇ।

Strike Gst Raid
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe