Advertisment

ଟିଟିଲାଗଡ଼କୁ ଜିଲ୍ଲା ମାନ୍ୟତା ଦାବିରେ ଅଖଚକ ବନ୍ଦ; ଗର୍ଜିଲେ ଆନ୍ଦୋଳନକାରୀ

ଟିଟିଲାଗଡ଼କୁ ଜିଲ୍ଲା ମାନ୍ୟତା ଦାବିରେ ଆଜି ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ବନ୍ଦ ପାଳନ କରାଯାଉଛି।

Strike

Strike

Advertisment

‘ସରକାର ଦୀର୍ଘ ଦିନ ହେଲା ଆମ ଦାବି ପୂରଣ କରିବାକୁ ପ୍ରତିଶ୍ରୁତି ଦେଉଛନ୍ତି। ଆମକୁ ଜିଲ୍ଲା ମାନ୍ୟତା ଦାବି ଦେବାକୁ ଘୋଷଣା କରି ତାହାକୁ ଭୁଲି ଯାଉଛନ୍ତି। ସରକାର ବାରମ୍ବାର ଆମ ସହ ଛଳ କରି ଚାଲିଛନ୍ତି। ତେଣୁ ତୁରନ୍ତ ଜିଲ୍ଲା ମାନ୍ୟତା ଦାବିରେ ଆମେ ରାଜରାସ୍ତାକୁ ଓହ୍ଲାଇଛୁ। ’ ଟିଟିଲାଗଡ଼ ଉପଖଣ୍ଡକୁ ଜିଲ୍ଲା ମାନ୍ୟତା ଦାବିରେ ଆଜି ସକାଳୁ ୧୨ ଘଣ୍ଟିଆ ବନ୍ଦ ପାଳନ ହେଉଥିବା ବେଳେ ଏପରି କହିଛନ୍ତି ଜିଲ୍ଲା କ୍ରିୟାନୁଷ୍ଠାନ କମିଟି ସଦସ୍ୟ।

Advertisment

ଟିଟିଲାଗଡ଼କୁ ଜିଲ୍ଲା ମାନ୍ୟତା ଦାବିରେ ଆଜି ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ବନ୍ଦ ପାଳନ କରାଯାଉଛି। ଏହି ବନ୍ଦ ପାଳନ ସମୟରେ ଚକ ଅଖ ପୂରା ବନ୍ଦ ହୋଇ ଯାଇଥିବା ବେଳେ ଦୋକାନ ବଜାରର ସଟର୍ ଖୋଲା ଯାଇନି ।

ଆନ୍ଦୋଳନ ଯୋଗୁଁ ଟିଟିଲାଗଡ଼ରୁ ବଲାଙ୍ଗିର, ଖଡ଼ିଆଳ, କେସିଙ୍ଗାକୁ ଗାଡ଼ି ଚଳାଚଳ ବନ୍ଦ ଅଛି। ରାସ୍ତାରେ ଶହ ଶହ ଗାଡ଼ି ଅଟକି ରହିଛି । ସ୍ଥିତିକୁ ନିୟନ୍ତ୍ରଣ କରିବାକୁ ବହୁ ସଂଖ୍ୟାରେ ପୁଲିସ୍‌ ମୁତୟନ ହୋଇଛନ୍ତି।

Advertisment

ଏନେଇ କ୍ରିୟାନୁଷ୍ଠାନ କମିଟି ସଦସ୍ୟ କହିଛନ୍ତି, ଭୋଟ ବେଳେ ସରକାରଙ୍କର ଟିଟିଲାଗଡ଼ କଥା ମନେ ପଡ଼ୁଛି। ଏହାକୁ ଜିଲ୍ଲା ମାନ୍ୟତା ଦେବାକୁ ପ୍ରତିଶ୍ରୁତିର ପାହାଡ଼ ଲଦି ଦେଉଛନ୍ତି। ଏପରିକି ଆମ ସହ ଛଳ କରି ଭୋଟ ନେଉଛନ୍ତି। ଜିଲ୍ଲା କରାଇଦେବାକୁ କହି ୨୦୧୯ରେ ଭୋଟ ନେଇ ଜିତିଲେ। ଏହାପରେ ୫ଟି ସଚିବ ଟିଟିଲାଗଡ଼ ଆସିଥିବା ବେଳେ ତାଙ୍କୁ ଜିଲ୍ଲା ବିଷୟରେ ପଚରାଯିବାରୁ ସ୍ଥାନ ଛାଡ଼ି ପଳାଇଲେ।

ଏହି ଆନ୍ଦୋଳନକୁ ସାଧାରଣ ଲୋକଙ୍କ ସମେତ ବିଭିନ୍ନ ଅନୁଷ୍ଠାନ ସମର୍ଥନ ଜଣାଉଛନ୍ତି। ତେଣୁ ଏହାକୁ ଦବାଇବାକୁ ବହୁତ ପ୍ରଚେଷ୍ଟା କରାଯାଉଛି ବୋଲି ଜଣେ ଆନ୍ଦୋଳନକାରୀ କହିଛନ୍ତି।

District Demand Protest Strike
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe