କହିଲା ବେଳକୁ ଦେହ ଥରିଯାଉଛି । ପାଟି ଖନି ମାରିଯାଉଛି । ବାୟାଣି ଭଳି ହେଉଛନ୍ତି । ଠିକେସେ ଠିଆବି ହୋଇପାରୁନାହାନ୍ତି । କେମିତି ବି ଏ ଦୁଃଖକୁ ବରଦାସ୍ତ କରିବେ ମା’ । ଦୁଇ ଝିଅ ଆଉ ଗୋଟିଏ ପୁଅ । ହେଲେ ଗୋଟିଏ ବୋଲି ପୁଅକୁ ସେ ହରାଇ ଦେଇଛନ୍ତି । ୧୧ ବର୍ଷ ପୁଅର ଏପରି ହଠାତ୍ ମୃତ୍ୟୁକୁ ଗ୍ରହଣ କରି ପାରୁନାହାନ୍ତି ପରିବାର ଲୋକେ ।