Advertisment

ଗରମ ପେଜ କୁଣ୍ଡରେ ପଡ଼ିଗଲେ ଛାତ୍ର, ଅବସ୍ଥା ଗୁରୁତର

ଗୁରୁତର ଛାତ୍ରଜଣକ ତୃତୀୟ ଶ୍ରେଣୀରେ ପଢ଼ୁଥିଲେ। ତାଙ୍କୁ କେନ୍ଦ୍ରାପଡା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

School

School

Advertisment

ସ୍କୁଲରେ ଛାତ୍ରଛାତ୍ରୀଙ୍କ ପାଇଁ ମଧ୍ୟାହ୍ନ ଭୋଜନ ରୋଷେଇ ବେଳେ ଘଟିଛି ଅଘଟଣ। ଗରମ ପେଜ କୁଣ୍ଡରେ ପଡ଼ି ଜଣେ ତୃତୀୟ ଶ୍ରେଣୀ ଛାତ୍ର ଗୁରୁତର ହୋଇଛନ୍ତି। ଏପରି ଏକ ଅଘଟଣ କେନ୍ଦ୍ରାପଡା ଜିଲ୍ଲା ସଦର ଥାନ ଅନ୍ତର୍ଗତ ବାହାକଣ୍ଡିଆ ଅନନ୍ତ ନାରାୟଣ ସରକାର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଆଜି ଘଟିଛି।

Advertisment

ଗୁରୁତର ଛାତ୍ରଜଣକ ତୃତୀୟ ଶ୍ରେଣୀରେ ପଢ଼ୁଥିଲେ। ତାଙ୍କୁ କେନ୍ଦ୍ରାପଡା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

ଗତ ୨ ତାରିଖରୁ ସମଗ୍ର ରାଜ୍ୟରେ ସକାଳୁଆ ସ୍କୁଲ ହୋଇ ଯାଇଛି। ସବୁ ସ୍କୁଲ ପରି ଆଜି ସକାଳେ ବାହାକଣ୍ଡିଆ ଅନନ୍ତ ନାରାୟଣ ସରକାର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ ରୋଷେଇ ହୋଇଥିଲା। ଭାତ ଗଳା ହୋଇ ଗରମ ପେଜ କୁଣ୍ଡ ରଖା ଯାଇଥିବା ବେଳେ ଅସାବଧାନତାବଶଃତ ଛାତ୍ରଜଣକ ଉକ୍ତ ପେଜ କୁଣ୍ଡରେ ପଡ଼ି ଯାଇଥିଲେ।

Advertisment

ତୁରନ୍ତ ତାଙ୍କ କୁଣ୍ଡରୁ ବାହାର କରି କେନ୍ଦ୍ରାପଡା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ସେଠାରେ ତାଙ୍କ ଅବସ୍ଥା ଗୁରୁତର ଜଣାଯାଇଛି।

ଶିକ୍ଷକ ଏବଂ ରୋଷେୟାଙ୍କ ଖାମଖିଆଲିପଣ ପାଇଁ ଏଭଳି ଅଘଟଣ ଘଟିଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ଲୋକେ। ଘଟଣାସ୍ଥଳରେ ଚାପା ଉତ୍ତେଜନା ପ୍ରକାଶ ପାଇଛି।

Kendrapada
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe