/odisha-reporter/media/post_attachments/uploadimage/library/16_9/16_9_0/IMAGE_1693981925.jpg)
Puri Kenal
ପୁରୀ କେନାଲରେ ବୁଡ଼ି ଜଣେ ଛାତ୍ର ନିଖୋଜ ହୋଇଯାଇଛନ୍ତି। ନିଖୋଜ ଛାତ୍ର ଜଣଙ୍କ ହେଲେ ଝାରପଡ଼ା ଅଞ୍ଚଳର ଜୟଦେବ ପ୍ରସାଦ।
Advertisment
ଗତକାଲି ସନ୍ଧ୍ୟା ସମୟରେ ବାଲିଅନ୍ତା ଅଲାରପୁର ନିକଟରେ ଥିବା ପୁରୀ କେନାଲ ନିକଟକୁ ୬ଜଣ ଛାତ୍ରମାନେ ବୁଲିବାକୁ ଯାଇଥିଲେ। ପରେ ଛାତ୍ରମାନେ ପୁରୀ କେନାଲରେ ଗାଧୋଇଥିଲେ। ଏହି ସମୟରେ ଜୟଦେବଙ୍କ ଗୋଡ଼ ଖସିଯାଇଥିଲା। ସେ ପାଣିରେ ବୁଡ଼ି ଯାଇଥିଲେ।
ଅନ୍ୟମାନେ ଛାତ୍ରମାନେ ଏନେଇ ପରିବାର ଲୋକଙ୍କୁ ଖବର ଦେଇଥିଲେ। ପରିବାର ଲୋକ ଅଗ୍ନିଶମ ବାହିନୀଙ୍କୁ ଖବର ଦେଇଥିଲେ। ଅଗ୍ନିଶମ ବାହିନୀ ପହଞ୍ଚି ନିଖୋଜ ଛାତ୍ରଙ୍କୁ ଖୋଜାଖୋଜି କରିଥିଲେ ହେଲେ ପାଇ ନଥିଲେ। ଅଧିକ ରାତି ହେବାରୁ ଆଉ ଖୋଜାଖୋଜି କରି ନ ଥିଲେ। ଆଜି ସକାଳେ ନିଖୋଜ ଛାତ୍ରଙ୍କୁ ଅଗ୍ନିଶମ ବାହିନୀ ଖୋଜାଖୋଜି କରୁଛନ୍ତି। ଏପର୍ଯ୍ୟନ୍ତ ଉକ୍ତ ଛାତ୍ରଙ୍କର କୌଣସି ପତ୍ତା ମିଳିନାହିଁ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
